ଅଦରକାରୀକୁ ଆକର୍ଷଣୀୟ କରୁଛନ୍ତି ଶ୍ରୀଧର

ଯାହାକୁ ଆମେ ଅଦରକାରୀ ଭାବି ରାସ୍ତାକଡ଼ର ଡଷ୍ଟବିନ୍‌ରେ ପକାଇ ଦେଉ କିମ୍ବା ବାହାରେ ଫିଙ୍ଗି ପରିବେଶକୁ ପ୍ରଦୂଷିତ କରି ଜୀବଜଗତ ପ୍ରତି ବିପଦ ସୃଷ୍ଟି କରୁ । ସେଇ ଅଦରକାରୀ ଜିନିଷକୁ ନେଇ ଆକର୍ଷଣୀୟ କଳାକୃତି କରି ଘରସଜ୍ଜା ସାମଗ୍ରୀରେ ବଦଳାଇ ଦେଉଥିବା ମଣିଷ ହେଉଛନ୍ତି ଶ୍ରୀଧରଫୁଲନଖରା ନାଗବାଲି ଅଂଚଳରେ ଶ୍ରୀଧର ଦାଶଙ୍କ ଘର । ଘରସଜ୍ଜା ପାଇଁ ବର୍ଜ୍ୟବସ୍ତୁକୁ ବ୍ୟବହାର କରି କେବଳ ସହରରେ ନୁହେଁ ବରଂ ଗାଁରେ ମଧ୍ୟ ନିଜର ଭିନ୍ନ ଏକ ପରିଚୟ ସୃଷ୍ଟି କରିପାରିଛନ୍ତି । ବିଦ୍ୟାଳୟରେ ପଢ଼ୁଥିବା ସମୟରୁ ହିଁ ତାଙ୍କୁ କିଛି ନା କିଛି ନୂଆ ଜିନିଷ କରିବା ପ୍ରତି ଆଗ୍ରହ ଥିଲା । ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ନିଜ ବୁଦ୍ଧି ଖଟାଇ ମେଳାରେ ବିଭିନ୍ନ ସୃଜନଶୀଳତା ଲୋକଙ୍କୁ ଦେଖାଇପାରିଥିଲେ । ଏବେ ସେ ପୂର୍ବତଟ ରେଳବିଭାଗରେ କାର୍ଯ୍ୟରତ

ଶ୍ରୀବିହାରରେ ଝିଅ ଓ ପତ୍ନୀଙ୍କ ସହିତ ରହୁଛନ୍ତି । କାର୍ଯ୍ୟାଳୟ କାମ ଓ ପରିବାରର ସମସ୍ତ କାର୍ଯ୍ୟ ଶେଷ ପରେ ସେ ଏହି କାମରେ ଲାଗିପଡନ୍ତି । ପତ୍ନୀଙ୍କ ସହିତ ଥରେ ମେଳା ବୁଲିବାକୁ ଯାଇଥିବାବେଳେ ସେଠାରେ ଏକ କୃତ୍ରିମ ଜଳପ୍ରପାତ ଦେଖି ପତ୍ନୀ କିଣିବାକୁ କହିଥିଲେ । ହେଲେ ଦୋକାନୀ ତାକୁ ୯୦ ହଜାର ଟଙ୍କା କହିଥିଲା । ଏହି ସମୟରେ ନିଜ ପତ୍ନୀଙ୍କୁ ଗୋଟିଏ ସୁନ୍ଦର କୃତିମ ଜଳପ୍ରପାତ ପ୍ରସ୍ତୁତ କରି ଉପହାର ଦେବାକୁ ଚିନ୍ତା କରିଥିଲେ ଶ୍ରୀଧର । ସେବେଠାରୁ ନିଜ ଘରେ ଥିବା ବିଭିନ୍ନ ପ୍ରକାର ଆବର୍ଜନାକୁ ରଖିବା ଆରମ୍ଭ କରିଥିଲେ । ପରେ ଭଙ୍ଗା ଟାଇଲ, ସୋଲକୁ ବ୍ୟବହର କରି ଜଳ ପ୍ରପାତ ତିଆରି କରିଥିଲେ । ଦାଣ୍ଡ ଦୁଆରଠାରୁ ଘର ଭିତର ପର୍ଯ୍ୟନ୍ତ ସବୁଠି ସେ ନିଜ କଳାର ପ୍ରତିଭାକୁ ଦେଖାଇଛନ୍ତି । ଝିଅର ପାଠପଢ଼ା ଘରଠାରୁ ଆରମ୍ଭ କରି ଠାକୁର ଘର ପର୍ଯ୍ୟନ୍ତ ସବୁ ଜିନିଷକୁ ନୂଆ କରି ତଆରି କରିଛନ୍ତି । ଏହାକୁ ଦେଖିଲେ କେହି କହିବେନି ଯେ ଏହା ବର୍ଜ୍ୟରେ ତିଆରି ହୋଇଛି । ଶ୍ରୀଧର କହନ୍ତି, ଛୋଟ ବେଳୁ ନୂଆ ଜିନିଷ ତିଆରି କରିବା ପ୍ରତି ଆଗ୍ରହ ରହିଛି । ଘରୁ ବାହାରୁ ଥିବା ଥର୍ମକୁଲ ପ୍ଲେଟ୍‌, ସୋଲ, ଟିଣ, ତାର ଓ ପାଇପ୍‌କୁ ବ୍ୟବହାର କରି ନୂଆ ଜିନିଷ ତିଆରି କରୁଛି । ଘର ସାଜସଜ୍ଜା ପାଇଁ ସମସ୍ତେ ଅଦରକାରୀ ଜିନିଷକୁ ବ୍ୟବହାର କରନ୍ତୁ । ତାଲାବନ୍ଦ ସମୟରେ ନିଜର ସମୟ ନଷ୍ଟ ନ କରି ଏଭଳି ନିଆରା ଜିନିଷ ତିଆରି କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀଧର ।

artificial waterflowbeautiful things made by waste materialbest out of wasteEast coast railwayinnovative best out of waste ideasphulnakharaRailway employeesridhar dashthings made from waste material at homewaste materialsଅଦରକାରୀକୁ ଆକର୍ଷଣୀୟକୃତ୍ରିମ ଜଳପ୍ରପାତଫୁଲନଖରା ନାଗବାଲିବର୍ଜ୍ୟବସ୍ତୁକୁ ବ୍ୟବହାରଶ୍ରୀଧର ଦାଶସୃଜନଶୀଳତା
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami