ଦିଲ୍ଲୀକୁ ଯେମିତି ମୁଁ ଚଳାଉଛି, ସେଥିଲାଗି ନୋବେଲ୍ ମିଳିବା ଦରକାର

Above Post Content

ନୂଆଦିଲ୍ଳୀ: ସର୍ବଦା ତାଙ୍କର କଥା ଓ କାର୍ଯ୍ୟକଳାପ ପାଇଁ ଚର୍ଚ୍ଚାରେ ରହିଥାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ନିକଟରେ ତାଙ୍କର ଏକ ବୟାନ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି । ଅନେକ ଜଟିଳ ପରିସ୍ଥିତି ସତ୍ତ୍ୱେ ସେ ଯେଉଁଭଳି ଭାବେ ଦିଲ୍ଲୀକୁ ଚଳାଇଛନ୍ତି ସେଥିପାଇଁ ତାଙ୍କୁ ନୋବେଲ୍ ପୁରସ୍କାର ମିଳିବା ଉଚିତ ବୋଲି କହିଛନ୍ତି କେଜ୍ରିୱାଲ୍ । ତାଙ୍କର ଏପରି ମନ୍ତବ୍ୟ ପାଇଁ ଏବେ ତାଙ୍କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

ବିଜେପି ହଇରାଣ କରୁଥିବା ନେଇ କଲେ ଅଭିଯୋଗ

After 2nd paragraph post ads
Middle post content

ଏକ ସାଧାରଣ ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାର ଏବଂ ଦିଲ୍ଲୀର ଉପରାଜ୍ୟପାଳଙ୍କ ବିରୋଧରେ ବର୍ଷିବା ସହ ଏମିତି କହିଛନ୍ତି କେଜ୍ରିୱାଲ । ତାଙ୍କୁ ଓ ଦିଲ୍ଲୀବାସୀଙ୍କୁ ବିଜେପି ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି । ଯେଉଁଭଳି ଭାବେ ତାଙ୍କୁ ହଇରାଣ କରାଯାଉଛି ଆଉ ସେ ସରକାର ଚଳାଉଛନ୍ତି ଏଥିପାଇଁ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରିବା ଦରକାର ବୋଲି କେଜ୍ରିୱାଲ କହିଛନ୍ତି । ସେ ଆହୁରି ବି କହିଛନ୍ତି ଯେ ବିଭିନ୍ନ ପ୍ରକାରର ଅସୁବିଧା ସତ୍ତ୍ୱେ ସେ କିପରି ଭାବେ ଦିଲ୍ଲୀରେ ସରକାର ଚଳାଇଛନ୍ତି ତାହା କେବଳ ତାଙ୍କୁ ହିଁ ଜଣା ।

ହଇରାଣ ହେଲେ ବି ଜିଲାବାସୀଙ୍କ ସେବା କରିବେ କେଜ୍ରିୱାଲ

ବାରମ୍ବାର ହଇରାଣ କଲେ ମଧ୍ୟ ଦିଲ୍ଲୀବାସୀଙ୍କ ସେବା କରିବେ ବୋଲି ସେ ତାଙ୍କ ଭାଷଣରେ କହିଛନ୍ତି । ଆଗାମୀ ଲୋକସଭା ନିର୍ବାଚନରେ ଦିଲ୍ଲୀବାସୀଙ୍କୁ ୭ରୁ ୭ ସାଂସଦ ଆସନରେ ଆପ-କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଅପିଲ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ମଧ୍ୟ ଇଡିରେ ହାଜର ହୋଇନାହାନ୍ତି । ଇଡି ସପ୍ତମ ଥର ପାଇଁ ସମନ କରି ହାଜର ହେବାକୁ କହିଥିଲା । କୋର୍ଟଙ୍କ ରାୟ ପରେ ହାଜର ହେବା ବାବଦରେ ନିଷ୍ପତି ନିଆଯିବ ବୋଲି ଆପ୍ ପକ୍ଷରୁ କୁହାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami