ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କ ବଦାନ୍ୟତା

ମାନବ ସେବା ହିଁ ମାଧବ ସେବା । ପ୍ରତ୍ୟେକଟି ମଣିଷର ଆତ୍ମାରେ ସେଇ ପରମାତ୍ମା ବିଦ୍ୟମାନ ଅଛନ୍ତି । ଅସହାୟଙ୍କୁ ସହାୟତା କରିବା ହେଉଛି ପ୍ରକୃତ ମଣିଷ ପଣିଆ । ମହତ୍ ଚିନ୍ତାଧାରା ନେଇ କରୋନାର ମହାମାରୀ ସମୟରେ ରାଜ୍ୟ ବାହାରେ ବା ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆଙ୍କ ପାଇଁ ଦେବଦୂତ ସାଜିଛନ୍ତି କଟକର ପୁଅ ଆଦିତ୍ୟ ପାଢ଼ୀ । କୌଣସି ସାମାଜିକ ସଂଗଠନ କିମ୍ବା ବ୍ୟକ୍ତିଙ୍କ ଠାରୁ ସହାୟତା ନ ନେଇ ସେ କରୋନା ଆକ୍ରାନ୍ତ ହେଉଥିବା ଓଡ଼ିଆଙ୍କୁ ଯୋଗାଉଛନ୍ତି ଖାଦ୍ୟ ଏବଂ ଅମ୍ଲଜାନ ସିଲିଣ୍ଡର । କରୋନା ଯୋଗୁ ରୋଜଗାର ହରାଇଥିବା ବହୁ ଓଡ଼ିଆ ପରିବାରଙ୍କୁ ସେ ଖାଦ୍ୟ ସାମଗ୍ରୀ ଯୋଗାଉଥିବାବେଳେ ଶହ ଶହ କରୋନାରେ ଗୁରୁତର ଭାବେ ଚିକିତ୍ସିତ ହେଉଥିବା ଓଡ଼ିଆ ବ୍ୟକ୍ତିଙ୍କୁ ଅକ୍ସିଜେନ ଯୋଗାଉଛନ୍ତି । ଆଦିତ୍ୟଙ୍କ ଘର ବାରବାଟୀ ଦୁର୍ଗ କିଲ୍ଲା ଫୋର୍ଟ ଅଂଚଳରେ । ସେ ଦୀର୍ଘ ୨୨ ବର୍ଷ ହେବ ବେଙ୍ଗାଲୁରୁ ନର୍ଥ କେ. ଆରପୁରମ୍ ଅଂଚଳରେ ରହୁଛନ୍ତି । ସେ ଜଣେ ଯୁବ ଶିଳ୍ପୋଦ୍ୟୋଗୀ । ଏକ ସଫ୍ଟୱେୟାର ସଂସ୍ଥା ଚଳାଉଛନ୍ତି । ସେ ଯେଉଁ ଅଂଚଳରେ ରହୁଛନ୍ତି ସେଠାରେ ବହୁ ଓଡ଼ିଆ କାମ କରନ୍ତି । କିଏ ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ତ ଆଉ କିଏ ବିିଭିନ୍ନ ପୋଷାକ ଦୋକାନରେ କାମ କରୁଛନ୍ତି । କରୋନା ମହାମାରୀ ସମୟରେ ବହୁ ବ୍ୟକ୍ତି ହାତବାନ୍ଧି ବସି ରହିଛନ୍ତି । ଓଡ଼ିଶା ଫେରିବାକୁ ନା ଅଛି ଗାଡ଼ିର ସୁବିଧା ନା ସେମାନଙ୍କ ପାଖରେ ଅଛି ଅର୍ଥ । ବହୁ ଦିନ ଧରି କାମ ବନ୍ଦ ରହିଥିବାରୁ ଯାହା କିଛି ଅର୍ଥ ସଂଚୟ କରିଥିଲେ ତାହାକୁ ଖର୍ଚ୍ଚ କରି ଦିନ କାଟୁଛନ୍ତି । ଏହି ଦୁର୍ଦ୍ଦିନ ସମୟରେ ଆଦିତ୍ୟ ଓଡ଼ିଶାର ଲୋକଙ୍କୁ ସହଯୋଗ ହାତ ବଢ଼ାଇଥିଲେ ।

aditya padheeaditya padhibarbati durg qila fortbengalurubengaluru north krpuramcorona pandemiccuttack boy in bengalurucuttack odishaFood Distributionkarnatakaodia peoples in bangaloreodias in bengaluruoxygen cylindersoftware companyyoung industrialistଅମ୍ଲଜାନ ସିଲିଣ୍ଡରଆଦିତ୍ୟ ପାଢ଼ୀଓଡ଼ିଆଙ୍କୁ ଯୋଗାଉଛନ୍ତି ଖାଦ୍ୟକଟକର ପୁଅ ଆଦିତ୍ୟ ପାଢ଼ୀକରୋନାର ମହାମାରୀବେଙ୍ଗାଲୁରୁବେଙ୍ଗାଲୁରୁ ନର୍ଥ କେ. ଆରପୁରମ୍ଯୁବ ଶିଳ୍ପୋଦ୍ୟୋଗୀରୋଜଗାର ହରାଇଥିବା ବହୁ ଓଡ଼ିଆ ପରିବାରସଫ୍ଟୱେୟାର ସଂସ୍ଥା
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami