ଟ୍ୱାଇନଡେମିକ୍ କ’ଣ ? ଯାହା ୟୁରୋପରେ ସୃଷ୍ଟି କଲାଣି ଆତଙ୍କ

ଓମିକ୍ରନ ବିରୋଧରେ ଯୁଦ୍ଧ ଲଢୁଥିବା ୟୁରୋପରେ ଫ୍ଲୁ ମାମଲା ବଢିବାରେ ଲାଗିଛିଫ୍ଲୁ ଓ କରୋନା ଭାଇରସ ମହାମାରୀ ଏକା ସାଙ୍ଗରେ ବଢିବାକୁ ଟ୍ୱାଇନଡେମିକ୍ ନାମ ଦିଆଯାଇଛି । ଏହି ସ୍ଥିତି ୟୁରୋପ ପାଇଁ କେତେ ବିପଜ୍ଜନକ ତାହା ଗତବର୍ଷର ମାମଲାରୁ ବୁଝା ଯାଇପାରେ । ଗତ ବର୍ଷ ଯେତିକି ପରିମାଣରେ ଫ୍ଲୁ ମାମଲା ଆଶଙ୍କା କରାଯାଉଥିଲା ତା’ଠାରୁ ଢେର ଅଧିକ ମାମଲା ୟୁରୋପରେ ଦେଖିବାକୁ ମିଳିଥିଲା । ଏବେ ୟୁରୋପର ଅନେକ ଦେଶରେ ଦୁଇ ପ୍ରକାରର ମାମଲା ବଢିବାର ଆଶଙ୍କା କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ପ୍ରତିବର୍ଷ ଫ୍ଲୁ କାରଣରୁ ୬ ଲକ୍ଷ ୬୫ ହଜାର ମୃତ୍ୟୁ ହୋଇଥାଏ । ବିଶେଷଜ୍ଞଙ୍କ କହିବା ହେଉଛି କୋଭିଡ୍ ମଧ୍ୟରେ ଫ୍ଲୁ ମାମଲା ବଢିବା ଦ୍ୱାରା ସ୍ୱାସ୍ଥ୍ୟ ସେବା ଉପରେ ସିଧାସଳଖ ଓ ଜୋରଦାର ପ୍ରଭାବ ପଡିବ ।

କ’ଣ ପାଇଁ ଆସିଲା ଟ୍ୱାଇନଡେମିକ୍ ?

ଏକ ରିପୋର୍ଟ ଅନୁସାରେ ଡେଲଟା ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ବିଶ୍ୱରେ ସାମାଜିକ ଦୂରତା ନିୟମ ଢିଲା ହୋଇଥିଲା । ସାମାଜିକ ଦୂରତା ନିୟମ ହାଲୁକା ହେବା ଓ ମାସ୍କ୍ ପିନ୍ଧିବାରେ ଅବହେଳା କାରଣରୁ ଟ୍ୱାଇନଡେମିକ୍ ଆସିଛି । ଏହାର ଆହୁରି ମଧ୍ୟ ଅନେକ କାରଣ ରହିଛି । ୨୦୨୦ରେ ଲୋକଙ୍କ ମଧ୍ୟରେ ଇନଫ୍ଲୁଏନଜା ସଂକ୍ରମଣ କାରଣରୁ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଇଥିଲା । ଯାହା ଭାଇରସକୁ ସଂକ୍ରମଣ ପ୍ରସାର କରିବାରେ ସାହାଯ୍ୟ କରିଥିଲା । ତେଣୁ ଦୁର୍ବଳ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ଟ୍ୱାଇନଡେମିକର ଆଉ ଗୋଟିଏ କାରଣ

କେମିତି ଜାଣିବେ ଫ୍ଲୁ ହୋଇଛି ନା କୋଭିଡ୍ ?

ଏମିତିରେ ଫ୍ଲୁ ଓ କୋଭିଡର ଲକ୍ଷଣରେ ସମାନତା ରହିଛି । ତେବେ କିଛି ମାତ୍ରାରେ ଏହି ଦୁଇଟିକୁ ଚିହ୍ନଟ କରି ହେବ । ସାଧାରଣତଃ ଫ୍ଲୁ ସଂକ୍ରମଣ ହେବାରେ ୩ରୁ ୪ ଦିନ ପରେ ଲକ୍ଷଣ ଦେଖାଯାଇଥାଏ । ଆମେରିକୀୟ ଏଜେନ୍ସି ସିଡିସି ଅନୁସାରେ ଜର, କାଶ, ଗଳା ଦରଜ, ନାକ ବୋହିବା,ମୁଣ୍ଡବିନ୍ଧା,ମାଂସପେଶିରେ ଯନ୍ତ୍ରଣା, ଥକାପଣ ଓ ଡାଇରିଆ ଫ୍ଲୁ’ର ଲକ୍ଷଣ ହୋଇଥାଏ । ଅନ୍ୟପକ୍ଷରେ କୋଭିଡ୍ ସଂକ୍ରମିତ ହେଲେ ଲକ୍ଷଣ ୨ରୁ ୧୪ ଦିନ ମଧ୍ୟରେ ଦେଖାଯାଇଥାଏ । ନିଶ୍ୱାସ ନେବାରେ ସମସ୍ୟା, କମ୍ପ ଆସିବା, ଖାଇବା ସ୍ୱାଦ ବାରି ନପାରିବା ଓ ଗନ୍ଧ ନଜାଣି ପାରିବା ହେଉଛି କୋଭିଡର ଲକ୍ଷଣ ।

ଫ୍ଲୋରୋନାର ଉଦାହରଣ ସାମ୍ନାରେ ଅଛି, ତେଣୁ ରୁହନ୍ତୁ ସତର୍କ

ଦୁଇ ପ୍ରକାରର ସଂକ୍ରମଣର ବିପଦ ରହିଛି । ଆଉ ଗୋଟିଏ କଥା ହେଉଛି ଫ୍ଲୁ ଓ କରୋନାର ସଂକ୍ରମଣ ଗୋଟିଏ ସମୟରେ ଜଣେ ବ୍ୟକ୍ତିଙ୍କ ଠାରେ ରହିପାରେ । ନିକଟରେ ଇସ୍ରାଏଲର ଜଣେ ଗର୍ଭବତୀ ମହିଳାଙ୍କଠାରେ ସାମ୍ନାକୁ ଆସିଥିବା ଫ୍ଲୋରୋନା ଏହାର ଉଦାହରଣ । ଯେଉଁଥିରେ ଦୁଇ ପ୍ରକାରର ଭାଇରସ ଥିବାର ପ୍ରମାଣିତ ହୋଇଥିଲା । ତେଣୁ ଏଭଳି ମାମଲାରୁ ବଂଚିବାକୁ ହେଲେ ସତର୍କ ରହିବାକୁ ପଡିବ

corona viruscovid cases in europeeuropefloronafluinfluenzaomicron variantseasonal flutwindemic fluworld health organisationଆମେରିକୀୟ ଏଜେନ୍ସି ସିଡିସିଇନଫ୍ଲୁଏନଜା ସଂକ୍ରମଣକରୋନା ଭାଇରସକୋଭିଡ୍ ସଂକ୍ରମିତଟ୍ୱାଇନଡେମିକ୍ଫ୍ଲୁଫ୍ଲୋରୋନାବିଶ୍ୱ ସ୍ୱାସ୍ଥ୍ୟ ସଂଗଠନୟୁରୋପ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami