ଆଛେ ଦିନ କୁଆଡେ ଗଲା ? ହାଣ୍ଡିଶାଳରୁ ପେଟ୍ରୋଲ ପମ୍ପ ସବୁଠି ମହଙ୍ଗା ମାଡ଼

ଆଛେ ଦିନର ଘୋଡ଼ା ଉପରେ ସବାର ହୋଇ ୨୦୧୪ରେ ମୋଦି କ୍ଷମତାକୁ ଆସିଥିଲେମୋଦି ଆସିଲେ ପେଟ୍ରୋଲ ଦର କମିବ, ମୋଦି ଆସିଲେ ଡାଲି, ତେଲ ଦର କମିବ । ଏମିତି ପ୍ରତିଶ୍ରୁତିର ପାହାଡ ଛିଡା କରି ମୋଦି ସରକାର କ୍ଷମତାକୁ ଆସିଥିଲେ । କିନ୍ତୁ ମୋଦିଙ୍କ ଦ୍ୱିତୀୟ ପାଳିରେ ଲାଗୁଛି ସବୁ ପ୍ରତିଶ୍ରୁତି କେବଳ ପ୍ରତାରଣା ହୋଇଯାଇଛି । ଯେଉଁମାନେ ଦିନେ କହୁଥିଲେ ମୋଦି କ୍ଷମତାକୁ ଆସିଲେ ପେଟ୍ରୋଲ ଲିଟର ପିଛା ୩୫ ଟଙ୍କା ପଡିବ ସେମାନେ ଏବେ ନିଜ ପୁରୁଣା ଟ୍ୱିଟକୁ ଖୋଜି ଖୋଜି ଡିଲିଟ୍ କରୁଛନ୍ତି । ଏହି ଟ୍ୱିଟ୍ ଡିଲିଟ୍ କରିବା ବ୍ୟକ୍ତିଙ୍କ ତାଲିକାରେ ଅଛି ବାବା ରାମଦେବଙ୍କ ନାମ

କାର୍ତ୍ତିକରେ ପରିବା ଦେଖିଲେ ପାଟିରୁ ବାହାରୁଛି ହେ ରାମ !

ବାବା ରାମଦେବ ସେତେବେଳେ କ’ଣ କହିଥିଲେ ଏବେ ଲୋକଙ୍କ ପାଇଁ ମାଇନା ରଖେ ନାହିଁକାରଣ ଏବେ ସେମାନଙ୍କ ହାଣ୍ଡିଶାଳରେ ପଡିଛି ଚଡକଗ୍ୟାସଠାରୁ ଡାଲି ସବୁ ଏବେ ମହଙ୍ଗାକାର୍ତ୍ତିକ ମାସ ଆସ୍ଥାର ମାସ । ପବିତ୍ର କାର୍ତ୍ତିକରେ ହିନ୍ଦୁ ଆମିଶ ଭୋଜନକୁ ତ୍ୟାଗ କରିଥାନ୍ତି । ଏହି ମାସରେ ସାଧାରଣତଃ ପରିବା ବଜାରରେ ଅଧିକ ଭିଡ ହୋଇଥାଏ । କିନ୍ତୁ ଏବେ ପରିବା ବଜାରରେ ସେତେ ଗହଳି ନାହିଁ । ଆଉ ଯଦି ବି ଗହଳି ଅଛି ତେବେ ଲୋକଙ୍କ ବ୍ୟାଗର ଓଜନ କମ । କାର୍ତ୍ତିକ ମାସ ଆସିବା ସହିତ ସବୁଜ ପନିପରିବା ଦର ଆକାଶ ଛୁଇଁଛି । ଯାହାର ସିଧା ପ୍ରଭାବ ଗରିବ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାରଙ୍କ ଉପରେ ପଡିଛି ।

ପରିବା ବଜାରର ଦର ଅନେକଙ୍କୁ ପରିବା ବଜାରରୁ ଦୁରେଇ ରହିବାକୁ ବାଧ୍ୟ କରୁଛିବାଇଗଣ ୭୦ରୁ କମ ନାହିଁ । କେଉଁଠି କେଉଁଠି ବାଇଗଣ ୧୦୦ ଟଙ୍କାରେ ବିକ୍ରି ହେଉଛିକଲରା ଅତିକମରେ ୬୦ଟମାଟ ୬୦ ଉପରେକଂଚା ଲଙ୍କା ଶହେ ଗ୍ରାମକୁ ୧୦ରୁ ୧୫ ଟଙ୍କାଶାଗ ବିଡା ୨୦ ଟଙ୍କା । ପିଆଜ ୫୦ ଉପରେ ।

ହୋଟେଲ ଖାଇବା ଲୋକଙ୍କୁ ବାଧିବ

ଇଏ ତ’ ଗଲା ଘରେ ରୋଷେଇ କରି ଖାଉଥିବା ଲୋକଙ୍କ କଥା । ସୋମବାର ଥିଲା ସେଇ ଲୋକଙ୍କ ପାଇଁ ଖରାପ ଦିନ ଯେଉଁମାନେ ଘର ଛାଡି ବାହାରେ ରୁହନ୍ତି । ହୋଟେଲ ସେମାନଙ୍କ ପାଇଁ ଭରସାଏବେ ହୋଟେଲରେ ଖାଦ୍ୟ ରେଟ୍ ବଢିବା ପକ୍କା । କାରଣ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ଏକାଥରକେ ୨୬୬ ଟଙ୍କା ବଢିଛି ।

୨୦୧୪ରେ ମୋଦିachhe dinbaba ramdev's tweetfrom gas to pulses everything is expensivekartik monthModi 2.0Modi came to power in 2014vegetable price sky highଆଛେ ଦିନକାର୍ତ୍ତିକ ମାସଗ୍ୟାସଠାରୁ ଡାଲି ସବୁ ଏବେ ମହଙ୍ଗାବାଇଗଣ ୭୦ରୁ କମ ନାହିଁବାବା ରାମଦେବମୋଦିଙ୍କ ଦ୍ୱିତୀୟ ପାଳିସବୁଜ ପନିପରିବା ଦର ଆକାଶ ଛୁଇଁଛି
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami