2022-23 ବଜେଟ୍ : ୫୮ ପ୍ରତିଶତଙ୍କ ମତ ବଜେଟ୍ କାମକୁ ନୁହେଁ

ମୋଦି ସରକାରର ୨୦୨୨ ବଜେଟକୁ ନେଇ ଉତ୍ତର ଭାରତର ଏକ ପ୍ରମ୍ମୁଖ ହିନ୍ଦି ଖବରକାଗଜ ଦୈନିକ ଭାସ୍କର କରିଥିବା ଅନଲାଇନ୍ ସର୍ବେକ୍ଷଣରୁ ଯେଉଁ ତଥ୍ୟ ଆସିଛି ତାହା କେନ୍ଦ୍ର ସରକାର ଲାଗି ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସତର୍କ ଘଣ୍ଟି । ଏହି ସର୍ଭେରେ ଭାଗ ନେଇଥିବା ୫୮ ପ୍ରତିଶତରୁ ଅଧିକ ଲୋକଙ୍କ କହିବା ହେଉଛି-ବଜେଟ୍ କିଛି କାମକୁ ନୁହେଁ । ଏହି ବଜେଟ୍ ନିରାଷଜନକ ବୋଲି ସେମାନଙ୍କ ମତ । ୫୫ ପ୍ରତିଶତ ଲୋକଙ୍କ କହିବା ହେଉଛି ବଜେଟ୍ ପାଇଁ ଦରଦାମ ବଢିବ । ସର୍ଭରେ ଭାଗ ନେଇଥିବା ଆୟକର ଦାତା ମଧ୍ୟ ନିର୍ମଳାଙ୍କ ବଜେଟକୁ ନେଇ ହତାସ ଅଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଭାଷଣ ପରେ ପରେ ଖବର କାଗଜ ତରଫରୁ ୫ଟି ପ୍ରଶ୍ନକୁ ନେଇ ସର୍ଭେ କରାଯାଇଥିଲା । ଯେଉଁ ସବୁ ପ୍ରଶ୍ନକୁ ନେଇ ସର୍ଭେ କରାଯାଇଥିଲା ତା’ ଉପରେ ମତଦାତାଙ୍କ ମତ କ’ଣ ଥିଲା ଆସନ୍ତୁ ଜାଣିବା

୧. ଆୟକରଦାତାଙ୍କ ଉପରେ ଏହି ବଜେଟର କ’ଣ ପ୍ରଭାବ ରହିବ ?

ଏହି ପ୍ରଶ୍ନର ଉତ୍ତରର ଦେଇ ୭୨ ପ୍ରତିଶତ କହିଥିଲେ ଯେ, ଆୟକରଦାତାଙ୍କ ପାଇଁ ବଜେଟରେ କିଛି ମଧ୍ୟ ନାହିଁ । ଅନ୍ୟପକ୍ଷରେ ୧୧ ପ୍ରତିଶତଙ୍କ ମତ ଥିଲା ଯେ, ବଜେଟ୍ ଆୟକରଦାତାଙ୍କୁ ଆଶ୍ୱସ୍ତି ଦେଇଛି ୧୧ ପ୍ରତିଶତଙ୍କ କହିବା ଥିଲା ଆଶ୍ୱସ୍ତି ତ ମିଳିନି କିନ୍ତୁ ଯାହା ଭାବିଥିଲୁ ସେହି ଅନୁସାରେ ହୋଇନାହିଁ । ବାକି ୬ ପ୍ରତିଶତ କିଛି ମଧ୍ୟ କହିବାକୁ ମନା କରିଥିଲେ

୨. ବଜେଟର ଦରଦାମ ବୃଦ୍ଧି ଉପରେ କ’ଣ ପ୍ରଭାବ ପଡିବ ?

ଏହାର ଉତ୍ତରରେ ୫୫ ପ୍ରତିଶତ କହିଛନ୍ତି ଯେ,ଏହି ବଜେଟ୍ ଦ୍ୱାରା ଦରଦାମ ବଢିବ । କିନ୍ତୁ ୧୧ ପ୍ରତିଶତ କହୁଛନ୍ତି ବଜେଟ୍ ଯୋଗୁଁ ମୂଲ୍ୟବୃଦ୍ଧି ଉପରେ ଲଗାମ ଲାଗିବ । ସେହିଭଳି ୨୪ ପ୍ରତିଶତଙ୍କ କହିବା ହେଉଛି ବଜେଟର ଦରଦାମ ବୃଦ୍ଧି ଉପରେ କିଛି ମଧ୍ୟ ପ୍ରଭାବ ପଡିବ ନାହିଁ । ଅନ୍ୟପକ୍ଷରେ ୧୧ ପ୍ରତିଶତ କୌଣସି ମତ ଦେଇ ନଥିଲେ

୩. ବଜେଟକୁ ନେଇ ଆପଣ ସନ୍ତୁଷ୍ଟ କି ?

ଏହାର ଉତ୍ତର ମୋଦି ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇପାରେପାଖାପାଖି ୬୦ ପ୍ରତିଶତ ଅର୍ଥାତ ୫୮ ପ୍ରତିଶତ ବଜେଟକୁ ନେଇ ସନ୍ତୁଷ୍ଟ ନଥିବା କହିଛନ୍ତି । ୨୬ ପ୍ରତିଶତଙ୍କ ନଜରରେ ଏହା ଏକ ସାଧାରଣ ବଜେଟ୍ ହୋଇଥିବା ବେଳେ ୧୨ ପ୍ରତିଶତ ବଜେଟକୁ ନେଇ ସନ୍ତୁଷ୍ଟ ଥିବା କହିଛନ୍ତି । ୪ ପ୍ରତିଶତ କିଛି ମଧ୍ୟ କହିବାକୁ ମନା କରିଦେଇଥିଲେ

୪. ବଜେଟରେ କରୋନା ପିଡିତଙ୍କ ବାବଦରେ ଘୋଷଣାକୁ ନେଇ ଆପଣଙ୍କ ମତ କ’ଣ ?

ଏହାକୁ ନେଇ ୫୦ ପ୍ରତିଶତଙ୍କ ମତ ଥିଲା ଯେ, ସରକାର କରୋନା ପିଡିତଙ୍କ ବାବଦରେ ଘୋଷଣା କରିବାର ଥିଲା୩ ପ୍ରତିଶତ ଭାବୁଛନ୍ତି ଯେ, ବଜେଟକୁ ନେଇ କରୋନା ପିଡିତ ଖୁସି ହେବେ । କିନ୍ତୁ ୧୮ ପ୍ରତିଶତଙ୍କ କହିବା ହେଉଛି ଏହାଦ୍ୱାରା କିଛି ଫରକ ପଡିବାର ନାହିଁ । ୨୯ ପ୍ରତିଶତଙ୍କୁ ଲାଗୁଛି ଯେ, ବଜେଟକୁ ନେଇ ସରକାର ଠିକରେ କାମ କରିନାହାନ୍ତି

୫. ଏଥର ବଜେଟରେ କାହା ଉପରେ ଅଧିକ ଫୋକସ କରାଯାଇଛି ?

୬୩ ପ୍ରତିଶତ ଭାବନ୍ତି ଯେ, ସରକାର କେବଳ ଦେଖାଣିଆ ଭାବେ ଫୋକସ କରିଛନ୍ତି । ସରକାର ଲୋକଙ୍କ ସମସ୍ୟାକୁ ନେଇ ଅଧିକ ଚିନ୍ତା କରିନାହାନ୍ତି । ୮ ପ୍ରତିଶତଙ୍କ ମାନିବା ହେଉଛି ସରକାର ଜନକଲ୍ୟାଣକାରୀ ଯୋଜନା ଉପରେ ଅଧିକ ଫୋକସ କରିଛନ୍ତି । ଅନ୍ୟପକ୍ଷରେ ୪ ପ୍ରତିଶତଙ୍କ କହିବା ହେଉଛି ସବୁ କ୍ଷେତ୍ରକୁ ସମାନ ଗୁରୁତ୍ୱ ଦିଆଯାଇଛି

finance minister nirmala sitharamanhindi news paper dainik bhaskarIncome tax payermodi govt union budget 2022nirmala sitharaman union budget 2022online surveyprice hike due to budgetunion budget 2022-23uttar pradesh elections 2022ଅନଲାଇନ୍ ସର୍ବେକ୍ଷଣଉତ୍ତର ପ୍ରଦେଶ ନିର୍ବାଚନକେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଭାଷଣନିର୍ମଳାଙ୍କ ବଜେଟବଜେଟ୍ ଦ୍ୱାରା ଦରଦାମ ବଢିବମୋଦି ସରକାରର ୨୦୨୨ ବଜେଟହିନ୍ଦି ଖବରକାଗଜ ଦୈନିକ ଭାସ୍କର
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami