ଜନତା ତ୍ରସ୍ତ, ସରକାର ମସ୍ତ: ପେଟ୍ରୋଲ, ଡିଜେଲରୁ କେନ୍ଦ୍ର ସରକାରଙ୍କ ଆୟ ୧ ଲକ୍ଷ ୭୧ କୋଟି ଟଙ୍କା

ଗୋଟିଏ ପଟେ ଦେଶର ଜନତା ଦିନକୁ ଦୁଇଗୁଣ ରାତିକୁ ଚାରିଗୁଣ ଦରରେ ବୃଦ୍ଧି ପାଉଥିବା ମହଙ୍ଗା ମାଡକୁ ନେଇ ତ୍ରସ୍ତ ଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ମସ୍ତ ଅଛନ୍ତି । ଏକ ହିସାବ ଅନୁସାରେ ପେଟ୍ରୋଲ ଶତକ ମାରିବା ସହିତ କେନ୍ଦ୍ର ସରକାରଙ୍କ ଟ୍ରେଜେରି ଭର୍ତ୍ତି ହେବାରେ ଲାଗିଛି । ହିସାବ ଅନୁସାରେ ପେଟ୍ରୋଲ ଓ ଡିଜେଲ ବିକ୍ରି କରି କେନ୍ଦ୍ର ସରକାର ୧ ଲକ୍ଷ ୭୧ କୋଟି ଟଙ୍କା ପାଇଛନ୍ତି । ପେଟ୍ରୋଲ ଉତ୍ପାଦ ବିକ୍ରିରୁ ମିଳୁଥିବା ଉତ୍ପାଦ ଶୁଳ୍କ ସଂଗ୍ରହରୁ ଏହି ଆୟ ହୋଇଛି । ତାହା ପୁଣି ଗତବର୍ଷ ଏହି ଅବଧିରେ ମିଳିଥିବା ଆୟର ୩୩ ଗୁଣ ଅଧିକସ୍ପଷ୍ଟ ଭାବେ କହିଲେ କରୋନା ପୂର୍ବରୁ ଯେତିକି ଉତ୍ପାଦ ଶୁଳ୍କ ସଂଗ୍ରହ ହେଉଥିଲା ତା’ଠାରୁ ୭୯ ପ୍ରତିଶତ ଅଧିକ ଏହି ଅବଧିରେ ହୋଇଛି ।

ସିଜିଏ ରିପୋର୍ଟ ଅନୁସାରେ ଗତବର୍ଷ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଉତ୍ପାଦ ଶୁଳ୍କ ଭାବେ ୧ ଲକ୍ଷ ୨୮ କୋଟି ଆଦାୟ ହୋଇଥିଲା । କିନ୍ତୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାରେ ଏହା ହେଉଛି ୧ ଲକ୍ଷ ୭୯ କୋଟି ଟଙ୍କା ଏହା ଏପ୍ରିଲ-ସେପ୍ଟେମ୍ବର ୨୦୧୯ର ୯୫ ହଜାର ୯୩୦ କୋଟି ଟଙ୍କାଠାରୁ ୭୯ ପ୍ରତିଶତ ଅଧିକ ।

ବୃଦ୍ଧି ପାଉଛି କମ୍ପାନୀଙ୍କ ଆୟ

ଦେଶରେ ଖାଉଟି ହନ୍ତସନ୍ତ ହେଉଛନ୍ତି କିନ୍ତୁ ତେଲ କମ୍ପାନୀଙ୍କ ଆୟ ବଢିବାରେ ଲାଗିଛି ୨୦୧୯-୨୦ରେ ଉତ୍ପାଦ ଶୁଳ୍କ ଭାବେ ୨ ଲକ୍ଷ ୩୯ କୋଟି ଟଙ୍କା ଆଦାୟ ହୋଇଥିଲା । ୨୦୨୦-୨୧ରେ ଏହା ବଢିକରି ୩ ଲକ୍ଷ ୮୯ କୋଟି ଟଙ୍କା ହୋଇଛି । ଏବେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ କେନ୍ଦ୍ର ସରକାରଙ୍କ ଆୟ ୧ ଲକ୍ଷ ୭୧ କୋଟି ଟଙ୍କା ହୋଇଛି । ଯେଉଁଭଳି ଭାବେ ତୈଳ କମ୍ପାନୀ ତେଲ ରେଟ୍ ବଢାଉଛନ୍ତି ସେଥିରୁ ଲାଗୁଛି ଯେ, ଚଳିତ ଆର୍ଥିକ ବର୍ଷ ଶେଷ ହେବା ବେଳେକୁ ଏହି ଆୟ ୪ ଲକ୍ଷ କୋଟି ଟଙ୍କା ପାର କରିବ ।

ସୂଚନାଯୋଗ୍ୟ ଯେ, ବସ୍ତୁ ଓ ସେବା କର (ଜିଏସଟି) ଲାଗୁ ହେବା ପରଠାରୁ କେବଳ ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ ଓ ପ୍ରାକୃତିକ ଗ୍ୟାସ ଉପରେ ହିଁ ଉତ୍ପାଦ ଶୁଳ୍କ ଲାଗୁଛି । ଅନ୍ୟ ଉତ୍ପାଦ ଜିଏସଟି ଅନ୍ତର୍ଗତରେ ଆସୁଛି

1 lakh 71 crores rupees revenue collected୧ ଲକ୍ଷ ୭୧ କୋଟି ଟଙ୍କାcentral governmentcentral govt revenue collectedCGA reportGSTmodi govtoil company increasing pricespetrol diesel price hikeକେନ୍ଦ୍ର ସରକାରକେନ୍ଦ୍ର ସରକାରଙ୍କ ଟ୍ରେଜେରି ଭର୍ତ୍ତିଜିଏସଟିତୈଳ କମ୍ପାନୀ ତେଲ ରେଟ୍ ବଢାଉଛନ୍ତିସିଜିଏ ରିପୋର୍ଟ ଅନୁସାରେ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami