ଋଷର ଏହି ବ୍ୟବସାୟୀଙ୍କ ପାଇଁ ବଢିଯାଇଛି ଗ୍ଲୋବାଲ ୱାର୍ମିଂ, ଅଦିନିଆ ବର୍ଷା ଓ ଭୀଷଣ ଗରମ ପାଇଁ ଇଏ ଦାୟି

ଦୁନିଆର ଅନେକ ଦେଶଙ୍କ ଭଳି ଭାରତ ମଧ୍ୟ ଏବେ ଅସହ୍ୟ ଉତ୍ତାପ ଦ୍ୱାରା ପ୍ରଭାବିତ । ଗ୍ଲୋବାଲ ୱାର୍ମିଂ ବିପଦ ଉପରେ ଜାରି କ୍ଲାଇମେଟ୍ ଟ୍ରେଣ୍ଡସର ରିପୋର୍ଟ ଅନୁସାରେ ଶୀଘ୍ର ଏହାକୁ ନେଇ ଯଦି କୌଣସି ପଦକ୍ଷେପ ନେବାରେ ବିଶ୍ୱ ନେତୃତ୍ୱ ବିଫଳ ହୁଏ ତେବେ ଏଥିପାଇଁ ପୃଥିବୀରେ ପ୍ରଳୟ ଆସିପାରେ । ବଢୁଥିବା ତାପମାତ୍ରା ପାଇଁ ଜଳ ପ୍ରଳୟଠାରୁ ଦୁର୍ଭିକ୍ଷ ଆସିବ । ଅନେକ ଦେଶ ଗ୍ଲୋବାଲ ୱାର୍ମିଂ ବା ବିଶ୍ୱ ତାପନକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପଦକ୍ଷେପ ମଧ୍ୟ ନେଲେଣି । ବିଶ୍ୱ ତାପମାତ୍ରା ବୃଦ୍ଧିରେ ଯଦି ଧନି ଦେଶଙ୍କ ବଡ଼ ଭୁମିକା ରହିଛି ତେବେ ଏଥିପାଇଁ ଧନୀ ଦେଶଗୁଡିକର କୋଟିପତି ମଧ୍ୟ ଦାୟୀ । ଧନିକଙ୍କ ବିଳାଶପୂର୍ଣ୍ଣ ଜୀବନଶୈଳି ପାଇଁ ବିଶ୍ୱର ତାମାତ୍ରା ବୃଦ୍ଧି ପାଉଛି । କିଛି ଧନିକଙ୍କ ପାଇଁ ପୁରା ଦୁନିଆର ଅସ୍ଥିତ୍ୱ ବିପଦରେ ପଡିଛି । ଏହିଭଳି ଜଣେ ଧନିକ ହେଉଛନ୍ତି ଋଷର ଶିଳ୍ପପତି ରୋମାନ ଆବ୍ରୋମୋଭିଚ୍ ।

1) କାର୍ବନ ଫୁଟପ୍ରିଣ୍ଟ୍ କ’ଣ ?

ବିଶ୍ୱର କେଉଁ ଧନୀକଙ୍କ ପାଇଁ ତାପମାତ୍ରା ବୃଦ୍ଧି ପାଇଛି ତାହା ଜାଣିବା ପୂର୍ବରୁ ଆସନ୍ତୁ ବୁଝିନେବା କାର୍ବନ ଫୁଟପ୍ରିଣ୍ଟ୍ କ’ଣ । କୌଣସି ବ୍ୟକ୍ତି, ସଂସ୍ଥା କିମ୍ବା ବସ୍ତୁ ପରିବେଷ ପାଇଁ ବିପଜ୍ଜନକ ଯେତିକି ଗ୍ରୀନ ହାଉସ ଗ୍ୟାସ୍ ସୃଷ୍ଟି କରିଥାଏ ତାକୁ କାର୍ବନ୍ ଫୁଟପ୍ରିଣ୍ଟ୍ କୁହାଯାଏ । ଗ୍ଲୋବାଲ ୱାର୍ମିଂ ଓ ଜଳବାୟୁ ପରିବର୍ତ୍ତନ ପାଇଁ ଗ୍ରୀନ ହାଉସ୍ ଗ୍ୟାସକୁ ଦାୟି କରାଯାଇଥାଏ ।

2) ପ୍ରଦୁଷଣ ବଢାଇବାରେ ଆପଣଙ୍କ ଯୋଗଦାନ କେତେ ?

ଆପଣଙ୍କ କାର୍ବନ ଫୁଟ ପ୍ରିଣ୍ଟିଂ ଏହା କହିଥାଏ ଯେ, ପରିବେଶ ଉପରେ ଆପଣଙ୍କ ଜୀବନଶୈଳୀ କେଉଁଭଳି ଓ କେତେ ପ୍ରଭାବ ପକାଉଛି । ଉଦାହରଣ ସ୍ୱରୁପ ଯଦି ଆପଣ ଅଫିସ ଯିବାକୁ ନିଜ ଗାଡି ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ କାର୍ବନ ଫୁଟପ୍ରିଣ୍ଟି ସେହି ବ୍ୟକ୍ତି ତୁଳନାରେ ଢେର ଅଧିକ ଯିଏ ଅଫିସ ସାଇକେଲରେ ଯିବା ଆସିବା କରନ୍ତି ।

3) କେମିତି ମପାଯାଏ କାର୍ବନ ଫୁଟ୍ ପ୍ରିଣ୍ଟ୍ ?

ଆପଣଙ୍କ ଖାଇବା ପିଇବା ଅଭ୍ୟାସଠାରୁ ଦୈନନ୍ଦିନ ଜୀବନରେ ଆପଣ କେଉଁ ସବୁ ବସ୍ତୁ ବ୍ୟବହାର କରିଥାନ୍ତି ତାହାକୁ ନେଇ କାର୍ବନ ଫୁଟ୍ ପ୍ରିଣ୍ଟ୍ ହିସାବ କରାଯାଇଥାଏ । CO2e ହେଉଛି କାର୍ବନ ଫୁଟ୍ ପ୍ରିଣ୍ଟ୍ ମାପିବାର ବିଧି । ଅର୍ଥାତ ଆପଣଙ୍କ କାର୍ବନ ଉତ୍ସର୍ଜନ କେତେ କାର୍ବନ ଡାୟକସାଇଡ୍ ସହ ସମାନ ।

4) ଯେତେ ବିଳାଶପୂର୍ଣ୍ଣ ଜୀବନ, ସେତେ ଅଧିକ ପ୍ରଦୁଷଣ

ଅଧିକାଂଶ ଧନୀକଙ୍କ ଜୀବନଶୈଳୀ ବେସ ଆରାମଦାୟକ ହୋଇଥାଏ । ଜୀବନକୁ ଆରାମଦାୟକ କରିବାକୁ ସେମାନେ ଅଧିକରୁ ଅଧିକ ମେସିନର ସାହାଯ୍ୟ ନେଇଥାନ୍ତି । ଅଧିକ ମେସିନର ବ୍ୟବହାରର ଅର୍ଥ ହେଉଛି ଅଧିକ କାର୍ବନ ଫୁଟ୍ ପ୍ରିଣ୍ଟ୍ । କେଉଁ ବଡ ବ୍ୟବସାୟୀ ଅଧିକ ପ୍ରଦୁଷଣ ସୃଷ୍ଟି କରୁଛନ୍ତି ତାକୁ ନେଇ ଅନେକ ଅଧ୍ୟୟନ ହୋଇଛି । ଏହିଭଳି ଗୋଟିଏ ଅଧ୍ୟୟନରୁ ଜଣା ପଡିଛି ଯେ, ଋଷର ବ୍ୟବସାୟୀ ରୋମାନ ବିଶ୍ୱର ସବୁଠୁ ଅଧିକ ପ୍ରଦୁଷଣକାରୀ ।

5) ଋଷ ବ୍ୟବସାୟୀ ତାଲିକାରେ ଏକ ନମ୍ବର

ଦୁନିଆରେ ସବୁଠାରୁ ଅଧିକ ପ୍ରଦୁଷଣ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ରୋମାନ ଆବ୍ରାମୋଭିଚଙ୍କ ନାମ ରହିଛି । ଋଷର ଏହି ବ୍ୟବସାୟୀ ଇସ୍ରାଏଲରେ ରୁହନ୍ତି କିନ୍ତୁ ତାଙ୍କ ବ୍ୟବସାୟ ଋଷରେ ଅଛି । ସେ ପେଟ୍ରୋଲିୟମ ଓ ଗ୍ୟାସ ବ୍ୟବସାୟରୁ କୋଟିପତି ହୋଇଛନ୍ତି । ଏହି ଦୁଇ ବ୍ୟବସାୟ ହେଉଛନ୍ତି ସବୁଠାରୁ ଅଧିକ ପ୍ରଦୁଷଣ ସୃଷ୍ଟିକାରୀ ବ୍ୟବସାୟ ।

6) ରୋମାନଙ୍କ ଆରାମ, ପୃଥିବୀ ପାଇଁ କାଳ

ରୋମାନ କେବଳ ନିଜ ବ୍ୟବସାୟ ଦ୍ୱାରା ପରିବେଷ ଦୂଷିତ କରୁନାହାନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନଶୈଳି ମଧ୍ୟ ପରିବେଶକୁ ଦୁଷିତ କରୁଛି । ବ୍ୟକ୍ତିଭାବେ ରୋମାନଙ୍କ କାର୍ବନ ଫୁଟପ୍ରିଣ୍ଟ ସବୁଠୁ ଅଧିକଦି ପ୍ରିଣ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦୁନିଆର ଅନେକ ଦେଶରେ ତାଙ୍କର ଘର ସହିତ ଗଲ୍ଫ କ୍ଲବ ରହିଛି ।

carbon dioxide and methaneCarbon Footprint CalculatorChelsea football club ownerclimate trends reportCO2 reductionearths temperatureglobal warminggreen house gasisraelluxurious lifestylepetroleum and gas businessReduce Your Carbon Footprintrichest person in the worldrise in global temperaturesRoman AbramovichRoman Abramovich has the highest carbon footprint in the worldrussian businessmanrussian traderspread pollutionThe Print reportwhat is carbon footprint?ଅଧିକ ପ୍ରଦୁଷଣକାରୀଅଧିକ ମେସିନର ବ୍ୟବହାରଇସ୍ରାଏଲରେ ରୁହନ୍ତିଋଷର ବ୍ୟବସାୟୀ ରୋମାନଋଷର ଶିଳ୍ପପତି ରୋମାନ ଆବ୍ରୋମୋଭିଚ୍କାର୍ବନ ଫୁଟ ପ୍ରିଣ୍ଟିଂକାର୍ବନ ଫୁଟପ୍ରିଣ୍ଟ୍ କ’ଣ ?କେମିତି ମପାଯାଏ କାର୍ବନ ଫୁଟ୍ ପ୍ରିଣ୍ଟ୍ ?କୋଟିପତିଗଲ୍ଫ କ୍ଲବଗ୍ରୀନ ହାଉସ ଗ୍ୟାସ୍ଗ୍ଲୋବାଲ ୱାର୍ମିଂଦି ପ୍ରିଣ୍ଟରେ ପ୍ରକାଶିତ ରିପୋର୍ଟଧନି ଦେଶଙ୍କ ବଡ଼ ଭୁମିକାପେଟ୍ରୋଲିୟମ ଓ ଗ୍ୟାସ ବ୍ୟବସାୟବିଶ୍ୱ ତାପନକୁ ନିୟନ୍ତ୍ରଣବିଶ୍ୱ ତାପମାତ୍ରା ବୃଦ୍ଧିବ୍ୟବସାୟ ଋଷରେରୋମାନଙ୍କ କାର୍ବନ ଫୁଟପ୍ରିଣ୍ଟ ସବୁଠୁ ଅଧିକ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami