ଏୟାର ଇଣ୍ଡିଆ ୱାନ୍ କ’ଣ ? ପ୍ରଧାନମନ୍ତ୍ରୀଙ୍କୁ ବିଦେଶ ନେଇ ଯାଉଥିବା ବିମାନକୁ କାହିଁକି କୁହାଯାଏ ଉଡନ୍ତା ଦୁର୍ଗ ?

ଆମେରିକା ରାଷ୍ଟ୍ରପତି ଏୟାରଫୋର୍ସ ୱାନରେ ଯାତ୍ରା କରନ୍ତି । ଏୟାରଫୋର୍ସ ୱାନ୍ ହେଉଛି ଆମେରିକା ଶକ୍ତି ଓ ସାମର୍ଥ୍ୟର ପ୍ରତୀକ । ଏୟାରଫୋର୍ସ ୱାନରେ ଏଭଳି ସିଷ୍ଟମ ସବୁ ଅଛି ଯାହା ଆମେରିକା ରାଷ୍ଟ୍ରପତିଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇଥାଏ । ୨୦୦୧ରେ ଯେତେବେଳେ ଆମେରିକାର ୱାର୍ଲଡ୍ ଟ୍ରେଡ୍ ସେଣ୍ଟର ଉପରେ ଆକ୍ରମଣ ହୋଇଥିଲା , ସେତେବେଳ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ୍ ବୁଶ ଗୋଟିଏ ସ୍କୁଲରେ ଛୋଟ ପିଲାଙ୍କ ସହିତ କଥା ହେଉଥିଲେ । କିନ୍ତୁ ଯେମିତି ଆକ୍ରମଣ ଖବର ପହଂଚିଲା ସେମିତି ରାଷ୍ଟ୍ରପତିଙ୍କୁ ତୁରନ୍ତ ସୁରକ୍ଷାକର୍ମୀ ଏୟାରଫୋର୍ସ ୱାନରେ ବସାଇ ଆକାଶକୁ ନେଇ ଯାଇଥିଲେ । ଆକ୍ରମଣ ଆଶଙ୍କ ଦୁର ହେବା ପରେ ହିଁ ଏୟାରଫୋର୍ସ ୱାନ୍ ଲ୍ୟାଣ୍ଡ୍ କରିଥିଲାଏହିଥିରୁ ଜଣା ପଡେ ଏୟାରଫୋର୍ସ ୱାନର ସୁରକ୍ଷା ସିଷ୍ଟମକୁ ନେଇ ସୁରକ୍ଷା ଏଜେନ୍ସି କେତେ ନିଶ୍ଚିତ ଥିଲେ ।

ଭାରତରେ ମଧ୍ୟ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ପାଇଁ ବିଶେଷ ବିମାନ ରହିଛି । ଯାହାକୁ ଏୟାର ଇଣ୍ଡିଆ ୱାନ୍ କୁହାଯାଏ । କଷ୍ଟମ ମେଡ୍ ଏହି ବୋଇଂ ବି୭୭୭ ଭିଭିଆଇପି ବିମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଯାତ୍ରା କରିଛନ୍ତି । ଗତବର୍ଷ ଏହି ବିମାନ ରିଟାୟର୍ଡ କରିଥିବା ବୋଇଂ ୭୪୭ର ସ୍ଥାନ ନେଇଥିଲା । ତିନି ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ସେଠାରେ ମାର୍କିନ୍ ରାଷ୍ଟ୍ରପତି ଜୋ’ ବାଇଡେନ୍, ଉପରାଷ୍ଟ୍ରପତି କମଲା ହାରିସଙ୍କୁ ସାକ୍ଷାତ କରିବେ । ଏହା ସହିତ ସେ ଆମେରିକା ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଓ ଜାପାନ ପ୍ରଧାନମନ୍ତ୍ରୀ ୟୋସିଗେ ସୁଗାଙ୍କୁ ମଧ୍ୟ ସାକ୍ଷାତ କରିବେ ।

ପ୍ରଧାନମନ୍ତ୍ରୀଙ୍କ ବିମାନ ଯାତ୍ରାର ଗୋଟିଏ ଫଟୋ ଏବେ ଭାଇରାଲ ହେବାକୁ ଲାଗିଥିବା ବେଳେ ଏୟାର ଇଣ୍ଡିଆ ୱାନକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଛି । ଆସନ୍ତୁ ଜାଣିବା ଏହି ବିମାନ କେମିତି ବାକି ବିମାନଙ୍କଠାରୁ ଆଲଗା ।

ସୁରକ୍ଷା ବ୍ୟବସ୍ଥା

ଏହି ବିମାନରେ ଅତ୍ୟାଧୁନିକ ଇଲେକଟ୍ରୋନିକ୍ ୱାରଫାୟାର ସିଷ୍ଟମ ରହିଛି । ଏହି ବିମାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହେଲେ ଏହା ନିଜକୁ ରକ୍ଷା କରିବା ପାଇଁ ସକ୍ଷମ ଅଟେ ।

ଏହା ହେଉଛି ପ୍ରଥମ ଭାରତୀୟ ବିମାନ ଯାହାର ନିଜସ୍ୱ ସେଲ୍ପ ପ୍ରୋଟେକ୍ସନ ସୁଟ୍ (ଏସପିଏସ) ରହିଛିଯାହାକି ଶତ୍ରୁ ରାଡାରକୁ ଜାମ୍ କରିବା ସହିତ ଆସୁଥିବା କ୍ଷେପଣାସ୍ତ୍ରକୁ ପଥଭ୍ରଷ୍ଟ କରିଥାଏ ।

ଯୋଗାଯୋଗ ବ୍ୟବସ୍ଥା

ଏଥିରେ ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ରହିଛି ଯାହା ଦ୍ୱାରା ଆକାଶରୁ ମଧ୍ୟ ଅବିରତ ଭାବେ ଭିଡିଓ ଓ ଅଡିଓ ଦ୍ୱାରା ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟାଳୟ ଓ ଗୁରୁତ୍ୱପୂର୍ଣ୍ଣ ଅଧିକାରୀଙ୍କ ସହିତ ସମ୍ପର୍କରେ ରହି ପାରିବେ । ଏହି କମ୍ୟୁନିକେଶନ୍ ସିଷ୍ଟମକୁ ହ୍ୟାକ୍ କରି ହେବ ନାହିଁ ।

ବିମାନରେ ମେଡିକାଲ ସେଣ୍ଟର

ଏହି ବିମାନ ମଧ୍ୟରେ କନଫରେନ୍ସ ସେଣ୍ଟର ସହିତ ଜରୁରୀକାଳିନ ପରିସ୍ଥିତି ପାଇଁ ଏକ ମେଡିକାଲ ସେଣ୍ଟର ମଧ୍ୟ ରହିଛି ।

ଥରକରେ ଏତିକି ଘଣ୍ଟା ଉଡ଼େ

ଏୟାର ଇଣ୍ଡିଆ ୱାନ୍ ରାସ୍ତାରେ ନଅଟକି ସିଧା ନୂଆଦିଲ୍ଲୀରୁ ନ୍ୟୁୟର୍କ ଯାତ୍ରା କରିପାରେ । ଏହି ବିମାନରେ ଥରେ ଇନ୍ଧନ ଭର୍ତ୍ତି କଲେ ଏହା ଏକାଦିକ୍ରମେ ୧୭ ଘଣ୍ଟା ଉଡ଼ିପାରେ । ଏୟାର ଇଣ୍ଡିଆ ୱାନକୁ ଭାରତୀୟ ବାୟୁସେନାର ବିଶେଷ ତାଲିମପ୍ରାପ୍ତ ପାଇଲଟ୍ ଚଳାଇ ଥାନ୍ତି ।

Air India OneAirforce oneamerican presidentaustralia prime ministerBoeing B777 VVIP planejapan prime ministerPM modi america tourpresidentpresident joe bidenPrime ministerscott morrisonvice presidentvice president kamala harrisVVIP planeYoshihide Sugaଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ଆମେରିକା ରାଷ୍ଟ୍ରପତିଉପରାଷ୍ଟ୍ରପତିଉପରାଷ୍ଟ୍ରପତି କମଲା ହାରିସଏୟାର ଇଣ୍ଡିଆ ୱାନ୍ଏୟାରଫୋର୍ସ ୱାନଜାପାନ ପ୍ରଧାନମନ୍ତ୍ରୀ ୟୋସିଗେ ସୁଗାତିନି ଦିନିଆ ଆମେରିକା ଗସ୍ତପ୍ରଧାନମନ୍ତ୍ରୀବିଶେଷ ବିମାନବୋଇଂ ବି୭୭୭ ଭିଭିଆଇପି ବିମାନରାଷ୍ଟ୍ରପତିରାଷ୍ଟ୍ରପତି ଜୋ’ ବାଇଡେନ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami