ପୁରୀ ପାଣିକୁ ନେଇ ଦିଲ୍ଲୀରେ ଚର୍ଚ୍ଚା, ଦେଶର ବାକି ସହରରେ ପାଣି ଅବସ୍ଥା କଣ ?

ପୁରୀ ବ୍ୟତିତ ଦେଶର ବାକି ସହରରେ ପାଣିର ଗୁଣବତ୍ତାର ହାଲ କ’ଣ ?

ନିକଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ପାଇଁ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଅଭିଯାନର ଉଦଘାଟନ କରିଥିଲେ । ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଢେର ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ନେଇ ତାଙ୍କୁ ପ୍ରଶଂସା କରଯାଉଥିବା ବେଳେ ବାକି ରାଜ୍ୟ ଏଥିରୁ ବହୁତ କିଛି ଶିଖିବାର ଅଛି ବୋଲି କୁହାଯାଉଛି । କାରଣ ଏଭଳି ବିଶୁଦ୍ଧ ଜଳ ଯୋଗାଇ ଦେବାରେ ଓଡ଼ିଶା ପ୍ରଥମ ଓ ପାଇପରୁ ସିଧାସଳଖ ବିଶୁଦ୍ଧ ପାନୀୟ ଜଳ ପାଇବାରେ ପୁରୀ ଦେଶର ପ୍ରଥମ ସହର । ପୁରା ଦେଶ ପାଇଁ ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା ବୋଲି କୁହାଯାଉଛି । କାରଣ ଛୋଟ ସହର ଛାଡନ୍ତୁ ଦେଶର ବଡ଼ବଡ଼ ମେଟ୍ରୋରେ ମଧ୍ୟ ସିଧାସଳକ ନଳରୁ ପାଣି ପିଇବା ଅର୍ଥ ରୋଗକୁ ଆମନ୍ତ୍ରଣ କରିବା । କିନ୍ତୁ ପୁରୀ ବାସିନ୍ଦା ସିଧା ନିଜ ପାଇପରୁ ପାଣି ପିଇ ପାରିବେ । ପାଣି ପିଇବା ପୂର୍ବରୁ ତାକୁ ବିଶୁଦ୍ଧ କରିବା ଲାଗି ଫିଲଟରର ଆବଶ୍ୟକତା ପଡିବ ନାହିଁ । ଏମିତିରେ ଦେଶର ବାକି ସହର ଗୁଡିକରେ ପାଣିର ଗୁଣବତ୍ତା କ’ଣ ତାକୁ ନେଇ ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲ ନିଜ ରିପୋର୍ଟ ପ୍ରକାଶ କରିଛି । ଆସନ୍ତୁ ଜାଣିବା ଦେଶର ବାକି ସହରରେ ପାନୀୟ ଜଳର ସ୍ଥିତି କ’ଣ ?

ତେବେ ଏହା ଜାଣିବା ପୂର୍ବରୁ ଗୋଟିଏ କଥା ଜାଣି ନିଅନ୍ତୁ ଯେ, ପୁରୀରେ କେବଳ ପାନୀୟ ଜଳର ଗୁଣବତ୍ତା ସୁନିଶ୍ଚିତ କରାଯାଇ ନାହିଁ । ସହରର ପାଣିକୁ IS 10500 ଗୁଣବତ୍ତା ମାନକ ସ୍ତର ପର୍ଯ୍ୟନ୍ତ ପହଞ୍ଚା ଯାଇଛି । ସରକାର ଏହାମଧ୍ୟ ସୁନିଶ୍ଚିତ କରିଛନ୍ତି ଯେ, ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ନଳରୁ ସ୍ୱଛ ଓ ବିଶ୍ୱସନୀୟ ପାଣି ମିଳିବ । ତେଣୁ ପୁରୀର ଲୋକଙ୍କୁ ପାଣି କିଣିବାକୁ ପଡିବ ନାହିଁ କି ଘରେ ଆରଓ ପ୍ୟୁରିଫାୟର ଲଗାଇବାକୁ ପଡିବ ନାହିଁ । ଏହାର ଫାଇଦା ପୁରୀର ଅଢେଇ ଲକ୍ଷ ବାସିନ୍ଦାଙ୍କ ସହିତ ବାର୍ଷିକ ଆସୁଥିବା ୨ କୋଟି ପର୍ଯ୍ୟଟକଙ୍କୁ ମିଳିବ ।

ମାନକ ବ୍ୟୁରୋ କରିଥିଲା ଯାଞ୍ଚ

ଦୁଇ ବର୍ଷ ତଳେ ଦେଶର ବିଭିନ୍ନ ସହରରେ ମିଳୁଥିବା ପାନୀୟ ଜଳର ଗୁଣବତ୍ତା ପରିକ୍ଷା କରିଥିଲା ଭାରତୀୟ ମାନକ ବ୍ୟୁରୋ । ୧୫ସହରରେ ହୋଇଥିବା ଏହି ଯାଂଚରେ ୧୧ ମାନଦାଣ୍ଡକୁ ଆଧାର ଭାବେ ଗ୍ରହଣ କରାଯାଇଥିଲା । ଏହାର ରିପୋର୍ଟ ଆସିବା ପରେ ଦେଶରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଦିଲ୍ଲୀ ପାଣି ସବୁଠୁ ଖରାପ

ଏହି ରିପୋର୍ଟରେ ମୁମ୍ବାଇର ପାନୀୟ ଜଳ ସବୁଠାରୁ ଭଲ ବୋଲି କୁହାଯାଇଥିଲା । ୧୧ ମାନଦଣ୍ଡ ଆଧାରରେ ହୋଇଥିବା ସର୍ଭରେ ସବୁ ମାପକକୁ ପୁରା କରିଥିଲା ମୁମ୍ବାଇ । ଅନ୍ୟପକ୍ଷରେ ଦିଲ୍ଲୀର ପାଣି ସବୁଠାରୁ ଖରାପ ଥିଲା । ଖୋଦ କେନ୍ଦ୍ରୀୟ ଉପଭୋକ୍ତା ମନ୍ତ୍ରୀଙ୍କ ବାସଭବନର ପାଣି ସବୁ ମାନଦଣ୍ଡ ପୁରା କରିବାରେ ବିଫଳ ହୋଇଥିଲା । ଏହି ୧୧ ମାନଦଣ୍ଡରେ ଭୌତିକ, ରାସାୟନିକ, ବ୍ୟାକ୍ଟ୍ରିୟୋଲଜିକାଲ ସହିତ ପାଣିରେ ବିଶାକ୍ତ ତତ୍ୱର ଉପସ୍ଥିତି ଅଛି କି ନାହିଁ ମଧ୍ୟ ଯା୍ଂଚ ହୋଇଥିଲା ।

ବାକି ସ୍ଥାନରେ ଥିଲେ ଏହି ସହର ସବୁ

ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ତାଲିକାରେ ଯଦି ସଭା ଉପରେ ମୁମ୍ବାଇ ଥିଲା ତେବେ ଦ୍ୱିତୀୟ ସ୍ଥାନରେ ହାଇଦ୍ରାବାଦ ଓ ଭୁବନେଶ୍ୱର ଥିଲେ । ଭୁବନେଶ୍ୱର କେବଳ ଗୋଟିଏ ମାନଦଣ୍ଡ ପୁରା କରି ନପାରିବରୁ ମୁମ୍ବାଇ ତଳେ ଥିଲେ । ନଚେତ ଏହା ମଧ୍ୟ ମୁମ୍ବାଇ ସମକକ୍ଷ ହୋଇ ପାରିଥାନ୍ତା । ତୃତୀୟ ସ୍ଥାନରେ ଥିଲା ରାଂଚିରାୟପୁର ୫ ନମୁନାରେ ଫେଲ ହୋଇ ଚତୁର୍ଥ ସ୍ଥାନରେ, ଅମରାବାତୀ ୬ ନମୁନାରେ ଫେଲ ହୋଇ ପଞ୍ଚମ ଓ ସିମଲା ଷଷ୍ଠ ସ୍ଥାନରେ ଥିଲା । ଏହି ସହରଗୁଡିଙ୍କୁ ଛାଡିଦେଲେ ବାକି ସବୁ ସହର କୌଣସି ମାନକ ପୁରା କରିନପାରି ଫେଲ୍ ହୋଇଥିଲେ ।

ଏହି ସହର ଅବସ୍ଥା ସବୁଠୁ ଖରାପ

ଏହି ସୂଚିରେ ସପ୍ତମ ଓ ଅଷ୍ଟମ ସ୍ଥାନରେ ଚଣ୍ଡିଗଡ, ତିରୁଭଅନନ୍ତପୁରମ ଥିଲେ । ଅନ୍ୟପକ୍ଷରେ ପାଟନା, ଭୋପାଳ, ଗୌହାଟି, ବେଙ୍ଗାଲୁରୁ ଓ ଗାନ୍ଧିନଗର ମିଳିତ ଭାବେ ଦଶମ ସ୍ଥାନରେ ଥିଲେଏକାଦଶ ସ୍ଥାନରେ ଲକ୍ଷ୍ନୌ ଓ ଜମ୍ମୁ, ଦ୍ୱାଦଶ ସ୍ଥାନରେ ଜୟପୁର ଓ ଡେରାଡୁନ୍, ୧୩ତମ ସ୍ଥାନରେ ଚେନ୍ନାଇ, ୧୪ତମ ସ୍ଥାନରେ କୋଲକାତା ଓ ସର୍ବଶେଷରେ ଥିଲା ଦେଶର ରାଜଧାନୀ ଦିଲ୍ଲୀ ।

amaravatibacteriological experimentbengalurubhopalbhubaneswar second place in clean drinking waterchandigarhchemical experimentchennaidehradundelhidelhi water conditiondrink from tapgandhinagargauhatihyderabad second place clean drinking waterIndian Standard BureauIS 10500IS 10500 parametersIS 10500 ଗୁଣବତ୍ତା ମାନକ ସ୍ତରjaipurjal shakti ministryjammukolkatalucknowMission Sujalmumbai drinking water facility on topmumbai water facilitynational news channelnaveen patnaikOdishaodisha CMpatnaphysical experimentpure drinking water from tappuriraipur is in fifth placeranchi third placesafe drinking watershimlasujal missionthiruvananthpuramUnion Minister of Consumer Affairswater management indexWater minister GS Shekhawatଅମରାବାତୀଓଡ଼ିଶା ମୁଖ୍ୟମନ୍ତ୍ରୀକେନ୍ଦ୍ରୀୟ ଉପଭୋକ୍ତା ମନ୍ତ୍ରୀକୋଲକାତାଗାନ୍ଧିନଗରଗୌହାଟିଚଣ୍ଡିଗଡଚେନ୍ନାଇଜମ୍ମୁଜୟପୁରଜାତୀୟ ନ୍ୟୁଜ୍ ଚ୍ୟାନେଲଡେରାଡୁନ୍ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଅଭିଯାନତିରୁଭଅନନ୍ତପୁରମତୃତୀୟ ସ୍ଥାନରେ ଥିଲା ରାଂଚିଦିଲ୍ଲୀଦିଲ୍ଲୀ ପାଣିଦ୍ୱିତୀୟ ସ୍ଥାନରେ ହାଇଦ୍ରାବାଦନବୀନ ପଟ୍ଟନାୟକପାଟନାପୁରୀବିଶୁଦ୍ଧ ଜଳବେଙ୍ଗାଲୁରୁବ୍ୟାକ୍ଟ୍ରିୟୋଲଜିକାଲଭାରତୀୟ ମାନକ ବ୍ୟୁରୋଭୁବନେଶ୍ୱରଭୋପାଳଭୌତିକମାନକ ବ୍ୟୁରୋମୁମ୍ବାଇର ପାନୀୟ ଜଳରାୟପୁରରାସାୟନିକଲକ୍ଷ୍ନୌସଭା ଉପରେ ମୁମ୍ବାଇସିମଲା
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami