କେଜ୍ରିୱାଲ୍‌ଙ୍କୁ ସପ୍ତମ ସମନ ଜାରି କଲା ଇଡି

Above Post Content

ନୂଆଦିଲ୍ଳୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସପ୍ତମ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) । ଦିଲ୍ଲୀର ଅବକାରୀ ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଏହି ସମନ ଜାରି କରିଛି ଇଡ଼ି । ଆମ୍ ଆଦମୀ ପାର୍ଟି (ଆପ୍‌) ସୁପ୍ରିମୋଙ୍କୁ ଆସନ୍ତା ୨୬ ତାରିଖରେ କେନ୍ଦ୍ରୀୟ ଏଜେନ୍ସିରେ ହାଜର ହେବାକୁ କୁହାଯାଇଛି । ବେଆଇନ ବୋଲି କହି ପୂର୍ବରୁ ୬ଟି ଡାକରାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏଡ଼ାଇ ଦେଇ ସାରିଛନ୍ତି । ଏକ ବିବୃତିରେ ଆପ୍ ଦୋହରାଇଥିଲା ଯେ, କେଜ୍ରିୱାଲଙ୍କ ନିକଟକୁ ପଠାଯାଇଥିବା ସବୁ ସମନ ବେଆଇନ ଏବଂ ଏହି ମାମଲା ବର୍ତ୍ତମାନ କୋର୍ଟରେ ଅଛି ।

Middle post content

କେବେ ବି ହାଜର ହୋଇନାହାନ୍ତି କେଜ୍ରିୱାଲ

After 2nd paragraph post ads

କେଜ୍ରିୱାଲ୍‌ଙ୍କ ଦଳ ପକ୍ଷରୁ କୁହାଯାଇଥିଲା ଯେ, ଇଡି ନିଜେ କୋର୍ଟ ନିକଟକୁ ଯାଇଥିଲେ । ବାରମ୍ବାର ସମନ ପଠାଇବା ପରିବର୍ତ୍ତେ ଇଡି କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ । ଗତ ଫେବ୍ରୁଆରି ୧୪ ତାରିଖରେ ତଦନ୍ତକାରୀ ସଂସ୍ଥା କେଜ୍ରିୱାଲଙ୍କୁ ଷଷ୍ଠ ସମନ ଜାରି କରି ଫେବ୍ରୁଆରି ୧୯ ତାରିଖରେ ହାଜର ହେବାକୁ କହିଥିଲା । ହେଲେ ଯାଇ ନ ଥିଲେ କେଜ୍ରିୱାଲ୍ । ଆପ୍ ସୁପ୍ରିମୋ ଏପର୍ଯ୍ୟନ୍ତ ସମସ୍ତ ଇଡି ସମନକୁ ଏଡ଼ାଇ ଦେଇଛନ୍ତି । ଇଡିର ସମସ୍ତ ସମନ୍ ଆଇନଗତ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଛନ୍ତି କେଜ୍ରିୱାଲ୍‌ଙ୍କ ଟିମ୍ । ପୂର୍ବ ପାଞ୍ଚ ଥର ୨୦୨୪ ମସିହା ଫେବ୍ରୁଆରି ୨, ଜାନୁଆରି ୧୮, ଜାନୁଆରି ୩, ଏବଂ ୨୦୨୩ ମସିହା ଡିସେମ୍ବର ୨୨, ଓ ନଭେମ୍ବର ୨ରେ ଇଡିରେ ପହଞ୍ଚିବାକୁ କେଜ୍ରିୱାଲ୍‌ଙ୍କୁ ଡକା ଯାଇଥିଲା । ଗତ ଫେବ୍ରୁଆରି ୧୭ ତାରିଖରେ, ଦିଲ୍ଲୀର ଏକ କୋର୍ଟ କେଜ୍ରିୱାଲଙ୍କୁ ମାର୍ଚ୍ଚ ୧୬ ତାରିଖରେ ହାଜର ହେବାକୁ ଅନୁମତି ଦେଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami