ଆମେରିକା ରାଷ୍ଟ୍ରପତିଙ୍କ ‘ନ୍ୟୁକ୍ଲିୟର ଫୁଟବଲ୍’ ଗାଏବ ହୋଇଗଲେ କ’ଣ ହେବ ?

ଆମେରିକାରେ ଏଇ କିଛିଦିନ ହେବ ରାଷ୍ଟ୍ରପତିଙ୍କ ସହିତ ସବୁବେଳେ ଥିବା କଳା ରଙ୍ଗର ସୁଟକେସ ନ୍ୟୁକ୍ଲିୟର ଫୁଟବଲର ସୁରକ୍ଷାକୁ ନେଇ ବେସ ଚର୍ଚ୍ଚା ହେଉଛି । ଏଭଳି ଚର୍ଚ୍ଚାର କାରଣ ହେଉଛି ନିକଟରେ ଏକ ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଜାନୁଆରୀ ୬, ୨୦୨୧ର ୟୁଏସ କ୍ୟାପିଟାଲ ହିଲ ଉପରେ ଟ୍ରମ୍ପ ସମର୍ଥକଙ୍କ ଆକ୍ରମଣ କାଳରେ ଏହି ସୁଟକେସ ଦଙ୍ଗାକାରୀଙ୍କ କବଜାକୁ ଆସୁ ଆସୁ ବଂଚିଥିଲା । କୁହାଯାଉଛି ଯେ, ଏହି ସୁଟକେସର ଗୋଟିଏ କପ ଉପରାଷ୍ଟ୍ରପତିଙ୍କ ପାଖରେ ଥାଏ । ସେତେବଳେର ଉପରାଷ୍ଟ୍ରପତି ମାଇକ୍ ଫେନ୍ସ ଦଙ୍ଗାକାରୀଙ୍କ ହାବୁଡରେ ପଡିଥିଲେ । ଦଙ୍ଗାକାରୀ ମାଇକ୍ ଓ ସୁଟକେସ ପାଖରୁ ମାତ୍ର ଶହେ ଫୁଟ ଦୁରରେ ଥିଲେ । ତେବେ ସୌଭାଗ୍ୟବଶତଃ ସେମାନଙ୍କ ନଜର ମାଇକଙ୍କ ଉପରେ ପଡିନଥିଲା । ଏମିତିରେ ପ୍ରଶ୍ନ ଉଠୁଛି ଯେ, ଯଦି ନ୍ୟୁକ୍ଲିୟର ଫୁଟବଲ ଦଙ୍ଗାକାରୀଙ୍କ ହାତରେ ପଡିଥାନ୍ତା ତେବେ ସେମାନେ କ’ଣ କୌଣସି ଦେଶ ଉପରେ ପରମାଣୁ ଆକ୍ରମଣ କରିପାରିଥାନ୍ତେ ?

ସୁଟକେସ୍ ଆଉ କାହା ହାତରେ ପଡିଲେ ବି ବିପଦ ନାହିଁ

ଆମେରିକୀୟ ସୁରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ନ୍ୟୁକ୍ଲିୟର ଫୁଟବଲ ସୁଟକେସ୍ ଆଉ କାହା ହାତରେ ପଡିଲେ ମଧ୍ୟ ବିଶ୍ୱ ସୁରକ୍ଷା ପାଇଁ କୌଣସି ବିପଦ ନାହିଁ । କାରଣ ପରମାଣୁ କ୍ଷପଣାସ୍ତ୍ର ଲଂଚ କରିବାକୁ ଏକ ଲଂଚ୍ କୋଡ୍ ଆବଶ୍ୟକ । ଯାହା କେବଳ ଆମେରିକା ରାଷ୍ଟ୍ରପତିଙ୍କ ପାଖରେ ଥାଏ । ତେବେ ଏବେ ଆମେରିକା ପ୍ରଶାସନ ମଧ୍ୟ ନ୍ୟୁକ୍ଲିୟର ଫୁଟବଲ ଗାଏବ ହେବା ପରିସ୍ଥିତିରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ପରିସ୍ଥିତିର ମୁଲ୍ୟାଙ୍କାନ କରିବାକୁ ନିଷ୍ପତି ନେଇଛି ।

ନ୍ୟୁକ୍ଲିୟର ଫୁଟବଲ ବା ବିସ୍କିଟ୍ କ’ଣ ?

ଆମେରିକା ରାଷ୍ଟ୍ରପତିଙ୍କ ସହିତ ସଦାସର୍ବଦା କଳା ରଙ୍ଗର ଏକ ସୁଟକେସ୍ ରହିଥାଏ । ଏହି ସୁଟକେସର ଯୁଦ୍ଧ ଯୋଜନା, ଆକ୍ରମଣକୁ ମଂଜୁରି ଦେବା ସମ୍ବନ୍ଧିତ କମ୍ପ୍ୟୁଟର କୋଡ୍ ଓ କମ୍ୟୁନିକେସନ୍ ଡିଭାଇସ ରହିଥାଏ । ଏହାର ଓଜନ ପାଖାପଖି ୨୦କିଲୋ । ଏହାକ ମଧ୍ୟ ନ୍ୟୁକ୍ଲିୟର ଫୁଟବଲ କୁହାଯାଇଥାଏ । ଅନ୍ୟପକ୍ଷରେ ‘ବିସ୍କିଟ୍’ ଏକ କାର୍ଡ୍, ଯାହା ଉପରେ ନ୍ୟୁକ୍ଲିୟର କୋଡ୍ ସବୁ ଲେଖାଥାଏ । ଏହି କାର୍ଡକୁ ଆମେରିକା ରାଷ୍ଟ୍ରପତି ସବୁବେଳେ ନିଜ ପାଖରେ ରଖିଥାନ୍ତି । ରାଷ୍ଟ୍ରପତିଙ୍କ ସହିତ ଉପରାଷ୍ଟ୍ରପତିଙ୍କ ପାଖରେ ମଧ୍ୟ ଏହି ନ୍ୟୁକ୍ଲିୟର ଫୁଟବଲ ଥାଏ । ଯଦି କୌଣସି କାରଣରୁ ରାଷ୍ଟ୍ରପତି ଅସମର୍ଥ ହୁଅନ୍ତି ତେବେ ଉପରାଷ୍ଟ୍ରପତି ଆଣବିକ ଆକ୍ରମଣ ଆରମ୍ଭ କରିପାରିବେ । ଏହି ଫୁଟବଲ ଭିତରେ ୩ରୁ ୫ ଇଂଚ ଲମ୍ବର ଏକ କାର୍ଡ୍ ରହିଥାଏ । କ୍ରେଡିଟ୍ କାର୍ଡ୍ ଭଳି ଦେଖା ଯାଉଥିବା ଏହି କାର୍ଡକୁ ବିସ୍କୁଟ୍ କୁହାଯାଏ । ଏଥିରେ ୫ଟି ଆଲାର୍ମ ଥାଏ ।

ନ୍ୟୁକ୍ଲିୟର ଫୁଟବଲ୍ ନେଇ କିଏ ଯାଏ ?

ଆମେରିକା ରାଷ୍ଟ୍ରପତିଙ୍କ ଅତି ନିକଟତମ ଓ ବିଶ୍ୱସ୍ତ ବ୍ୟକ୍ତିଙ୍କୁ ଏହି ସୁଟକେସ ସମ୍ଭାଳିବା ଦାୟିତ୍ୱ ମିଳିଥାଏ । ସେ ସବୁବେଳେ ରାଷ୍ଟ୍ରପତିଙ୍କ ସହିତ ଛାଇ ଭଳି ଥାନ୍ତି । ରାଷ୍ଟ୍ରପତି ଯେଉଁଠାକୁ ଯାଆନ୍ତି ସେଠାକୁ ଏହି ସୁଟକେସ୍ ନେଇ ସେହି ବ୍ୟକ୍ତି ମଧ୍ୟ ଯାଆନ୍ତି । ରାଷ୍ଟ୍ରପତିଙ୍କ ଏହି ସହଯୋଗୀ ତାଙ୍କ ସହିତ ଗୋଟିଏ କାରରେ ଯାଇଥାନ୍ତି । ଏମିତିକି ଗୋଟିଏ ଲିଫ୍ଟରେ ସେ ରାଷ୍ଟ୍ରପତିଙ୍କ ସହ ଯାଆନ୍ତି । ରାଷ୍ଟ୍ରପତିଙ୍କ ସୁରକ୍ଷା କରୁଥିବା ସିକ୍ରେଟ୍ ସର୍ଭିସେସ୍ ଏହି ବ୍ୟକ୍ତିଙ୍କ ସୁରକ୍ଷା କରନ୍ତି । ସୁଟକେସ ଗୋଟିଏ ଚମଡା ଷ୍ଟ୍ରାପ୍ ଦ୍ୱାରା ଏହି ବ୍ୟକ୍ତିଙ୍କ ହାତରେ ବନ୍ଧା ହୋଇ ରହିଥାଏ ।

america presidentblack color suitcasedonald trumplaunch codenuclear attacknuclear biscuitnuclear briefcasenuclear footballnuclear football disappearsnuclear football photoNuclear missile launchnuke coderioterssecret servicesus capitol hillUS security expertvice president mike penceଆମେରିକା ରାଷ୍ଟ୍ରପତିଆମେରିକୀୟ ସୁରକ୍ଷା ବିଶେଷଜ୍ଞଉପରାଷ୍ଟ୍ରପତି ମାଇକ୍ ଫେନ୍ସକଳା ରଙ୍ଗର ଏକ ସୁଟକେସ୍ଟ୍ରମ୍ପନ୍ୟୁକ୍ଲିୟର କୋଡ୍ନ୍ୟୁକ୍ଲିୟର ଫୁଟବଲ୍ପରମାଣୁ ଆକ୍ରମଣପରମାଣୁ କ୍ଷପଣାସ୍ତ୍ର ଲଂଚବିସ୍କିଟ୍ୟୁଏସ କ୍ୟାପିଟାଲ ହିଲସିକ୍ରେଟ୍ ସର୍ଭିସେସ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami