ଉତ୍ତରାଖଣ୍ଡରେ ଲାଗୁ ହେବାକୁ ଯାଉଛି ୟୁସିସି

ଡେରାଡୁନ: ଉତ୍ତରାଖଣ୍ଡରେ ଲାଗୁ ହେବାକୁ ଯାଉଛି ୟୁନିଫର୍ମ ସିଭିଲ୍ କୋଡ୍ ବା ସମାନ ନାଗରିକ ସଂହିତା (ୟୁସିସି) । ଏଥିଲାଗି ପ୍ରସ୍ତୁତ ଚିଠା ପ୍ରସ୍ତାବରେ କେତେକ ବ୍ୟବସ୍ଥା ନୂଆ କରି କାର୍ଯ୍ୟକାରୀ କରିବା ଲାଗି ସୁପାରିସ କରାଯାଇଛି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରସ୍ତୁତ କରିଥିବା ୟୁସିସି ଚିଠାରେ ବହୁ ବିବାହକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ଏକାଧିକ ବିବାହକୁ ଆଇନଗତ ସ୍ୱୀକୃତି ଦିଆଯାଇନାହିଁ ।

ଲିଭ୍‌-ଇନରେ ରହିବାକୁ ହେଲେ ପଞ୍ଜୀକରଣ ବାଧ୍ୟତାମୂଳକ

ଲିଭ୍‌-ଇନକୁ ଯଦିଓ ଗ୍ରହଣ କରାଯାଇଛି, କିନ୍ତୁ ଏଥିଲାଗି ପଞ୍ଜୀକରଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବା ଲାଗି ପ୍ରସ୍ତାବ ରହିଛି । ପ୍ରସ୍ତାବିତ ୟୁସିସିରେ ଉଭୟ ପୁଅ ଓ ଝିଅ ପାଇଁ ପୈତୃକ ସଂପତ୍ତିରେ ସମାନ ଅଧିକାରକୁ ମଧ୍ୟ ନ୍ୟାୟିକ ସ୍ୱୀକୃତି ଦିଆଯାଇଛି । ୟୁସିସି ଦେଶର ସମସ୍ତ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ ନିୟମାବଳୀ, ଯାହା କୌଣସି ନିର୍ଦ୍ଦିଷ୍ଟ ଧର୍ମ ଆଧାରିତ ନୁହେଁ । ମୁଖ୍ୟତଃ ବିବାହ, ବିବାହ ବିଚ୍ଛେଦ, ପାଳିତ ସନ୍ତାନ ଗ୍ରହଣ, ପୈତୃକ ସମ୍ପତ୍ତିରେ ଭାଗୀଦାରୀ ଆଦି ବ୍ୟକ୍ତିଗତ ପ୍ରସଙ୍ଗର ପରିଚାଳନା ସଂପର୍କିତ ସାର୍ବଜନୀନ ନିୟମାବଳୀ । ସପ୍ତାହେ ପରେ ଉତ୍ତରାଖଣ୍ଡ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ସେଠାରେ ୟୁନିଫର୍ମ ସିଭିଲ କୋଡ ବିଲ୍ ପାରିତ ହେବ । ଏହାକୁ ଆଇନଗତ ମାନ୍ୟତା ଦିଆଯିବ । ଚିଠା ପ୍ରସ୍ତାବ ପ୍ରସ୍ତୁତି ସମୟରେ ବିଭିନ୍ନ ବର୍ଗର ୨ ଲକ୍ଷ ଲୋକଙ୍କର ମତାମତ ସଂଗ୍ରହ କରାଯାଇଛି ।

preparation to implement ucc in uttarakhanduttarakhand news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami