ସାଢେ ୩ ଘଣ୍ଟା ଶୁଅନ୍ତି, ସନ୍ଧ୍ୟା ୬ଟା ପରେ କୌଣସି ଖାଦ୍ୟ ଖାଆନ୍ତି ନାହିଁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ବଜେଟ ଅଧିବେଶନର ଶେଷ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମପିମାନଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନେଇଥିଲେ । ପାର୍ଲାମେଣ୍ଟଗୃହ କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀଙ୍କ ସହ ବସିଥିବା ୮ଜଣ ଏମପିଙ୍କ ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟ ପରସା ଯାଇଥିଲା । ସେଥିମଧ୍ୟରେ ଥିଲା ଭାତ, ଖେଚୁଡି, ଖିରି, ପନିର, ଡାଲି, ରାଶି ଏବଂ ମାଣ୍ଡିଆ ମିଠା । ଏହାର ସମ୍ପୂର୍ଣ୍ଣ ବିଲ୍ ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିଲେ । ଏହାକୁ ଏକ ବିଶେଷ ଉତ୍ସବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ଏମପି ଏଲ ମୁରୁଗାନ ।

ଦୈନନ୍ଦିନ କାର୍ଯ୍ୟ, ବ୍ୟାୟାମ , ବିଦେଶ ଯାତ୍ରା ନେଇ କରିଥିଲେ ଆଲୋଚନା

ମଧ୍ୟାହ୍ନ ଭୋଜନରେ ବିଜେଡି ନେତା ସସ୍ମିତ ପାତ୍ର, ଆରଏସପି ନେତା ଏନ.କେ ପ୍ରେମଚନ୍ଦ୍ରନ, ଟିଡିପିର କେ.କେ ରାମ ମୋହନ ନାଇଡୁ, ବିଏସପିର ରିତେଶ ପାଣ୍ଡେ, ଭାଜପାର ହେନା ଗାଭିଟ, ଏସ ଫାଙ୍ଗନ କନକ, ଜାମିଆଙ୍ଗ ସେରିଙ୍ଗ ନାମଗାଲ ଏବଂ ଏଲ ମୁରୁଗାନ ଉପସ୍ଥିତ ଥିଲେ । ଏଲ ମୁରୁଗାନ କହିଛନ୍ତି ଯେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ଏବଂ ଖୁସି ଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଦୈନନ୍ଦିନ କାର୍ଯ୍ୟ, ବ୍ୟାୟାମ ଏବଂ ତାଙ୍କ କରାଚି ଗସ୍ତ ସହିତ ତାଙ୍କର ବିଦେଶ ଯାତ୍ରା ବିଷୟରେ କହିଥିଲେ । ଆମେ ତାଙ୍କ ସହିତ ୪୫ ମିନିଟ ବିତାଇବାକୁ ଏକ ସୁଯୋଗ ପାଇଲୁ । ଆମେ ତାଙ୍କଠାରୁ ଅନେକ ପ୍ରେରଣାଦାୟକ ଜିନିଷ ଶିଖିଲୁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ସାଢେ ୩ ଘଣ୍ଟା ଶୁଅନ୍ତି । ସନ୍ଧ୍ୟା ୬ଟା ପରେ ଖାଦ୍ୟ ଖାଆନ୍ତି ନାହିଁ । ମୁରୁଗାନ କହିଛନ୍ତି ଯେ ଏମପିମାନେ ସବୁ ଦଳର ଥିଲେ । ପ୍ରଧାନମନ୍ତ୍ରୀ ଜଣେ ସାଧାରଣ ବ୍ୟକ୍ତିଙ୍କ ପରି ଆମ ସହ ବସିଥିଲେ । ପରେ ସେ ଏହି ବିଲ ପ୍ରଦାନ କରିଥିଲେ ।

PM had lunch with MPPM Narendra ModiPrime Minister sleeps for 3 and a half hours
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami