ଲୋକଙ୍କ ପାଇଁ ଚଳନ୍ତି ଭଗବାନ ‘ସୂରଜ’

ବାଲେଶ୍ୱର ଜିଲ୍ଲାର ନୀଳଗିରି ଉପଖଣ୍ଡ ହେଉଛି ଆଦିବାସୀ ଅଧ୍ୟୁଷିତ ଅଂଚଳ । ନୀଳଗିରିରେ ବସବାସ କରୁଥିବା ଜନସଂଖ୍ୟାର ପ୍ରାୟ ତିନି ଭାଗ ଆଦିବାସୀ । କରୋନା ମହାମାରୀ ବିପତି ଗାଁକୁ ଛୁଇଁବା ପରେ ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବା ମିଳିବା କଷ୍ଟକରକରୋନା ଦ୍ୱିତୀୟ ଲହରିରେ ଗାଁ ଗଣ୍ଡାର ଘରେ ଘରେ ସଂକ୍ରମଣ ମାତିଛି । କରୋନା ମହାମାରୀ ବେଳେ ସଚେତନ ନ ଥିବା ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଯୁବ ଡାକ୍ତର ସୂରଜ । ପୂରାନାମ ସୂରଜ କୁମାର ଜେନା । ପୂର୍ବରୁ ଗାଁରେ ପହଂଚି କ୍ୟାମ୍ପ କରି ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିଲେ ଡାକ୍ତର ସୂରଜ । ଏବେ ମହାମାରୀ ସମୟରେ ଗାଁରେ କ୍ୟାମ୍ପ କରି ସେବା ଯୋଗାଇବା ସମ୍ଭବ ହେଉନି ସତ, ତେବେ ଡାକ୍ତରଙ୍କ ଇଚ୍ଛାଶକ୍ତି ଓ ମନୋବଳ ଆଗରେ ମହାମାରୀ ମୁଣ୍ଡ ନୁଆଁଇଛି । ମେଡିକାଲରେ ରୋଗୀଙ୍କୁ ସେବା ଯୋଗାଇ ସାରିବା ପରେ ଡିଜିଟାଲ ମାଧ୍ୟମ ଅର୍ଥାତ୍ ଭିଡିଓ କଲ୍ ଜରିଆରେ ରୋଗୀ ଦେଖୁଛନ୍ତି ସୂରଜ । ଏହାସହ କରୋନା ବାବଦରେ ଲୋକଙ୍କୁ ସଚେତନ ବି କରୁଛନ୍ତି ସେ । ପୂର୍ବରୁ ଆଦିବାସୀ ଇଲାକାରେ ଅବସର ସମୟରେ ରୋଗୀ ସେବା କରୁଥିଲେ ନୀଳଗିରି ଉପଖଣ୍ଡ ସନ୍ତରାଗଡ଼ିଆ ଅଂଚଳର ଏହି ଯୁବ ଡାକ୍ତର । ଯିଏକି ଏମ୍‌ବିବିଏସ୍ ପରେ ରୋଗୀଙ୍କ ସେବାକୁ ବ୍ରତ କରି କାର୍ଯ୍ୟ କରି ଚାଲିଛନ୍ତି । ୨୦୦୯ ମସିହା ମାର୍ଚ୍ଚ ମାସଠୁ ନୀଳଗିରିର ବରହମ୍‌ପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୂରଜ ନିଯୁକ୍ତି ପାଇଲେ । ରୋଗୀ ସେବା ଯୋଗାଇବା ସହ ଯେଉଁ ଗାଁକୁ ଆମ୍ବୁଲାନ୍ସ ଯିବା ସମ୍ଭବ ନୁହେଁ, ସେହି ପାହାଡ଼ି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବାଇକ୍ ଯୋଗେ ପହଂଚି କ୍ୟାମ୍ପ କରି ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ମାଗଣା ଔଷଧ ବି ଯୋଗାଉଥିଲେ । ଏବେ କରୋନା ମହାମାରୀ ପାଇଁ ଲୋକଙ୍କୁ ଏକଜୁଟ୍ କରିବା ସମ୍ଭବ ନୁହଁ, ତଥାପି ସେ ତାଙ୍କ ଅଂଚଳବାସୀଙ୍କଠୁ ଦୂରେଇ ନାହାନ୍ତି । ମହାମାରୀ ବି ଡାକ୍ତର ସୂରଜଙ୍କ ଆଗରେ ହାର ମାନିଛି । ସ୍ୱାସ୍ଥ୍ୟକେନ୍ଦ୍ରରେ କାମ ସମୟରେ ମେଡିକାଲରେ ରୋଗୀଙ୍କୁ ଉତମ ସେବା ଯୋଗାଇବା ପରେ ନିଜ ଘରକୁ ଯାଇ ବିଶ୍ରାମ ନେଉନାହାନ୍ତି । ରୋଗୀସେବା ପାଇଁ ଡିଜିଟାଲ ପ୍ଲାଟଫର୍ମକୁ ଆପଣେଇ ରୋଗୀଙ୍କୁ ସେବା ଯୋଗାଉଛନ୍ତି । ଭିଡିଓ କଲ ମାଧ୍ୟମରେ ରୋଗୀଦେଖି ଔଷଧ ପାଇଁ ପ୍ରେସ୍‌କ୍ରିପ୍‌ସନ୍ ବି କରୁଛନ୍ତି, ତାହା ବି ସମ୍ପୂର୍ଣ୍ଣରେ ମାଗଣାରେ । ମହାମାରୀର ପ୍ରଥମ ଲହରରେ କୋଭିଡ୍ ଡ୍ୟୁଟି କରିଥିବାବେଳେ ଆଜି ଯାଏ ହଜାର ହଜାର କୋଭିଡ୍ ରୋଗୀଙ୍କୁ ନିଜସ୍ୱ ପ୍ରୟାସରେ ଚିକିତ୍ସା କରିଥିବା ସେ କହିଛନ୍ତି । ତେବେ ଆଦିବାସୀ ବହୁଳ ଅଂଚଳରେ ଦିନରାତି ଅହରହ ସେବା ଯୋଗାଉଥିବା ଡାକ୍ତର ସୂରଜଙ୍କୁ ଦେବଦୂତ ବୋଲି ନୀଳଗିରି ଅଂଚଳବାସୀ କହୁଛନ୍ତି । କରୋନା ସମୟରେ ରୋଗୀଙ୍କ ମନୋବଳକୁ ସୁଦୃଢ଼ କରିବାରେ ଡାକ୍ତର ସୂରଜ ଗ୍ରହଣ କରିଥିବା ପଦକ୍ଷେପକୁ ନେଇ ଏବେ ସେ ସାଧାରଣରେ ଓ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିବା ସହ ପ୍ରଶଂସା ସାଉଁଟିଛନ୍ତି । ତାଙ୍କଠାରୁ ସେବା ପାଇ ଲୋକେ ତାଙ୍କୁ ଚଳନ୍ତି ଭଗବାନ ଆଖ୍ୟା ଦେଇଛନ୍ତି ।

advises patientsbalasore districtconducting free medical checkupscorona awarenesscorona second wavedistributes free medicinesdoctorDr. Suraj Jenamedical checkups through video callsnilagiri areapatient care via digital platformsserving at Raj Berhampur CHCsocial media popularitysuraj kumar jenatribal peoplesyoung doctorକରୋନା ଦ୍ୱିତୀୟ ଲହରିକରୋନା ମହାମାରୀନୀଳଗିରିର ବରହମ୍‌ପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରବାଲେଶ୍ୱର ଜିଲ୍ଲାର ନୀଳଗିରି ଉପଖଣ୍ଡମାଗଣା ଔଷଧମାଗଣା ସ୍ୱାସ୍ଥ୍ୟସେବାଯୁବ ଡାକ୍ତର ସୂରଜରୋଗୀସେବା ପାଇଁ ଡିଜିଟାଲ ପ୍ଲାଟଫର୍ମସୂରଜ କୁମାର ଜେନାସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami