କପାଳରେ କ୍ୟୁଆର କୋଡ୍ ଟାଟୁ କଲେ ଯୁବକ, କାରଣ ଜାଣିଲେ ହୋଇଯିବେ ତାଜୁବ

ଆଜିକାଲି ଶରୀରରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । ଆଉ ପ୍ରେମିକା-ପ୍ରେମିକ ନିଜର ଭଲ ପାଇବାକୁ ପ୍ରମାଣ ଦେବା ପାଇଁ ଶରୀରରେ ନିଜ ପ୍ରିୟଲୋକର ନାଁ ଟାଟୁ କରିଥାନ୍ତି । ହେଲେ ଏବେ ଜଣେ ଯୁବକ ତାଙ୍କ କପାଳରେ ସ୍ଥାୟୀ ଭାବେ କ୍ୟୁଆର କୋଡ଼ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି । ଏହାର ଏକ ଭିଡ଼ିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

କ୍ୟୁଆର କୋଡକୁ ସ୍କାନ କଲେ ଖୋଲୁଛି ଯୁବକଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ

ଆଜିକାଲି ସବୁଠି ସୋସିଆଲ ମିଡିଆ ଫୋବିଆ । ଯାହାକୁ ଦେଖ କିଛିି ନା କିଛି କରି ଭାଇରାଲ ହେଉଛନ୍ତି । ଅନେକ ଲୋକ ଅଜବ ଜିନିଷ କରି ଟ୍ରୋଲ ବି ହେଉଛନ୍ତି । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଯୁବକ ତାଙ୍କ କପାଳରେ କ୍ୟୁଆର କୋଡ୍ ଟାଟୁ କରିଛନ୍ତି । ଏହା ପୂର୍ବରୁ ଅନେକ ଯୁବକଯୁବତୀ ନିଜ ଶରୀରରେ କ୍ୟୁଆର କୋଡ଼ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି । ହେଲେ ଏହି ଯୁବକଙ୍କ କ୍ୟୁଆର ଟାଟୁ କରିବା ପଛର କାରଣ ବି ତାଜୁବ କରିଦେବା ଭଳି । ଏପରି ଟାଟୁ କରିବା ପଛର କାରଣ ହେଉଛି ଏହି କ୍ୟୁଆର କୋଡକୁ ଯେ କେହିବି ସ୍କାନ କରିବେ ତାହା ସିଧା ବ୍ୟକ୍ତିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟଖୋଲିବ ।

qr code tattoo on the foreheadviral video
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami