କରୋନା ଟାଇମ: ଅଳ୍ପ ରିସ୍କ ନେଲେ ETFରୁ ମିଳିବ ବଢିଆ ରିଟର୍ଣ୍ଣ

ମହାମାରୀ ସମୟରେ ଅର୍ଥ ଆବଶ୍ୟକତାକୁ କେମିତି ପୁରା କରିବେ ?

କରୋନା ଭାଇରସର ପ୍ରଭାବ ଅର୍ଥନୀତି ଉପରେ ପଡିଛି । ପୁରା ଦୁନିଆ ଏହା ଦ୍ୱାରା ପ୍ରଭାବିତ ହୋଇଛି । ଏହି ଭାଇରସ ଖାଲି ଜୀବନକୁ ବିପଦରେ ପକାଇ ନାହିଁ ଏହା ମଧ୍ୟ ଜୀବିକାକୁ ବିପଦରେ ପକାଇ ଦେଇଛି । ଏମିତିରେ ନିବେଶକ ବର୍ତ୍ତମାନ ନିବେଶ କରିବେ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଭିତରେ ଅଛନ୍ତି । କରୋନା କାଳର ତୁଳନା ୧୯୨୮ର ଗ୍ରେଟ୍ ଡିପ୍ରେସନ୍ ସହ କରାଯାଉଛି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ନିବେଶକଙ୍କୁ ନିବେଶର ଏମିତି ମାଧ୍ୟମ ବାଛିବାକୁ ପଡିବ, ଯାହା ସେମାନଙ୍କ ଲକ୍ଷ୍ୟ ପୁରା କରିବା ସହ ସେମାନଙ୍କ ରିସ୍କ ନେବା କ୍ଷମତା ଅନୁସାରେ ଅର୍ଥ ଆବଶ୍ୟକତାକୁ ମଧ୍ୟ ପୁରା କରୁଥିବ

ETF କଣ ?

ETF ସେୟାର ବଜାରରେ ଲିଷ୍ଟେଡ୍ ଏଭଳି ଫଣ୍ଡ୍ ଯାହାକୁ ଶେୟାର ଭଳି କିଣା ବିକା କରାଯାଇଥାଏ । ଏଥିରେ ମ୍ୟୁଚୁଆଲ ଫଣ୍ଡ୍ ଭଳି ଆକ୍ଟିଭ୍ ପୋର୍ଟଫୋଲିଓ ମ୍ୟାନେଜମେଣ୍ଟ୍ କରିବାକୁ ପଡିନଥାଏ । ତେଣୁ ଏହାକୁ ଇନଆକ୍ଟିଭ୍ ଇକ୍ୱିଟି ନିବେଶ ବୋଲି କୁହାଯାଇଥାଏ । ମ୍ୟୁଚୁଆଲ ଫଣ୍ଡ୍ ଭଳି ଏଥିରେ ନିବେଶ ଥିମ୍ ଅନୁସାରେ ଅନେକ ଶେୟାର ରହିଥାଏ । କିନ୍ତୁ ଏହାକୁ ଶେୟାର ବଜାରରେ କିଣାବିକା କରାଯାଇପାରେ । ଯେତେବେଳେକି ମ୍ୟୁଚୁଆଲ ଫଣ୍ଡକୁ ଶେୟାର ମାର୍କେଟରେ କିଣା ଯାଇପାରିବନି କି ବିକ୍ରି କରାଯାଇପାରିବନି । ଇଟିଏଫକୁ ରିୟଲ ଟାଇମ ବେସିସରେ କିଣା ବିକା ଯାଇପାରେ । କମ ଫଣ୍ଡ୍ ମ୍ୟାନେଜମେଣ୍ଟ୍ ଚାର୍ଜ କାରଣରୁ କିଛି ମ୍ୟୁଚୁଆଲ ଫଣ୍ଡ୍ ତୁଳନାରେ ଲମ୍ବା ଅବଧିରେ ଇଟିଏଫ୍ ଅଧିକ ଲାଭ ଦେଇଥାଏ ।

କରୋନା କାଳରେ ETF ରେ ନିବେଶ କେତେ ଭଲ ?

ସବୁ ପ୍ରକାରର ଆସେଟ୍ କ୍ଲାସରେ ନିବେଶର ଅଲଗା ରିସ୍କ ଥାଏ । ଅଧିକ ରିସ୍କ ପାଇଁ ପ୍ରସ୍ତୁତ ଥିବା ନିବେଶକ ଯେଉଁମାନେ ରିଟାୟରମେଣ୍ଟ୍ ଭଳି ଲମ୍ବା ଅବଧିର ଲକ୍ଷ୍ୟକୁ ଧ୍ୟାନରେ ରଖି ଇକ୍ୱିଟିରେ ନିବେଶ କରିଥାନ୍ତି ସେମାନଙ୍କ ପାଇଁ ଏହା ଭଲ ବିକଳ୍ପ ହୋଇଥାଏ ।

ଲମ୍ବା ଅବଧି ଲକ୍ଷ୍ୟ ପାଇଁ ETF ଉତ୍ତମ

କୋଭିଡ୍ ୧୯ ପ୍ରଭାବ ଅସ୍ଥାୟୀ । ବଜାର ଏହି ଫେଜରୁ ଦିନେ ନା ଦିନେ ଉବୁରି ଯିବ । ଏଭଳି ନିବେଶକ ଯେଉଁମାନେ ସେନସେକ୍ସ ଓ ନିଫ୍ଟି ୫– ଭଳି ଇଣ୍ଡେକ୍ସ ଧରଣର ରିଟର୍ଣ୍ଣ ଚାହାନ୍ତି ସେମାନଙ୍କ ପାଇଁ ଇଟିଏଫ୍ ଭଲ ବିକଳ୍ପ ହୋଇପାରିବ । ସେହିଭଳି ଗୋଲ୍ଡ ଇଟିଏଫରେ ମଧ୍ୟ ସେମାନଙ୍କୁ ଷ୍ଟୋରେଜ୍ ଓ ସୁଦ୍ଧତାର ଚିନ୍ତା ନକରି ସୁନାରେ ନିବେଶର ସୁଯୋଗ ଦେଇଥାଏ ।

ଗୋଲ୍ଡ ETF ରୁ ମିଳିବ ଭଲ ରିଟର୍ଣ୍ଣ

ନିମ୍ନଗାମୀ ବଜାରରେ ଗୋଲ୍ଡ ଇଟିଏଫକୁ ନିବେଶକ ସୁରକ୍ଷିତ ନିବେଶ ଭାବେ ଦେଖୁଛନ୍ତି । କେବଳ ଏହି କାରଣରୁ ଏଥିରେ ୬ ବର୍ଷ ଭିତରେ ଏଭଳି ବଡ ଧରଣର ନିବେଶ ଦେଖିବକୁ ମିଳୁଛି । ବିଶେଷଜ୍ଞଙ୍କ ଅନୁସାରେ ଯେଉଁ ନିବେଶକ ମାନେ ଲିକ୍ୱିଡିଟି ଚାହାନ୍ତି ସେମାନଙ୍କ ପାଇଁ ଗୋଲ୍ଡ ଇଟିଏଫ୍ ଏକ ଉତ୍ତମ ବିକଳ୍ପ

ଇଣ୍ଡେକ୍ସ ETF ର କଷ୍ଟ କମ

କରୋନା କାଳରେ ଇଟିଏଫରେ ନିବେଶ ସଠିକ ବୋଲି ବିଶେଷଜ୍ଞ କୁହନ୍ତି । ଏହାର ଅନେକ କାରଣ ରହିଛି । ଯେମିତି ଏହାର କଷ୍ଟ୍ କମ । ବଜାରରେ ଉପଲବ୍ଧ ଥିବା ଅଧିକାଂଶ ଇଣ୍ଡେକ୍ସ ଆଧାରିତ ଇଟିଏଫରେ ଏକ୍ସପେଂସ ରେସିଓ ୦.୦୧ରୁ ୦.୯୭ ପ୍ରତିଶତ ରେଂଜରେ ଥାଏ ।

ETFETF in IndiaETF InvestmentsETF VS Index FundETF VS Mutual FundExchange Traded FundFinancial Problem SolutionGold ETF IndiaHigh ReturnHow to Invest in Gold ETFInactive Equity Investmentlow costLow RiskShare Marketଅଧିକ ଲାଭଅର୍ଥ ଆବଶ୍ୟକତାଇଟିଏଫ୍ଇନଆକ୍ଟିଭ୍ ଇକ୍ୱିଟି ନିବେଶକଷ୍ଟ୍ କମକୋଭିଡ୍ ୧୯ ପ୍ରଭାବଗୋଲ୍ଡ ଇଟିଏଫଶେୟାର ବଜାରରେ କିଣାବିକା
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami