ୟୁପି ନିର୍ବାଚନ : କାହା ପାଠଘର ଶୂନ ତ’ କିଏ ଅଷ୍ଟମ ପାସ୍, ଜାଣନ୍ତୁ ଉତ୍ତର ପ୍ରଦେଶ ବିଧାୟକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ

ୟୁପି ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ହୋଇ ସାରିଛି୧୪ ଫେବ୍ରୁଆରିରେ ପଡିବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ଦ୍ୱିତୀୟ ପର୍ଯ୍ୟୟ ଭୋଟ୍ ପୂର୍ବରୁ ୟୁପି ଯୁଦ୍ଧ ଲଢୁଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଆସିଛି ଗୋଟିଏ ରିପୋର୍ଟ । ଏହି ରିପୋର୍ଟ ଅନୁସାରେ ଦ୍ୱିତୀୟ ପର୍ଯ୍ୟୟ ଭୋଟ ମୈଦାନରେ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୧୧୪ ଜଣ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ବେଳେ ୧୨ ଜଣଙ୍କ ପାଠଘର ଶୁନ ।

ନିର୍ବାଚନ ସୁଧାରକୁ ସମର୍ଥନ କରୁଥିବା ଉତ୍ତର ପ୍ରଦେଶ ଇଲେକ୍ସନ୍ ୱାଚ୍ ଓ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ ରିପୋର୍ଟରେ କୁହାଯାଇଛି ଯେ, ଦ୍ୱିତୀୟ ପର୍ଯ୍ୟାୟରେ ୧୦୨ ଜଣ ପୋଷ୍ଟ ଗ୍ରାଜୁଏଟ୍ ଓ ୬ ଜଣ ପିଏଚଡି ଧାରକ ମୈଦାନରେ ଅଛନ୍ତି ।

ପଶ୍ଟିମ ଉତ୍ତର ପ୍ରଦେଶର ନ’ ଜିଲ୍ଲା ଅମରୋହା, ବରେଲି, ବିଜନୌର, ବଦାୟୁଁ, ମୁରାଦାବାଦ, ରାମପୁର, ସହରାନପୁର, ସମ୍ଭଲ ଓ ଶାହଜାହାଁପୁରର ୫୫ ବିଧାନସଭା ଆସନରେ ୧୪ ତାରିଖ ଦିନ ମତଦାନ ହେବ । ଏହି ରିପୋର୍ଟ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲଢୁଥିବା ୫୮୬ ପ୍ରାର୍ଥୀଙ୍କ ମଧ୍ୟରୁ ୫୮୪ ଜଣ ଦେଇଥିବା ସତ୍ୟପାଠ ଉପରେ ଆଧାରିତ । ରିପୋର୍ଟରେ କୁହାଯାଇଛି ଯେ, ଦୁଇ ଜଣ ପ୍ରାର୍ଥୀଙ୍କ ସତ୍ୟପାଠର ବିଶ୍ଲେଷଣ କରାଯାଇ ପାରିନଥିଲା । କାରଣ ଏହି ଦୁଇଜଣଙ୍କ ଶପଥପତ୍ର ସମ୍ପୂର୍ଣ୍ଣ ନଥିଲା କିମ୍ବା ସ୍କାନ ଭଲ ଭାବେ ହୋଇନଥିଲା

ରିପୋର୍ଟ ବିଶ୍ଲେଷଣ

ବିଶ୍ଲେଷଣ ଅନୁସାରେ ୧୨ ପ୍ରାର୍ଥୀ ନିରକ୍ଷର,୬୭ ସାକ୍ଷର,୧୨ ଜଣ ପଂଚମ ଯାଏ ପଢିଛନ୍ତି ଓ ୩୫ ଜଣ ଅଷ୍ଟମ ପାସ କରିଛନ୍ତି । ଅନ୍ୟପକ୍ଷରେ ୫୮ ଜଣ ୧୦ମ, ୮୮ଜଣ ଦ୍ୱାଦଶ ପାସ୍ । ୧୦୮ ଜଣ ସ୍ନାତକ, ୮୯ ଜଣ ସ୍ନାତକ ପେଶାଦାର, ୧୦୨ ଜଣ ସ୍ନାତକୋତ୍ତର, ୬ ଜଣ ଡକ୍ଟରେଟ୍, ୫ ଜଣ ଡିପ୍ଲୋମା ପାର୍ଥୀ ମୈଦାନରେ ଅଛନ୍ତି ।

୫୬ ଜଣ ପ୍ରାର୍ଥୀଙ୍କ ବୟସ ୨୫ରୁ ୩୦ ମଧ୍ୟରେ ହୋଇଥିବା ବେଳେ ୧୫୦ ଜଣଙ୍କ ବୟସ ୩୧ରୁ ୪୦, ୧୭୯ ଜଣଙ୍କର ୪୧ରୁ ୫୦ ବର୍ଷ, ୧୩୦ ଜଣଙ୍କ ବୟସ ୫୧ରୁ ୬୦ ମଧ୍ୟରେ ଥିବାବେଳେ ୬ ଜଣଙ୍କ ବୟସ ୭୧ରୁରୁ ୮୦ ବର୍ଷ ରହିଛି ।

ରିପୋର୍ଟ ଅନୁସାରେ ପ୍ରାର୍ଥୀଙ୍କ ମଧ୍ୟରୁ ୫୧୫ ଜଣ ପୁରୁଷ (୮୮.୨ ପ୍ରତିଶତ) ଓ ୬୯ ଜଣ (୧୧.୮ ପ୍ରତିଶତ) ମହିଳା ଅଟନ୍ତି । ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶରେ ସାତ ପର୍ଯ୍ୟାୟରେ ଭୋଟ୍ ହେଉଛି । ମାର୍ଚ୍ଚ ୧୦ ତାରିଖରେ ଫଳାଫଳ ପ୍ରକାଶିତ ହେବ ।

educational qualifications of candidatesup assembly elections 2022up electionsup elections 2022UP mlauttar pradesh election watch and association for democratic reformsଉତ୍ତର ପ୍ରଦେଶ ଇଲେକ୍ସନ୍ ୱାଚ୍ ଓ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତାୟୁପି ନିର୍ବାଚନୟୁପି ବିଧାନସଭା ନିର୍ବାଚନ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami