ବାପା ମା’ ଦେଲେ ପୁଅ ନାମ ଭ୍ଲାଦିମିର ପୁତିନ, ସରକାର କହିଲେ ହେଇ ପାରିବନି..

ଦୁନିଆରେ ପ୍ରାୟ ସବୁଦେଶରେ ପିଲାଙ୍କ ନାମ କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମରେ ରଖିବାର ଚଳନ ରହିଛି । କିନ୍ତୁ ୟୁରୋପରେ ଏମିତି ଗୋଟିଏ ଦେଶ ରହିଛି ଯେଉଁଠି ନିଜ ପିଲାଙ୍କ ନାମ କରଣ ପୂର୍ବରୁ ଅଭିଭାବକଙ୍କୁ ସରକାରଙ୍କଠାରୁ ଅନୁମତି ନେବାକୁ ପଡିଥାଏ । ଏହି ଦେଶର ନାମ ହେଉଛି ସ୍ୱିଡେନସ୍ୱିଡେନର ସରକାର ନିକଟରେ ଏକ ଦମ୍ପତ୍ତିଙ୍କୁ ତାଙ୍କ ପୁଅର ନାମ ଭାଦିମିର ପୁତିନ ନରଖିବାକୁ କହିଛନ୍ତି । ସରକାର ଏହି ପିଲାର ଅଭିଭାବକଙ୍କୁ ପୁତିନ ବଦଳରେ ଅନ୍ୟ କୌଣସି ନାମ ରଖିବାକୁ କହିଛନ୍ତି ।

ଭ୍ଲାଦିମିର ପୁତିନ ନାମ ଉପରେ ପ୍ରତିବନ୍ଧକ

ରିପୋର୍ଟ ଅନୁସାରେ ସ୍ୱିଡେନ୍ ଟ୍ୟାକ୍ସ ଅଧିକାରୀ ପିଲାର ନାମ ଭ୍ଲାଦିମିର ପୁତିନ ନଦେବାକୁ ତା’ର ଅଭିଭାବକଙ୍କୁ କହିଛନ୍ତି । ମାତାପିତା ନିଜ ପୁଅର ନାମ ଭ୍ଲାଦିମିର ପୁତିନ ରଖିବା ପାଇଁ ଟ୍ୟାକ୍ସ ଏଜେନ୍ସିକୁ ପ୍ରସ୍ତାବ ଦେଇଥିଲେସ୍ୱିସ୍ ଆଇନ୍ ଅନୁସାରେ ପିଲାର ନାମ ଯଦି ଆପତ୍ତିଜନକ ହୋଇଥାଏ କିମ୍ବା କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମ ଅନୁସାରେ ନାମକରଣ କରାଗଲେ ଯଦି ସେହି ବ୍ୟକ୍ତିଙ୍କ ପାଇଁ ଅସୁବିଧଜନକ ହେବାର ଆଶଙ୍କା ରହିଥାଏ ତେବେ ଏଭଳି ନାମକୁ ପ୍ରତିବନ୍ଧିତ କରାଯାଇଥାଏ । ଅର୍ଥାତ କୌଣସି ନାମ ଦେବା ପାଇଁ ଅଭିଭାବକଙ୍କୁ ଆଗୁଆ ଟ୍ୟାକ୍ସ ଏଜେନ୍ସିଠାରୁ ଅନୁମତି ନେବାକୁ ପଡିଥାଏ ।

ଆଉ ଗୋଟିଏ ନାମ ବାଛିବାକୁ ପରାମର୍ଶ

ସ୍ୱିସ୍ ଟ୍ୟାକ୍ସ ଏଜେନ୍ସି ଭ୍ଲାଦିମିର ପୁତିନ ନାମକୁ ବ୍ୟାନ୍ କରିବା ପାଇଁ ନିଜ ନିଷ୍ପତ୍ତିକୁ ନେଇ ଆଧିକାରିକ ଭାବେ କୌଣସି ପ୍ରତିକ୍ରିୟା ଦେଇ ନାହିଁ । ତେବେ ସୁଇସ୍ ପବ୍ଲିକ୍ ବ୍ରୋଡକାଷ୍ଟାର ଏସଆର ଅନୁସାରେ ଦକ୍ଷୀଣ ସ୍ୱିଡେନରେ ଏହି ପରିବାର ରହୁଛନ୍ତି । ପରିବାରକୁ ଅନ୍ୟ କୌଣସି ନାମ ବାଛିବାକୁ କୁହାଯାଇଛି

ଆଲ୍ଲା, ମାଇକେଲ ଜ୍ୟାକ୍ସନ ଭଳି ନାମ ଉପରେ ପ୍ରତିବନ୍ଧକ

ସୁଇସ୍ ସରକାର ପୂର୍ବରୁ ଆଲ୍ଲା, ଫୋର୍ଡ, ମାଇକେଲ ଜ୍ୟାକ୍ସନ, ପିଲ୍ଜନର, କ୍ୟୁ ଓ ଟୋକେନ୍ ଭଳି ନାମ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଯାହାର ଅର୍ଥ ହେଉଛି ଦେଶର କୌଣସି ବ୍ୟକ୍ତି ନିଜ ପିଲାଙ୍କ ନାମ ଏହି ନାମକୁ ଦେଇ ପାରିବେ ନାହିଁ ।

ସୁଇଡେନର ସବୁଠାରୁ ଲୋକପ୍ରିୟ ନାମ କ’ଣ ?

୨୦୧୯ରେ ସୁଇଡେନର ସବୁଠାରୁ ଲୋକପ୍ରିୟ ନାମ ତାଲିକାରେ ସଭା ଉପରେ ଥିଲା ଲୁକାସ । ଏହାପରେ ଲିୟାମ ଓ ୱିଲିୟମ ଥିଲା । ଅନ୍ୟପକ୍ଷରେ ଝିଅଙ୍କ ନାମ ଭିତରେ ଲୋକପ୍ରିୟ ଥିଲା ଏଲିସ, ଓଲଭିୟା ଓ ଏଷ୍ଟ୍ରିଡ୍ତେବେ ସ୍ୱିଡେନରେ ମାତାପିତା ନିଜ ପିଲାର ନାମ ଗୁଗଲ ରଖି ପାରିବେ

aliceAllahbanned from naming their son as vladimir putinfordGoogle name can also be givenliam and williamlucasmichael jacksonoliviapermission from tax agencyrussian presidentsons name vladimir putinsweden couplesweden govtsweden tax officerswedens most popular nameswiss govtswiss public broadcaster SRswiss rulesvladimir putinଆଲ୍ଲାଏଲିସଓଲଭିୟା ଓ ଏଷ୍ଟ୍ରିଡ୍କ୍ୟୁ ଓ ଟୋକେନ୍ଟ୍ୟାକ୍ସ ଏଜେନ୍ସିଠାରୁ ଅନୁମତିପିଲାର ନାମ ଗୁଗଲ ରଖି ପାରିବେପିଲ୍ଜନରପୁଅର ନାମ ଭାଦିମିର ପୁତିନଫୋର୍ଡଭ୍ଲାଦିମିର ପୁତିନ ନାମ ଉପରେ ପ୍ରତିବନ୍ଧକମାଇକେଲ ଜ୍ୟାକ୍ସନଲିୟାମ ଓ ୱିଲିୟମଲୁକାସସୁଇଡେନର ସବୁଠାରୁ ଲୋକପ୍ରିୟ ନାମସୁଇସ୍ ପବ୍ଲିକ୍ ବ୍ରୋଡକାଷ୍ଟାର ଏସଆର ଅନୁସାରେସୁଇସ୍ ସରକାରସ୍ୱିଡେନର ଦମ୍ପତ୍ତିସ୍ୱିଡେନର ସରକାରସ୍ୱିଡେନ୍ ଟ୍ୟାକ୍ସ ଅଧିକାରୀସ୍ୱିସ୍ ଆଇନ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami