ଲୋକଙ୍କ ପକେଟରେ ନିଆଁ ଲଗାଉଛି ପେଟ୍ରୋଲ୍ ଦର

ଗୋଟେ ପଟେ କରୋନାର ଭୟ ଅନ୍ୟପଟେ ଲୋକଙ୍କ ପକେଟରେ ନିଆଁ ଲଗାଉଛି ପେଟ୍ରୋଲ୍ ଦରଟି-20 ମ୍ୟାଚର 20 ଓଭରରେ ଗୋଟିଏ ଟିମ୍ ସେତିକି ରନ କରି ପାରିବ ନାହିଁ ଯେତିକି ପେଟ୍ରୋଲ ଦର ଗତ 7 ବର୍ଷ ଭିତରେ ବଢିଛି । ଏମିତିରେ କହିଲେ ବ୍ରାଡ୍ ମ୍ୟାନଙ୍କ 99.94 ଆଭରେଜ୍ ବି ଭାରତର ପେଟ୍ରୋଲ ଦରବୃଦ୍ଧି ସହ ଟକ୍କର ଦେଇ ପାରିବନି ।

ଗଲା 7 ବର୍ଷରେ ଅଛେ ଦିନ୍ ଆସିଛି ନା ନାହିଁ ତା ଉପରେ ବିତର୍କ ହୋଇପାରେ କିନ୍ତୁ ପେଟ୍ରୋଲ ରେଟ୍ ବଢିନି ବୋଲି କେହି କହିପାରିବେ ନାହିଁ । ରବିବାର ଦିନ ଦେଶର କେତେକ ସ୍ଥାନରେ ପେଟ୍ରୋଲ ଶେଷରେ ଶତକ ମାରିଦେଲା । କରୋନା ମାଡରେ ବେହାଲ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତଆର୍ଥିକ ଭାବେ ଦୁର୍ବଳ ଥିବା ବର୍ଗଙ୍କ ପେଟ ଓ ପକେଟ୍ ନିଶ୍ଚୟ ପ୍ରଭାବିତ ହେବ । ରବିବାର ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା 19 ପଇସାରେ ପହଁଞ୍ଚିଥିବା ବେଳେ ଭୋପାଳ, ଔରଙ୍ଗାବାଦ ଭଳି କିଛି ସ୍ଥାନରେ ଶହେ ଟପିଛି ପେଟ୍ରୋଲ ଦର ।

Is this the sign of Acche Din promised by BJP govt

ତୈଳଦର ବୃଦ୍ଧିର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଉପରେ ପଡ଼ିବ । ତୈଳବୃଦ୍ଧି ଯୋଗୁଁ ବଜାରରେ ଅନ୍ୟ ସବୁ ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆଁ। ସେପଟେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ ବ୍ୟାରେଲ ପ୍ରତି 5ରୁ 6 ଡଲାର ବୃଦ୍ଧି ଯୋଗୁଁ ଏଭଳି ହୋଇଥିବା କୁହାଯାଉଛି । ତେବେ ପ୍ରଶ୍ନ ହେଲା ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମେ ସେତେବେଳେ ଭାରତରେ ଦାମ କିନ୍ତୁ ଚଢ଼ା ରହୁଛି । ପେଟ୍ରୋଲ କମ୍ପାନୀ ସବୁବେଳେ ଫାଇଦାରେ ରହୁଛନ୍ତି । ବିଦେଶରେ ବ୍ୟାରେଲ ଦର ବଢିଲେ ଏଠି ଟାଙ୍କିରେ ରେଟ୍ ବଢୁଛି । କିନ୍ତୁ ଦର କମିଲେ ତାର ଫାଇଦା ଗ୍ରାହକ ପାଉ ନାହାଁନ୍ତି ।

ଭାରତ ଠାରୁ ପେଟ୍ରୋଲ ନେଇ ବିକ୍ରି କରୁଥିବା ନେପାଳରେ ଦର କମ କିନ୍ତୁ ଭାରତରେ ଅଧିକ। ଏହା କେମିତି ସମ୍ଭବ ? ଅନ୍ତର୍ଜାତୀୟ ତୈଳ ଦର ବୃଦ୍ଧି ଦ୍ୱାରା କଣ କେବଳ ଭାରତ ପ୍ରଭାବିତ ହେଉଛି ? ୫ଟି ରାଜ୍ୟରେ ନିର୍ବାଚନ ସରିବା ମାତ୍ରେ ପେଟ୍ରୋଲ ଦର ବଢିବା ବି ଆଉ ଏକ ପ୍ରଶ୍ନକୁ ଜନ୍ମ ଦେଉଛି । 2020-21ରେ କେନ୍ଦ୍ର ସରକାର କେବଳ ପେଟ୍ରୋଲ ରୁ ଅଧିକ 1ଲକ୍ଷ 80 ହଜାର କୋଟିର ରାଜସ୍ୱ ପାଇଛନ୍ତି । ଅର୍ଥାତ୍ ପେଟ୍ରୋଲ ଏକ ଲାଭଜନକ ବ୍ୟବସାୟ ଭାବେ ପ୍ରମାଣିତ ହୋଇଛି ।

1ଲକ୍ଷ 80 ହଜାର କୋଟିର ରାଜସ୍ୱAcche dinPetrol prices hikeଅଛେ ଦିନ୍କରୋନାର ଭୟକେନ୍ଦ୍ର ସରକାରତୈଳଦର ବୃଦ୍ଧିନେପାଳରେ ଦର କମପକେଟରେ ନିଆଁପେଟ୍ରୋଲ କମ୍ପାନୀପେଟ୍ରୋଲ ଦର ଗତ 7 ବର୍ଷ ଭିତରେ ବଢିଛିପେଟ୍ରୋଲ ଶତକ ମାରିଦେଲାପେଟ୍ରୋଲ୍ ଦରଶହେ ଟପିଛି ପେଟ୍ରୋଲ ଦର
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami