କଏଦୀଙ୍କ ପାଇଁ ନୂଆ ନିୟମ, ପାଠ ପ୍ରତି ବଢୁଛି କଏଦୀଙ୍କ ଆଗ୍ରହ

କଏଦୀଙ୍କୁ ପାଠପଢା ପ୍ରତି ଆଗ୍ରହ ବଢାଉଛି ନୂଆ ଯୋଜନା। ବର୍ତ୍ତମାନ ଜେଲ କୋଠରୀ ଭିତରେ ବନ୍ଦ ଥିବା କଏଦୀ ପାଠ ପଢିବା ପ୍ରତି ଆଗ୍ରହୀ ହେଉଛନ୍ତି । ସେଥିପାଇଁ ଏକ ବଡ଼ ସ୍କିମ ଏବେ ଲାଗୁ ହୋଇଛି । ପରୀକ୍ଷାରେ ପାସ୍ କରୁଥିବା କଏଦୀମାନଙ୍କୁ ଜେଲ ଦଣ୍ଡରୁ ମୁକ୍ତି ମିଳିପାରିବ । ଏଭଳିଏକ ସ୍କିମ ଆସିବା ପରେ କଏଦୀମାନେ ପାଠ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି । ସମୟ ପୂର୍ବରୁ ଜେଲରୁ ମୁକୁଳିବା ପାଇଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ କରୁଛନ୍ତି କଠିନ ପରିଶ୍ରମ ।

ଦୀର୍ଘ ଦିନରୁ ଜେଲରେ ବନ୍ଦ ରହିଥିବା କଏଦୀମାନେ ଏବେ ପିଜି ପର‌୍ୟ୍ୟହନ୍ତ ପହଞ୍ଚି ସାରିଛନ୍ତି । ଜେଲରୁ ମୁକୁଳିବା ଲାଳସା ଆଜି ସେମାନଙ୍କ ମନରେ ଏକ ନୂଆ ଉଦ୍ଭାବନା ଆଣି ଦେଇଛି । ମହାରାଷ୍ଟ୍ରର ବିଭିନ୍ନ ଜେଲରେ ଏଭଳି ସ୍କିମ ଜାରି ରହିଛି । ହତ୍ୟା ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଦେବାନନ୍ଦ ଏବଂ ବିଜୟ ଗତ ୨୦୨୦ ମସିହାରେ ବି.ଏ ପାସ୍ କରି ନେଇଥିଲେ । ଏହାପରେ ତାଙ୍କୁ ଜେଲ ଦଣ୍ଡବିଧାନରୁ ୯୦ ଦିନ କମ୍ କରି ଦିଆଯାଇଛି । ବର୍ତ୍ତମାନ ଉଭୟ କଏଦୀ ଏମ.ଏ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜାଣିବାକୁ ମିଳିଛି । ତେବେ କେବଳ ଏହି ଦୁଇ ଜଣ ନୁହେଁ, ମହାରାଷ୍ଟ୍ରରେ ମୋଟ ୧୪୫ କଏଦୀ ଗତ ୩ ବର୍ଷରେ ହାଇସ୍କୁଲ, ଇଣ୍ଟରମିଡିଏଟ, ଗ୍ରାଜୁଏସନ ଏବଂ ପୋଷ୍ଟ୍ ଗ୍ରାଜୁଏସନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ରାଜ୍ୟର ୧୦ଟି ଜିଲ୍ଲାରେ କଏଦୀମାନଙ୍କ ପାଇଁ ଏଜୁକେସନ ସେଣ୍ଟର ମଧ୍ୟ ଖୋଲାଯାଇଛି । ତେବେ ଏ ନେଇ ଅଧିକାରୀ କହିଛନ୍ତି ଯେ, ଜେଲରେ ରହିବା ସମୟରେ ପାଠ ପଢିବା ଦ୍ୱାରା କଏଦୀମାନଙ୍କୁ ଏକ ଉଦ୍ଦେଶ୍ୟ ମିଳିପାରୁଛି । ତେବେ ଅନେକ କଏଦୀମାନେ ଖୁବ କମ୍ ବୟସରୁ ଗିରଫ ହୋଇଯିବାରୁ ସେମାନେ ପାଠପଢାରୁ ଦୂରେଇ ଯାଇଥାନ୍ତି । ତେଣୁ ସେମାନେ ଚାହିଁଲେ ଜେଲରେ ମଧ୍ୟ ପାଠ ପଢିପାରିବେ । ଏହାଫଳରେ ଜେଲରୁ ମୁକୁଳିବା ପରେ ସେମାନଙ୍କୁ ଚାକିରି ମଧ୍ୟ ମିଳିପାରିବ ବୋଲି କହିଛନ୍ତି ଜେଲର ଅଧିକାରୀ । ମହାରାଷ୍ଟ୍ର ଜେଲ ନିୟମ ୧୯୬୨ ଅନୁଯାୟୀ, ମହାରାଷ୍ଟ୍ରର ୬୦ ଟି ଜେଲରେ ଜଣେ ଦଣ୍ଡ ପାଇପାରିବେ।୨୦୧୯ ରେ, ଏକ ସର୍କୁଲାର୍ ଜାରି କରାଯାଇଥିଲା ଯେ ଦଶମ, ଦ୍ୱାଦଶ, ସ୍ନାତକ, ପୋଷ୍ଟ ଗ୍ରାଜୁଏସନ୍, ଯେଉଁମାନେ ପିଏଚଡି କରୁଛନ୍ତି, ଏମ. ଫିଲ୍ ୯୦ ଦିନର ବିଶେଷ ରିହାତି ମିଳିପାରିବ ।

ଏହା ବ୍ୟତୀତ, ଏହି ସର୍କୁଲାରରେ ମଧ୍ୟ କୁହାଯାଇଛି ଯେ ଯଦି ଜେଲର ଚାହାଁନ୍ତି, ତେବେ ସେ ୬୦ ଦିନର ଅତିରିକ୍ତ ଆରାମ ପାଇପାରିବେ । ତଥାପି, ଏହି ରିହାତି କେବଳ ପାଠ୍ୟକ୍ରମ ପାସ୍ କରିବା ପରେ ମିଳିପାରିବ । ତେବେ ରିପୋର୍ଟ ଅନୁସାରେ, ୩ ବର୍ଷରେ ନାଗପୁର ସେଣ୍ଟ୍ରାଲ ଜେଲର ୬୧ କଏଦୀ ଏହି ସୁବିଧା ପାଇଛନ୍ତି । ନାଗପୁର ଜେଲରେ ଜଣେ ମହିଳା ମଧ୍ୟ ସ୍ନାତକୋତ୍ତର ହାସଲ କରିଛନ୍ତି । ଜେଲ ଭିତରେ ଇନ୍ଦିରା ଗାନ୍ଧୀ ଓପପନ ୟୁନିଭର୍ସିଟି ଏବଂ ଯଶବନ୍ତ ରାଓ ଚୌହାନ ମହାରାଷ୍ଟ୍ର ଓପନ ବିଶ୍ୱବିଦ୍ୟାଳୟରେ ପାଠ ପଢାଯାଏଜ୍ଝ ତେବେ କଏଦୀମାନଙ୍କ ପାଠପଢା ପାଇଁ ଏହି କଲେଜରେ ଶିକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି ।

mahastra newsqaidi for new rulesqaidi news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami