ପ୍ରଧାମନ୍ତ୍ରୀଙ୍କ ସୁରକ୍ଷାରେ ତୃଟି : ଜାଣନ୍ତୁ SPGର ବ୍ଲୁ ବୁକ୍ କ’ଣ, ଯାହାକୁ ନଜରଅନ୍ଦାଜ କରାଯାଇଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡକୁ ବୁଧବାର ଦିନ ଭଟିଣ୍ଡା ରାସ୍ତାରେ ଯେଉଁଭଳି ଅଟକା ଗଲା ତାକୁ ନେଇ ଦେଶର ରାଜନୀତି ଗରମ ଅଛି । ଆନ୍ଦୋଳନକାରୀ ଚାଷୀ ଯେଉଁଭଳି ଭାବେ ପ୍ରଧାନମନ୍ତ୍ରୀଙ୍କ ଗାଡିକୁ ୧୫ରୁ ୨୦ ମିନିଟ ଧରି ଅଟକାଇଥିଲେ ତାହାକୁ ଅନେକ ନାପସନ୍ଦ କରୁଛନ୍ତି । କାରଣ ଏହାଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରଭାବିତ ହୋଇଥିଲା । ଅଭିଯୋଗ ହେଉଛି ଯେ, ପଂଜାବ ସରକାର ଓ ରାଜ୍ୟ ପୋଲିସ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ବ୍ଲୁ ବୁକ୍ ବା ଯେଉଁ ଗାଇଡଲାଇନ୍ ରହିଛି ତାକୁ ଠିକ୍ ଭାବେ ଅନୂସରଣ କରି ନାହାନ୍ତି । ଯାହାଫଳରେ ପଂଜାବ ସରକାର ଓ ପୋଲିସ ପ୍ରଶ୍ନଘେର ଭିତରକୁ ଆସିଯାଇଛନ୍ତି ।

ଏମିତିରେ ଆପଣଙ୍କ ମନକୁ ଏହି ପ୍ରଶ୍ନ ଆସୁଥିବ ଯେ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଥିବା ବ୍ଲୁ ବୁକ୍ କ’ଣ ? ବ୍ଲୁ ବୁକ୍ ଗାଇଡ ଲାଇନକୁ ପଂଜାବ ପୋଲିସ ମାନିନଥିଲା ଯାହା କୁହାଯାଉଛି ତାହା କ’ଣ ? ଓ ସେଥିରେ କ’ଣ ଲେଖା ହୋଇଥାଏ । ଆସନ୍ତୁ ଜାଣିବା ବ୍ଲୁ ବୁକ୍ କ’ଣ ?

ବ୍ଲୁ ବୁକ୍ କ’ଣ ?

ବ୍ଲୁ ବୁକ୍ ହେଉଛି କୌଣସି ଭିଭିଆଇପିଙ୍କ ସୁରକ୍ଷାକୁ ନେଇ କ’ଣ ସବୁ କରାଯିବା ଉଚ୍ଚିତ ଓ କ’ଣ କରିବା ଅନୁଚିତ ତାହାର ଗାଇଡଲାଇନ୍ ସମୁହ । ଏବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍ ବା ଏସପିଜି ପାଖରେ ରହିଛି । ଏସପିଜି ବ୍ଲୁ ବୁକ୍ ହିସାବରେ ପିଏମ ସୁରକ୍ଷା ଦାୟିତ୍ୱ ସମ୍ଭାଳିଥାଏ । ଏହି ବ୍ଲୁ ବୁକରେ ପିଏମଙ୍କ ସୁରକ୍ଷା ପାଇଁ ଯେଉଁସବୁ ଗାଇଡଲାଇନ୍ ଅନୂସରଣ କରାଯାଇଥାଏ ତାହା ଉଲ୍ଲେଖ ଥାଏ । ଏହି ଗାଇଡ ଲାଇନ ହିସାବରେ ପୁରା ପ୍ରଟୋକଲ ଫଲୋ କରାଯାଇଥାଏ

ଉଦାହରମ ସ୍ୱରୁପ ପ୍ରଧାନମନ୍ତ୍ରୀ କୌଣସି ଜନସଭାକୁ ଯାଉଥିଲେ ସେଠାକାର ବ୍ୟବସ୍ଥା କେମିତି ହେବ, ପିଏମ୍ ସଡକ ପଥ ଦେଇ ଯଦି ଯାଉଛନ୍ତି ତେବେ ରୁଟ୍ ବ୍ୟବସ୍ଥା କେମିତି ହେବ ଓ ଯଦି ବିମାନରେ ଯାତ୍ରା କରୁଛନ୍ତି ତେବେ କେଉଁ ନିୟମକୁ ଅନୂସରଣ କରାଯିବ, ସେହିଭଳି ପ୍ରଧାନମନ୍ତ୍ରୀ ଯଦି କୌଣସି ସଭାଗୃହକୁ ଯାଉଛନ୍ତି ସେଠାରେ ସୁରକ୍ଷା ବ୍ୟବସ୍ଥା ପାଇଁ ମଧ୍ୟ ଅଲଗା ନିୟମ ରହିଥାଏ । ପ୍ରଧାନମନ୍ତ୍ରୀ ଯାଉଥିବା ସଭା କିମ୍ବା ବିଲ୍ଡିରେ ସିକ୍ୟୁରିଟି ସାନିଟାଇଜେସନ୍ ଏସପିଜିର ଦାୟିତ୍ୱ ହୋଇଥାଏ । ଆଉ ଏସବୁ କିଛି ବ୍ଲୁ ବୁକ୍ ଅନୁସାରେ ହୋଇଥାଏ । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ସହିତ କେତେ ସୁରକ୍ଷାକର୍ମୀ ରହିବେ ସେ କଥା ମଧ୍ୟ ବ୍ଲୁ ବୁକରେ ଉଲ୍ଲେଖ ଥାଏ ।

ଏଠାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, କେବଳ ଏସପିଜି ନୁହେଁ ରାଜ୍ୟ ପୋଲିସକୁ ମଧ୍ୟ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବନ୍ଦୋବସ୍ତ କରିବାକୁ ପଡିଥାଏ ।କେବଳ ଏଇଥିପାଇଁ ଏବେ ପଂଜାବ ପୋଲିସ ପ୍ରଶ୍ନ ଘେରରେ ଅଛି ।

ୟେଲୋ ବୁକ୍ ମଧ୍ୟ ରହିଛି !

କେବଳ ବ୍ଲୁ ବୁକ୍ ନୁହେଁ ପ୍ରଧାନମନ୍ତ୍ରୀଙ୍କ ଭଳି ଭିଭିଆଇପିଙ୍କ ସୁରକ୍ଷା ପାଇଁ ଗୋଟିଏ ୟେଲୋ ବୁକ୍ ମଧ୍ୟ ରହିଛି । ଯେଉଁଥିରେ ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ସୂଚନା ରହିଥାଏ । ସାଂସଦ ଓ ମନ୍ତ୍ରୀଙ୍କୁ କେଉଁଭଳି ସୁରକ୍ଷା ଦିଆଯିବ ଓ ସେମାନଙ୍କ ସୁରକ୍ଷା ପାଇଁ କେଉଁଭଳି ବ୍ୟବସ୍ଥା କରାଯିବ ତା’ର ସୂଚନା ୟେଲୋ ବୁକରେ ରହିଥାଏ ।

ପଂଜାବ ପୋଲିସ କେଉଁ ନିୟମର ଅନୂସରଣ କରି ନଥିଲା ?

ବ୍ଲୁ ବୁକ୍ ଅନୁସାରେ ରାଜ୍ୟ ପୋଲିସକୁ ସବୁ ପ୍ରକାରର ପ୍ରତିକୂଳ ପରିସ୍ଥିତି ପାଇଁ ଏକ ଜରୁରୀକାଳିନ ମାର୍ଗ ପ୍ରସ୍ତୁତ ରଖିବାର ଥିଲା । କିନ୍ତୁ ପଂଜାବ ପୋଲିସ ଏମରଜେନ୍ସି ଏଗଜିଟ୍ ରୁଟ୍ ପ୍ରସ୍ତୁତ ରଖିନଥିଲା । ସୂଚନା ଅନୂସାରେ ଇଣ୍ଟେଲିଜେନ୍ସ ବ୍ୟୁରୋ ଚାଷୀଙ୍କ ରାସ୍ତାଜାମ ବାବଦରେ ପଂଜାବ ପୋଲିସକୁ ଜଣାଇ ସାରିଥିଲା ଓ ପୋଲିସ ମଧ୍ୟ ସୁରକ୍ଷା ନେଇ ଆଶ୍ୱାସନା ଦେଇଥିଲା । କିନ୍ତୁ ପଂଜାବ ପୋଲିସ ରାସ୍ତା ଜାମ ହଟାଇବା ନେଇ କିମ୍ବା ଏମରଜେନ୍ସି ଏଗଜିଟ୍ ରୁଟର ବ୍ୟବସ୍ଥା କରିନଥିଲା ।

ନିୟମ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ବାହ୍ୟ ସୁରକ୍ଷା ଘେର ପଂଜାବ ପୋଲିସର ଥିଲାଏସପିଜି ପ୍ରଧାନମନ୍ତ୍ରୀଙ୍କୁ ଘେରି ରହିଥାଏ କିନ୍ତୁ ବାହ୍ୟ ଚକ୍ରର ସୁରକ୍ଷା ଦାୟିତ୍ୱ ରାଜ୍ୟ ପୋଲିସ ଉପରେ ରହିଥାଏ । ପଂଜାବ ପୋଲିସ ବାହ୍ୟ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହୋଇଛି ବୋଲି ଏଥିପାଇଁ କୁହାଯାଉଛି ।

bhatinda roadblue book guidelinescharanjit singh channifarmer protestorsFerozepurflyover in Punjab's Bathindapm modi convoypm modi securitypm modi security breachPM Security Lapsepolitical rally in FerozepurPunjab Chief Minister Charanjit Channipunjab cmpunjab govtpunjab policesecurity breach in Bathindaspecial protection groupSPG blue bookspg blue book protocolVVIP securitywhat is blue bookyellow bookଆନ୍ଦୋଳନକାରୀ ଚାଷୀପଂଜାବ ସରକାର ଓ ରାଜ୍ୟ ପୋଲିସପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାବ୍ଲୁ ବୁକ୍ କ’ଣବ୍ଲୁ ବୁକ୍ ଗାଇଡ ଲାଇନଭଟିଣ୍ଡା ରାସ୍ତାରେଭିଭିଆଇପିଙ୍କ ସୁରକ୍ଷାୟେଲୋ ବୁକ୍ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍ ବା ଏସପିଜି
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami