ବଣ୍ଡାଘାଟିରେ ପଦ୍ମାଙ୍କ ସେବା

Above Post Content

ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଂଚଳ ବଣ୍ଡାଘାଟିରେ ନିରନ୍ତର ସେବା ଯୋଗାଉଛନ୍ତି ଆଶାକର୍ମୀ ପଦ୍ମା ପାଙ୍ଗି । କରୋନା ସମୟରେ ପରିବାରକୁ ପଛରେ ପକାଇ ଆଦିମ ଅଧିବାସୀମାନଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଛନ୍ତି ପଦ୍ମା । ତାଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁ ଅନେକ ମାତ୍ରାରେ ସଂକ୍ରମଣକୁ ରୋକିବା ଓ ଏହାର ମୁକାବିଲା କରିବାରେ ସଫଳ ହୋଇଛନ୍ତି ।  ମାଲକାନଗିରି ଜିଲ୍ଲା ବଣ୍ଡା ଜନଜାତି ଅଂଚଳର ଅଣ୍ଡ୍ରାହଲ ପଂଚାୟତରେ ଆଶାକର୍ମୀ ପଦ୍ମା ଅଂଚଳବାସୀଙ୍କୁ କରୋନା ସଂକ୍ରମଣ ସମ୍ପର୍କରେ ସଚେତନ କରୁଛନ୍ତି । ସେମାନଙ୍କୁ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ବୁଝାଉଥିବାରୁ ପ୍ରଶଂସାର ପାତ୍ର ପାଲଟିଛନ୍ତି । ସେ ପ୍ରତିଦିନ ସମସ୍ତଙ୍କ ଘରକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝୁଛନ୍ତି । ଆସନ୍ନ ପ୍ରସବା କିମ୍ବା ରୋଗରେ ପୀଡ଼ିତଙ୍କୁ ଆମ୍ବୁଲାନ୍ସ ଡାକିି ଡାକ୍ତରଖାନା ନେଉଛନ୍ତି । ପଦ୍ମା ନିଜ ସହକର୍ମୀଙ୍କ ସହିତ ପ୍ରତିମାସ ୯ରେ  ଅଣ୍ଡ୍ରାହାଲ ପଂଚାୟତରେ ବୁଲିବୁଲି ଗର୍ଭବତୀଙ୍କୁ ଏକାଠି କରି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ ପାଇଁ ମୁଦୁଲିପଡ଼ା ଡାକ୍ତରଖାନା ନିଅନ୍ତି । ଅଣ୍ଡ୍ରାହାଲ ଭଳି ଦୁର୍ଗମ ଓ ଅପହଂଚ ଅଂଚଳରେ ରାସ୍ତାଘାଟ ଓ ଯୋଗାଯୋଗ ସମସ୍ୟା ରହିଥାଏ । ଏସବୁ ପଦ୍ମାଙ୍କୁ ସମ୍ମୁଖୀନ ହେବାକୁ ପଡେ । ତାଙ୍କର ଏପରି ଅବିରତ ସେବା ମନୋବୃତିକୁ ଟୁଇଟ୍ କରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଦ୍ମାଙ୍କ ସେବା ପାଇ ଅଂଚଳବାସୀ ମଧ୍ୟ ତାଙ୍କର ପ୍ରଶଂସା କରିବାକୁ ଭୁଲି ନାହାନ୍ତି । ପଦ୍ମା କହନ୍ତି ଯେ, ଲୋକମାନଙ୍କୁ ଉପଯୁକ୍ତ ସେବା ଯୋଗାଇବାରେ ସେ ବେଶ୍ ଖୁସି ଅନୁଭବ କରନ୍ତି । ଲୋକଙ୍କ ପାଖରେ ପହଂଚିବା, ଲୋକଙ୍କୁ ସେବା ଯୋଗାଇ ଦେବାରେ ଅନେକ କଷ୍ଟ ଆସିଲେ ମଧ୍ୟ ସେ ସବୁକୁ ଭ୍ରୁକ୍ଷେପ କରେନାହିଁ ବୋଲି କହନ୍ତି ପଦ୍ମା । 

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami