କାଶୀର ସୁବେଦାରକୁ ୧୬୬୯ରେ ବିଶ୍ୱନାଥ ମନ୍ଦିର ଭାଙ୍ଗିବାକୁ ଆଦେଶ ଦେଇଥିଲେ ଔରଙ୍ଗଜେବ, ଜାଣନ୍ତୁ ଆଦେଶର କ’ଣ ଥିଲା ?

Above Post Content

ବାରଣାସୀର ଜ୍ଞାନବାପି ମସଜିଦ ପରିସରେ ଶିବଲିଙ୍ଗ ମିଳିବା ନେଇ ହିନ୍ଦୁ ପକ୍ଷର ଦାବି ପରଠାରୁ ନୂଆ ବିବାଦ ସୃଷ୍ଟି ହେଲାଣି । ମୁସଲିମ ପକ୍ଷ ଏହି ଦାବିକୁ ଅସ୍ୱୀକାର କରୁଛି । ଯାହାକୁ ଶିବଲିଙ୍ଗ ବୋଲି କୁହାଯାଉଛି ତାହା ଫୁଆରା ବୋଲି ଦାବି କରୁଛନ୍ତି ମସଜିଦ କର୍ମକର୍ତ୍ତା ଓ ମୁସଲିମ ବୁଦ୍ଧିଜିବୀ । ତେବେ କାଶୀର ଇତିହାସକୁ ନେଇ ଏବେ ଢେର ଖୋଳତାଡ଼ ଆରମ୍ଭ ହୋଇଗଲାଣି । ତେବେ ସତ କ’ଣ ? ସତରେ କ’ଣ ଔରଙ୍ଗଜେବ ବାରଣାସୀ ବା କାଶୀ ଉପରେ ଆକ୍ରମଣ କରିବାକୁ ଆଦେଶ ଦେଇଥିଲା ? ସତରେ କ’ଣ କାଶୀ ବିଶ୍ୱନାଥ ମନ୍ଦିରର ଧ୍ୱଂସସ୍ତୁପ ଉପରେ ନିର୍ମିତ ହୋଇଛି ଜ୍ଞାନବାପି ମସଜିଦ । ଆସନ୍ତୁ ଜାଣିବା ଇତିହାସ କ’ଣ କହୁଛି । ତେବେ ତା’ ଆଗରୁ ଜାଣିନେବା ଜ୍ଞାନବାପୀ ମସଜିଦର ନାମକରଣ ଏମିତି କାହିଁକି ହୋଇଛି ?

ମସଜିଦର ସଂସ୍କୃତ ନାମ !

After 2nd paragraph post ads

ଜ୍ଞାନବାପୀ ମସଜିଦ ଉପରେ ଉଭୟ ହିନ୍ଦୁ ଓ ମୁସଲିମ୍ ନିଜ ନିଜ ଦାବି ରଖୁଛନ୍ତି । ଏହି ମସଜିଦର ନାମକରଣ ମଧ୍ୟ ଅଦଭୁତ ଲାଗେ । କାରଣ ଜ୍ଞାନବାପୀ ଏକ ସଂସ୍କୃତ ଶବ୍ଦ । ଯାହାର ଅର୍ଥ ହେଉଛ ଜ୍ଞାନର କୂପ ବା ଜ୍ଞାନକୁଅ । ମସଜିଦର ଏଭଳି ନାମକରଣକୁ ନେଇ ମଧ୍ୟ ହିନ୍ଦୁପକ୍ଷ ନିଜ ଦାବି ରଖନ୍ତି । ସେମାନଙ୍କ ଯୁକ୍ତି ହେଉଛି ଯେ, ଗୋଟିଏ ମସଜିଦର ନାମ କେମିତି ସଂସ୍କୃତରେ ହୋଇପାରେ । ଯେହେତୁ ମସଜିଦ ସ୍ଥାନରେ ଆଗରୁ ମନ୍ଦିର ଥିଲା ତେଣୁ ମସଜିଦର ଏଭଳି ନାମ ହୋଇଛି ବୋଲି ସେମାନଙ୍କ ଯୁକ୍ତି ।

ଔରଙ୍ଗଜେବର ଫର୍ମାନ୍

ମସଜିଦ ଯେଉଁସ୍ଥାନରେ ଛିଡା ହୋଇଛି ସେଠାରେ ଆଗରୁ ଭଗବାନ ଆଦି ବିଶ୍ୱେଶ୍ୱରଙ୍କ ମନ୍ଦିର ଥିଲା । ତେଣଉ ଏପର୍ଯୟନ୍ତ ମସଜିଦ ମୁହାଁ ହୋଇ ନନ୍ଦି ବସିଛନ୍ତି । ଶିବ ମନ୍ଦିରରେ ନନ୍ଦୀ ସର୍ବଦା ଶିବଙ୍କ ଆଡକୁ ମୁହଁ କରି ରହିଥାନ୍ତି । ଏହାକୁ ଏକ ଯୁକ୍ତି ଭାବେ ଉପସ୍ଥାପନା କରାଯାଉଛି । କୁହାଯାଉଛି ଯେ, ନନ୍ଦି ଭଗବାନ ସେହି ସ୍ଥାନ ଆଡକୁ ମୁହଁ କରି ଅଛନ୍ତି ଯେଉଁଠାରେ ଆଗରୁ ମନ୍ଦିର ଥିଲା ଓ ଏବେ ମସଜିଦ ଅଛି ।

Middle post content

ଐତିହାସିକଙ୍କ ଅନୁସାରେ ସେପ୍ଟେମ୍ବର ୧୬୬୯ ମସିହାରେ ଔରଙ୍ଗଜେବ ଦିଲ୍ଲୀରୁ ବାରଣାସୀର ସୁବେଦାର ଅବ୍ଦୁଲ ହସନକୁ ମନ୍ଦିର ଧ୍ୱଂସ ପାଇଁ ଫର୍ମାନ ଜାରି କରିଥିଲା । ଔରଙ୍ଗଜେବ ଦ୍ୱାରା ଲିଖିତ ଏକ ଚିଠିକୁ ଏହାର ପ୍ରମାଣ ଭାବେ ଉପସ୍ଥାପନ କରାଯାଇଥାଏ । କାଶୀ ବିଶ୍ୱନାଥ-ଜ୍ଞାନବାପୀ ବିବାଦ ଉପରେ ଗବେଷଣା କରୁଥିବା ଓକିଲ ନିତ୍ୟାନନ୍ଦ ରାୟଙ୍କ ଅନୁସାରେ ଔରଙ୍ଗଜେବର ଆଦେଶ ସମ୍ପର୍କରେ ୧୯୬୫ର କାଶୀ ଗ୍ୟାଜେଟିୟରରେ ପ୍ରମାଣ ମିଳେ । ୧୯୬୫ କାଶୀ ଗ୍ୟାଜେଟିୟରକୁ କାଶୀର ପ୍ରାମାଣିକ ଇତିହାସ ଭାବେ ଗ୍ରହଣ କରାଯାଇଥାଏ ।

ସମକାଳୀନ ଇତିହାସ ପୁସ୍ତକ କ’ଣ କୁହେ ?

ଔରଙ୍ଗଜେବର ସମକାଳୀନ ଇତିହାସ ଉପରେ ଆଧାରିତ ଗ୍ରନ୍ଥ ମଆସିର ଏ ଆଲମଗିରିରେ ମୁହମ୍ମଦ ସାଫି ମୁସ୍ତାଇଦ ଖାଁ ବିଶ୍ୱନାଥ ମନ୍ଦିର ଧ୍ୱଂସ କଥା ଉଲ୍ଲେଖ କରିଛନ୍ତି । ମୁସ୍ତାଇଦ୍ ଖାଁ ମୋଗଲ ସାମ୍ରାଜ୍ୟର ଜଣେ ମନ୍ତ୍ରୀ ଇନାୟତୁଲ୍ଲା ଖାଁର ମୁନସି ବା କ୍ଲର୍କ ଥିଲା । ମୁସ୍ତାଇଦ୍ ଔରଙ୍ଗଜେବର ଶାସନ କାଳ ବାବଦରେ ନିଜ ପୁସ୍ତକରେ ଉଲ୍ଲେଖ କରିଥିଲେ । ଏହି ପୁସ୍ତକ ଅନୁସାରେ ଏପ୍ରିଲ୮-୯ ,୧୬୬୯ ମସିହାରେ ଔରଙ୍ଗଜେବ ନିଜ ସୁବେଦାର ଅବୁଲ ହାସନକୁ ମନ୍ଦିର ଧ୍ୱଂସ ପାଇଁ ଆଦେଶ ଦେଇଥିଲା । ଔରଙ୍ଗଜେବର ପତ୍ରର ଉତ୍ତର ସେହିବର୍ଷ ସେପ୍ଟେମ୍ବର ମାସରେ ହାସନ ଦେଇଥିଲା । ପତ୍ରରେ ମନ୍ଦିରକୁ ଧ୍ୱଂସ କରାଯାଇଛି ବୋଲି ହାସନ ଲେଖିଥିଲା । କେବଳ ଏତିକି ନୁହେଁ ମନ୍ଦିର ସ୍ଥାନରେ ମସଜିଦ ନିର୍ମାଣ କାର୍ଯ୍ୟ ସରିଛି ବୋଲି ମଧ୍ୟ ହାସନ ନିଜ ସମ୍ରାଟକୁ ଜଣାଇଥିଲା ।

ଗେଜେଟିୟରରେ ଏପ୍ରିଲ ବାବଦରେ ଉଲ୍ଲେଖ

କାଶୀ ଗେଜେଟିରରେ ଔରଙ୍ଗଜେବର ଫର୍ମାନ ସମ୍ପର୍କରେ ଉଲ୍ଲେଖ ରହିଛି । ୧୯୬୫ରେ ସରକାରୀ ପ୍ରେସରେ ଛପା ଯାଇଥିବା ଗେଜେଟିୟରର ପୃଷ୍ଠା ସଂଖ୍ୟା ୨୫ରୁ ୭୭ ପର୍ଯ୍ୟନ୍ତ ବାରଣାସୀ ଇତିହାସ ବାବଦରେ ଉଲ୍ଲେଖ ଅଛି । ଏଥିରେ ସ୍ପଷ୍ଟ ଭାବେ ଲେଖା ଯାଇଛି ଯେ, ଏପ୍ରିଲ ୯ ତାରିଖ ୧୬୬୯ ମସିହାରେ ଔରଙ୍ଗଜେବ ନିଜ ସୁବେଦାର ବା ପ୍ରାଦେଶିକ ଶାସନ ମୁଖ୍ୟକୁ କାଶୀର ମନ୍ଦିର ଓ ସଂସ୍କୃତ ସ୍କୁଲ ଗୁଡିକୁ ଧ୍ୱଂସ କରିବାକୁ ଆଦେଶ ଦେଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami