ବ୍ରହ୍ମପୁତ୍ର ନଦୀ ତଳେ ଭାରତୀୟ ସେନା ତିଆରି କରୁଛି ଗୁପ୍ତ ସୁଡ଼଼ଙ୍ଗ, ଯୁଦ୍ଧ ବେଳେ ଏମିତି ଆସିବ କାମରେ

ଡ୍ରାଗନକୁ ଘେରିବା ପାଇଁ ଭାରତୀୟ ସେନାର ଜବରଦସ୍ତ ପ୍ଲାନ୍ । ବ୍ରହ୍ମପୁତ୍ର ନଦୀ ତଳେ ସେନା ତିଆରି କରିବ ଗୁପ୍ତ ସୁଡ଼ଙ୍ଗ । ଚୀନ ସହିତ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରେ ଏହି ସୁଡ଼ଙ୍ଗ ସେନାକୁ ରଣନୈତିକ ଲାଭ ଦେବ । ମନାଲୀର ଅଟଳ ଟନେଲ ଭଳି ଏହି ସୁଡ଼ଙ୍ଗ ହେବ । ଅରୁଣାଚଳ ପ୍ରଦେଶକୁ ଲାଗିଥିବା ସୀମାରେ ଚୀନ୍ ସେନାର ଆକ୍ରାମକ ନୀତି କାରଣରୁ ଏହି ସୁଡ଼ଙ୍ଗର ସାମରିକ ମହତ୍ୱ ବହୁତ ଅଧିକ ।

୫ ହଜାର କୋଟି ଟଙ୍କାର ସୁଡ଼ଙ୍ଗ

ଏହି ସୁଡଙ୍ଗ ବ୍ରହ୍ମପୁତ୍ର ନଦୀଶଯ୍ୟା ତଳେ ମିସାଠାରୁ ଆରମ୍ଭ ହେବ ଓ ତେଜପୁର ପର୍ଯ୍ୟନ୍ତ ଏହା ଯିବ । ଏହାର ଦୈର୍ଘ୍ୟ ୧୨ରୁ ୧୫ କିଲୋମିଟର ରହିବ । ସୂଚନାଯୋଗ୍ୟ ଯେ, ଆସାମ ପାଖ ଦେଇଯାଇଥିବା ଅନ୍ତର୍ଜାତୀୟ ସୀମାକୁ ଆସିବାକୁ ଚୀନ୍ ପାଖରେ ୫ ସଡକ ରହିଛି । ଅନ୍ୟପକ୍ଷରେ ଭାରତ ପାଖରେ ମାତ୍ର ଗୋଟିଏ ସଡକ ରହିଛି । ଭାରତର ଯେଉଁ ସଡକ ଅନ୍ତର୍ଜାତୀୟ ସୀମା ପାଖକୁ ଯାଏ ତାହା ବୋମାଦିଲ୍ ଦେଇ ଯାଇଛି । ତେବେ ଭାରତ-ଚୀନ ମଧ୍ୟରେ ଥିବା ଏହି ଭିତ୍ତିଭୂମିର ଅନ୍ତରକୁ ଦୁର କରିବା ପାଇଁ ଭାରତୀୟ ସେନା ଆଉ ଅଧିକ ସଡ଼କ ତିଆରି ପାଇଁ ଯୋଜନା କରିଛି । ନିର୍ମାଣ ହେବାକୁ ଥିବା ସୁଡ଼ଙ୍ଗ କାମ ସରିଲେ ଭାରତୀୟ ସେନା ସବୁ ସମୟରେ ଅନ୍ତର୍ଜାତୀୟ ସୀମାକୁ ଯାଇ ପାରିବ । ଏହି ସୁଡ଼ଙ୍ଗ ନିର୍ମାଣରେ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ

ପ୍ରଥମ ଥର ପାଇଁ ଚୀନ ସୀମାରେ ସୁଡ଼ଙ୍ଗ

ମୋଦି ସରକାର ବ୍ରହ୍ମପୁତ୍ର ନଦୀ ତଳେ ୪ ଲେନ୍ ବିଶିଷ୍ଟ ସୁଡ଼ଙ୍ଗ ନିର୍ମାଣ ପାଇଁ ଅନୁମତି ଦେଇଥିବା କଥା ଗତବର୍ଷ ପ୍ରଥମେ ଶୁଣିବାକୁ ମିଳିଥିଲା । ଏହି ସୁଡଙ୍ଗ ଆସାମର ଗୋହପୁର ଓ ନୁମାଲିଗଡକୁ ଯୋଡିବ । ସୂଚନାଯୋଗ୍ୟ ଯେ, ଚୀନରୁ ବାହାରିଥିବା ବ୍ରହ୍ମପୁତ୍ର ନଦୀ ଆସାମ ଓ ଅରୁଣାଚଳ ପ୍ରଦେଶରେ ପ୍ରବାହିତ ହୋଇଥାଏ । ଯଦି ବ୍ରହ୍ମପୁତ୍ର ନଦୀରେ ସୁଡ଼ଙ୍ଗ ତିଆରି ହୁଏ ତେବେ ପ୍ରଥମ ଥର ପାଇଁ ଚୀନ ସୀମାରେ ଭାରତ ଏଭଳି କୌଣସି ନିର୍ମାଣ କାର୍ଯ୍ୟ କରିବ ।

ସହଜରେ ହେବ ଅସ୍ତ୍ରଶସ୍ତ୍ର ଯୋଗାଣ

ଚୀନର ଜିୟାଙ୍ଗସୁ ପ୍ରଦେଶର ତାଇହୁ ହ୍ରଦରେ ଥିବା ସୁଡ଼଼ଙ୍ଗଠାରୁ ବ୍ରହ୍ମପୁତ୍ର ସୁଡଙ୍ଗ ଅଧିକ ଲମ୍ବ ବିଶିଷ୍ଟ ହେବ । ସାମରିକ ଦୃଷ୍ଟିକୋଣରୁ ଏହି ସୁଡ଼ଙ୍ଗ ବେସ ଗୁରୁତ୍ୱପୂର୍ଣ୍ଣ ହେବ । କାରଣ ଏହି ସୁଡଙ୍ଗ ଦ୍ୱାରା ଆସାମ ଓ ଅରୁଣାଚଳ ପ୍ରଦେଶ ବର୍ଷ ସାରା ଦେଶ ସହିତ ଯୋଡି ହୋଇ ରହିବ । ଏହି ସୁଡଙ୍ଗ କାରଣରୁ ସେନା ସବୁ ବେଳେ ଅସ୍ତ୍ରଶସ୍ତ୍ର ପାଇ ପାରିବ । ଏହି ସୁଡଙ୍ଗ ଭିତର ଦେଇ ଗାଡି ୮୦ କିଲୋମିଟର ଗତିରେ ଦୌଡି ପାରିବ । ଫଳରେ ଶୀଘ୍ର ସେନା ପାଖରେ ଅସ୍ତ୍ରଶସ୍ତ୍ର ପହଂଚି ପାରିବ । ନଦୀ ଉପରେ ଥିବା ପୋଲକୁ ଶତ୍ରୁର ବିମାନ ସହଜରେ ଧ୍ୱଂସ କରିପାରିବ କିନ୍ତୁ ନଦୀ ତଳେ ଥିବା ସୁଡ଼ଙ୍ଗକୁ ଧ୍ୱଂସ କରିବା ସହଜ ନୁହେଁ ।

ଦୁନିଆର ସବୁଠାରୁ ଲମ୍ବା ନଦୀ

ପାଣିର ପ୍ରବାହ ଦୃଷ୍ଟିରୁ ବ୍ରହ୍ମପୁତ୍ର ହେଉଛି ଦୁନିଆର ନବମ ବୃହତ୍ତମ ନଦୀ । ଦୈର୍ଘ୍ୟ ହିସାବରେ ଦୁନିଆର ଲମ୍ବା ନଦୀଙ୍କ ମଧ୍ୟରେ ଏହାର ସ୍ଥାନ ୧୫ତମ । ବ୍ରହ୍ମପୁତ୍ର ପ୍ରାୟ ୩ ହଜାର ୯୬୯ କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ହୋଇଥାଏ । ନଦୀର ହାରାହାରି ଗଭିରତା ୧୨୪ ଫୁଟ । ଚୀନ୍ ସୀମାରେ ଥିବା ମାନସରୋବର କ୍ଷେତ୍ରରୁ ଏହା ବାହାରିଛି । ଦକ୍ଷୀଣ ଚୀନ୍ ଦେଇ ଏହା ଅରୁଣାଚଳ ପ୍ରଦେଶରେ ପ୍ରଥମେ ପ୍ରବେଶ କରିଛି । ସେଠାରୁ ଏହା ଆସାମ ମଧ୍ୟକୁ ପ୍ରବେଶ କରି ବାଂଲାଦେଶ ଯାଇଛି । ବାଂଲଦେଶରେ ଏହା ବଙ୍ଗୋପସାଗରେ ବିଲୀନ ହୋଇଛି ।

12 to 15 km tunnel୧୨ରୁ ୧୫ କିଲୋମିଟର୫ ହଜାର କୋଟି ଟଙ୍କାର ସୁଡ଼ଙ୍ଗarunachal pradesh borderAssam gohpur and numaligarhAtlal tunnel in manalibomdila roadbrahmaputra longest river in indiabrahmaputra riverbrahmaputra tunnelIndia china faceoffIndia China warIndia on the Chinese borderIndian Armymisa to tezpur assamModi governmentpolitical gains for Indian armyrohtang passsecret tunnel under brahmaputra riverTaihu Lake in Jiangsu Provincetunnel costs around 5000 crores rupeesUnder the Brahmaputra river bedଅରୁଣାଚଳ ପ୍ରଦେଶକୁ ଲାଗିଥିବା ସୀମାରେଆସାମର ଗୋହପୁର ଓ ନୁମାଲିଗଡକୁ ଯୋଡିବଗୁପ୍ତ ସୁଡ଼଼ଙ୍ଗଚୀନ ସୀମାରେ ଭାରତଚୀନର ଜିୟାଙ୍ଗସୁ ପ୍ରଦେଶର ତାଇହୁ ହ୍ରଦବୋମାଦିଲ୍ବ୍ରହ୍ମପୁତ୍ର ନଦୀବ୍ରହ୍ମପୁତ୍ର ନଦୀଶଯ୍ୟା ତଳେବ୍ରହ୍ମପୁତ୍ର ସୁଡଙ୍ଗଭାରତୀୟ ସେନାମନାଲୀର ଅଟଳ ଟନେଲମିସାଠାରୁ ଆରମ୍ଭ ହେବ ଓ ତେଜପୁର ପର୍ଯ୍ୟନ୍ତମୋଦି ସରକାରସେନାକୁ ରଣନୈତିକ ଲାଭ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami