ପର୍ସନାଲ ଲୋନ୍ ଓ କ୍ରେଡିଟ୍ କାର୍ଡ୍ ଲୋନ୍ ଭିତରେ ଫରକ କ’ଣ ? କେଉଁ ଲୋନ୍ ଆପଣଙ୍କ ପାଇଁ ଠିକ୍, ଜାଣନ୍ତୁ

ପର୍ସନାଲ ଲୋନ୍ VS କ୍ରେଡିଟ୍ କାର୍ଡ୍ ଲୋନ୍

ଆମେ ସମସ୍ତେ କେବେ ନା କେବେ ଏମିତି ପରିସ୍ଥିତିର ସମ୍ମୁଖୀନ ହେଉ ଯେତେବେଳେ ବଜେଟ୍ ବିଗିଡି ଯାଏ । ଅଚାନକ ଆସୁଥିବା ଖର୍ଚ୍ଚ ପାଇଁ ଆମକୁ ଧାର ଉଧାର କରିବାକୁ ପଡିଥାଏ । ପରିବାର କିମ୍ବା ସାଙ୍ଗସାଥୀଙ୍କଠାରୁ ଧାର ଆଣିବାର ସୁବିଧା ହେଲା ଏଥିରେ ସୁଧ ଦେବାକୁ ପଡିନଥାଏ କିମ୍ବା ପ୍ରୋସେସିଂ ଚାର୍ଜ୍ ଦେବାକୁ ପଡିନଥାଏ । କିନ୍ତୁ ସବୁବେଳେ ଘର କିମ୍ବା ସାଙ୍ଗସାଥିଙ୍କଠାରୁ ଧାର ମିଳିବାର ଗ୍ୟାରେଣ୍ଟି ନଥାଏ । ଏମିତିରେ ଆମକୁ ବ୍ୟାଙ୍କ କିମ୍ବା ଫାଇନାନ୍ସ କମ୍ପାନୀଙ୍କ ଦ୍ୱାରସ୍ତ ହେବାକୁ ପଡିଥାଏ । ବ୍ୟାଙ୍କ ଦୁଇ ପ୍ରକାର ଲୋନ୍ ଦେଇଥାନ୍ତି । ଆପଣଙ୍କ ସିବିଲ ସ୍କୋର ଆଧାରରେ ଆପଣଙ୍କୁ ଭଲ ସୁଧରେ ପର୍ସନାଲ ଲୋନ୍ ମିଳିଥାଏ କିମ୍ବା କ୍ରେଡିଟ୍ କାର୍ଡ ଉପରେ ମଧ୍ୟ ଲୋନ୍ ମିଳିଥାଏ । ତେବେ ଏଠି ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠୁଥିବ ଯେ, କେଉଁ ଲୋନ୍ ଆପଣଙ୍କ ପାଇଁ ଠିକ୍ ରହିବ

ପ୍ରକୃତରେ ଏହା ଆପଣଙ୍କ ଆବଶ୍ୟକତା ଉପରେ ନିର୍ଭର କରିଥାଏ । ଉଭୟ ଲୋନର ଲାଭ ଓ କ୍ଷତି ରହିଛି । ଆପଣଙ୍କୁ ଲୋନ ନେବାର ଉଦ୍ଦେଷ୍ୟ ଓ ନିଜ ଲୋନ ଶୁଝିବା କ୍ଷମତାକୁ ଦୃଷ୍ଟିରେ ରଖି ବିକଳ୍ପ ବାଛିବାକୁ ପଡିବ । ଆସନ୍ତୁ ବିସ୍ତାର ଭାବେ ଉଭୟ ବିକଳ୍ପ ଉପରେ ଆଲୋଚନା କରିବା ।

ପର୍ସନାଲ ଲୋନ୍ – ପର୍ସନାଲ ଲୋନ୍ ଅନସେକ୍ୟୁରଡ୍ ବା ଅସୁରକ୍ଷିତ ଲୋନ୍ ହୋଇଥାଏ । ଏଥିପାଇଁ ବ୍ୟାଙ୍କ ପାଖରେ ଆପଣଙ୍କୁ କୌଣସି ସ୍ତାବର କିମ୍ବା ଅସ୍ତାବର ସମ୍ପତି ରଖିବାକୁ ପଡିନଥାଏ । ତେଣୁ ଏଭଳି ଲୋନ୍ ବ୍ୟାଙ୍କ ଦୃଷ୍ଟିରୁ ଅସୁରକ୍ଷିତ ହୋଇଥାଏ । ମେଡିକାଲ ଖର୍ଚ୍ଚ, କୌଣସି ଦାମୀ ସାମଗ୍ରୀ କ୍ରୟ କିମ୍ବା ଭ୍ରମଣ ପାଇଁ ଆପଣ ଏହି ଲୋନ୍ ନେଇ ପାରିବେ । କିଛି ବ୍ୟକ୍ତି ପୁରୁଣା ଲୋନ୍ ଶୁଝିବା ପାଇଁ ମଧ୍ୟ ପର୍ସନାଲ ଲୋନ୍ ନେଇଥାନ୍ତି । ଏହି ଲୋନରେ ମିଳୁଥିବା ରାଶିକୁ ଆପଣ ନିଜ ଇଛାମୁତାବକ ଖର୍ଚ୍ଚ କରିପାରିବେ । ତେଣୁ ଅନେକ ବ୍ୟକ୍ତି ଏହି ଲୋନକୁ ପସନ୍ଦ କରିଥାନ୍ତି ।

କ୍ରେଡିଟ୍ କାର୍ଡ ଲୋନ୍– ଅନ୍ୟପକ୍ଷରେ କ୍ରେଡିଟ୍ କାର୍ଡ ଲୋନ୍ ଏକ ପ୍ରି-ଆପ୍ରୋଭଡ୍ ଲୋନ୍ ହୋଇଥାଏ । ଆପଣଙ୍କ କ୍ରେଡିଟ୍ କାର୍ଡ ସୀମାର ସେହି ଭାଗ ଭାବେ ଦିଆ ଯାଇଥାଏ, ଯାହାକୁ ଆପଣ ବ୍ୟବହାର କରି ନଥାନ୍ତି । ତେବେ ମନେ ରଖନ୍ତୁ ଏହା ଏଟିଏମରୁ ଟଙ୍କା ଉଠାଇବା ଭଳି ନୁହେଁ

ଏହି ଦୁଇ ଲୋନ୍ ନେବା ପାଇଁ ଜଣକର କ’ଣ ଯୋଗ୍ୟତା ରହିବା ଆବଶ୍ୟକ ?

ପର୍ସନାଲ ଲୋନ୍ ପାଇଁ ଯୋଗ୍ୟତା : ପର୍ସନାଲ ଲୋନ୍ ଦେବା ପୂର୍ବରୁ ବ୍ୟାଙ୍କ ଆପଣଙ୍କ ଆର୍ଥିକ କ୍ଷମତାର ଯାଂଚ କରିଥାଏ । ଆପଣଙ୍କ ପେଶା, ଚାକିରି ଓ ଆର୍ଥିକ ସ୍ଥିତି ତଥା ଲୋନ୍ ଶୁଝିବା କ୍ଷମତା ବାବଦରେ ବ୍ୟାଙ୍କ ତଥ୍ୟ ନେଇଥାଏ । ଏହା ସହ ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରିର ମଧ୍ୟ ଯାଂଚ ହୋଇଥାଏ । ଲୋନ୍ ଦେବା ପୂର୍ବରୁ ବ୍ୟାଙ୍କ ଜାଣିବାକୁ ଚେଷ୍ଟା କରିଥାଏ ଯେ, ଆପଣ ଲୋନ୍ ଶୁଝିବାକୁ ସକ୍ଷମ ଅଟନ୍ତି କି ନାହିଁ । ତେଣୁ ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ ଏହି ଲୋନ୍ ନିର୍ଭର କରିଥାଏ । ଯଦି ଆପଣଙ୍କ କ୍ରେଡିଟ୍ ସ୍କୋର ଭଲ ତେବେ ଆପଣଙ୍କୁ କମ ସୁଧରେ ମଧ୍ୟ ପର୍ସନାଲ ଲୋନ୍ ମିଳିଥାଏ । ସ୍କୋର ଖରାପ ଥିଲେ ଆପଣଙ୍କୁ ଅଧିକ ସୁଧ ଦେବାକୁ ପଡିବ । ସବୁଠାରୁ ବଡ କଥା ହେଲା ଆପଣଙ୍କୁ ଲୋନ୍ ଦେବା କି ନଦେବା ବ୍ୟାଙ୍କର ଇଛା ଉପରେ ନିର୍ଭର କରିଥାଏ ।

କ୍ରେଡିଟ୍ କାର୍ଡ ଲୋନ୍ ଯୋଗ୍ୟତା – ଯେମିତିକି କୁହାଯାଇଛି, ଆପଣଙ୍କ କାର୍ଡର ସୀମାର ବ୍ୟବହାର ହୋଇନଥିବା ଅଂଶ ( ଧରନ୍ତୁ ଆପଣଙ୍କ କ୍ରେଡିଟ୍ କାର୍ଡ ଲିମିଟ୍ ହେଉଛି 2 ଲକ୍ଷ, ଆପଣ ଖର୍ଚ୍ଚ କରିଛନ୍ତି 25 ହଜାର, ତେବେ ବଳକା ରାଶି ହେଉଛି 1,75 ହଜାର ଟଙ୍କା । ଆପଣଙ୍କର ଏହି ବଳକା ଅଂଶ ଉପରେ ଲୋନ୍ ମିଳିଥାଏ ) ର ବ୍ୟବହାର କ୍ରେଡିଟ୍ କାର୍ଡ ଉପରେ ଲୋନ୍ ନେବା ପାଇଁ ବ୍ୟବହାର ହୋଇଥାଏ । ଏଥିପାଇଁ କୌଣସି ଦସ୍ତାବିଜ ଆବଶ୍ୟକ ହୋଇନଥାଏ । ଏଭଳି ଲୋନ୍ ଶୀଘ୍ର ମିଳିଥାଏ କିନ୍ତୁ ସବୁ ଗ୍ରାହକ ଏଭଳି ଲୋନ୍ ପାଇ ନଥାନ୍ତି । ତେବେ ଏହି ଲୋନ୍ ନେବା ପୂର୍ବରୁ କିଛି କଥା ଧ୍ୟାନରେ ରଖନ୍ତୁ

1) କ୍ରେଡିଟ୍ ଲିମିଟ୍ ଅସ୍ଥାୟୀ ଭାବେ ବନ୍ଦ ହୁଏ ?

ଆପଣ ଯଦି କାର୍ଡ ଉପରେ ଲୋନ୍ ନେଉଛନ୍ତି ତେବେ ଆପଣଙ୍କ କ୍ରେଡିଟ୍ କାର୍ଡ ସୀମା ଅସ୍ଥାୟୀ ରୁପେ ବନ୍ଦ ହୋଇଥାଏ । ଯେମିତି ଆପଣ ଲୋନ୍ ଶୁଝି ଚାଲିବେ ସେମିତି ଆପଣଙ୍କ କ୍ରେଡିଟ୍ କାର୍ଡ ସୀମା ଖୋଲି ଚାଲିବ । ଏହା ସହିତ ବର୍ତ୍ତମାନ କିଛି କ୍ରେଡିଟ୍ କାର୍ଡ ପ୍ରୋଭାଇଡର ଜମ୍ବୋ ଲୋନ୍ ଦେଉଛନ୍ତି । ଏହି ଲୋନରେ ଆପଣଙ୍କ କ୍ରେଡିଟ ଲିମିଟ୍ ପୂର୍ବଭଳି ରହିଥାଏ ।

2) ସୁଧ ହାର

ପର୍ସନଲାଲ ଲୋନ୍ ନେବା ପୂର୍ବରୁ ସୁଧ ହାର ଉପରେ ସବୁବେଳେ ଧ୍ୟାନ ଦିଅନ୍ତୁ । ପର୍ସନାଲ ଲୋନ୍ ଉପରେ ସୁଧ ହାର ସବୁବେଳେ ଅଧିକ ହୋଇଥାଏ । ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରି ଇତିହାସକୁ ନେଇ ଏହା 13 ପ୍ରତିଶତରୁ 22 ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ । ଯଦି ଅଧିକ ଲୋନ୍ ନାହିଁ ତେବେ ସୁଧ କମ ହୋଇଥାଏ ।

କ୍ରେଡିଟ୍ କାର୍ଡ ଲୋନ୍ – କ୍ରେଡିଟ୍ କାର୍ଡ ଲୋନ୍ 10ରୁ 18 ପ୍ରତିଶତ ସୁଧରେ ମିଳିଥାଏ । ଯେହେତୁ ଆପଣ ପୁରୁଣା ଗ୍ରାହକ ଓ ଆପଣଙ୍କ ଲୋନ୍ ପରିଶୋଧ ଇତିହାସ ଭଲ ଅଛି ତେଣୁ ଆପଣଙ୍କୁ କମ ସୁଧରେ ଲୋନ୍ ମିଳିବାର ସମ୍ଭାବନା ରୁହେଁ । ଆପଣ ମଧ୍ୟ ସୁଧ କମ କରିବା ପାଇଁ ବ୍ୟାଙ୍କ ସହ କଥା ହୋଇପାରିବେ ।

3) ଲୋନ ରାଶି

ଆପଣଙ୍କ ଲୋନ୍ ରାଶି ଆପଣ କେଉଁ ବିକଳ୍ପ ବାଛନ୍ତି ତା’ଉପରେ ନିର୍ଭର କରିଥାଏ । ପର୍ସନାଲ ଲୋନ୍ : ପର୍ସନାଲ ଲୋନର ଅନେକ ଫାଇଦା ରହିଛି । ଆପଣ କେଇ ହଜାର ଟଙ୍କାରୁ ଲକ୍ଷାଧିକ ଟଙ୍କା ଲୋନ୍ ଭାବେ ନେଇ ପାରିବେ । ତେବେ ବ୍ୟାଙ୍କ ଆପଣଙ୍କୁ କେତେ ଟଙ୍କା କରଜ ଦେବ ତାହା ଆପଣଙ୍କ ଲୋନ୍ ଶୁଝିବା ଇତିହାସ ଉପରେ ନିର୍ଭର କରିଥାଏ ।

କ୍ରେଡିଟ୍ କାର୍ଡ ଲୋନ୍ – ଯଦି ଆପଣଙ୍କର କମ ଟଙ୍କା ଆବଶ୍ୟକ ତେବେ କ୍ରେଡିଟ୍ କାର୍ଡ୍ ଲୋନ୍ ସବୁଠୁ ଭଲ । ଲୋନ୍ ରାଶି ଆପଣଙ୍କ କ୍ରେଡିଟ୍ କାର୍ଡର ବଳକା ସୀମା ଉପରେ ନିର୍ଭର କରିଥାଏ । ତେଣୁ ଆପଣ ଯଦି ସେହି ସୀମାଠାରୁ ଅଧିକ ଟଙ୍କା ମାଗିବେ ତେବେ ବ୍ୟାଙ୍କ ଆପଣଙ୍କୁ ଟଙ୍କା ଦେଇ ନପାରେ

4) ସମୟସୀମା

ପର୍ସନାଲ ଲୋନ୍ – ପର୍ସନାଲ ଲୋନ୍ ଅବଧି 1 ରୁ 5 ବର୍ଷ ହୋଇଥାଏ । ଏହି ଅବଧି ଭିତରେ ଆପଣଙ୍କୁ ଟଙ୍କା ଶୁଝିବାକୁ ପଡିଥାଏ ।

କ୍ରେଡିଟ୍ କାର୍ଡ ଲୋନ୍ – ଅନ୍ୟପକ୍ଷରେ କ୍ରେଡିଟ୍ କାର୍ଡ ଲୋନ ଆପଣଙ୍କୁ 6 ମାସରୁ 36 ମାସ ମଧ୍ୟରେ ଶୁଝିବାକୁ ପଡିଥାଏ ।

5) ଦସ୍ତାବିଜ୍

ପର୍ସନାଲ ଲୋନ୍– ଲୋନ୍ ପାଇଁ ଆପଣଙ୍କୁ ପ୍ୟାନ୍ କାର୍ଡ, 6 ମାସର ବ୍ୟାଙ୍କ ଷ୍ଟେଟମେଣ୍ଟ, ପରିଚୟପତ୍ର ଓ ଠିକଣାର ପ୍ରମାଣ ତଥା 3 ବର୍ଷର ଆଇଟିଆର ଦେବାକୁ ପଡିଥାଏ ।

କ୍ରେଡିଟ୍ କାର୍ଡ ଲୋନ୍– ଏଥିପାଇଁ କୌଣଶି ଦସ୍ତାବିଜ୍ ଦେବାକୁ ପଡିନଥାଏ । ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରିକୁ ଦେଖି କାର୍ଡ କଂପାନି ଆପଣଙ୍କୁ ଲୋନ୍ ଦେଇଥାନ୍ତି ।

ତେବେ ଆପଣ କଣ କରିବା ଉଚ୍ଚିତ?

ଯଦି ଆପଣ ମେଡିକାଲ ଏମରଜେନ୍ସି କାରଣରୁ ବଡ ରାଶି ଚାହୁଁଛନ୍ତି ତେବେ ପର୍ସନାଲ ଲୋନ୍ ନିଅନ୍ତୁ । କିନ୍ତୁ ଯଦି ଆପଣ ଛୋଟ ଲୋନ୍ ଚାହୁଁଛନ୍ତି ଓ କ୍ରେଡିଟ୍ ଲିମିଟ୍ ଅସ୍ଥାୟୀ ଭାବେ ବନ୍ଦ ହେବାର ଆପଣଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ ତେବେ କ୍ରେଡିଟ୍ କାର୍ଡ ଲୋନ୍ ନିଅନ୍ତୁ

CIBIL scorecredit amount blockedcredit card limitcredit card loancredit card loan benefitscredit card loan durationcredit card loan rate of interestcredit card providercredit historycredit scoredifference between personal loan and credit card loandocuments for credit card loandocuments required for personal loanjumbo loanloan amountpersonal loanpersonal loan benefitspersonal loan durationpersonal loan for medical emergencypersonal loan from bankpersonal loan from finance companiespersonal loan rate of interestpersonal loan vs credit card loanpreapproved loanrate of interestଆର୍ଥିକ କ୍ଷମତାର ଯାଂଚଏଟିଏମକ୍ରେଡିଟ୍ କାର୍ଡକ୍ରେଡିଟ୍ କାର୍ଡ ପ୍ରୋଭାଇଡରକ୍ରେଡିଟ୍ କାର୍ଡ ଲୋନ୍ ଯୋଗ୍ୟତାକ୍ରେଡିଟ୍ କାର୍ଡ ସୀମାକ୍ରେଡିଟ୍ କାର୍ଡ୍ ଲୋନ୍କ୍ରେଡିଟ୍ ସ୍କୋରକ୍ରେଡିଟ୍ ହିଷ୍ଟ୍ରିଜମ୍ବୋ ଲୋନ୍ପର୍ସନାଲ ଲୋନ୍ପର୍ସନାଲ ଲୋନ୍ ପାଇଁ ଯୋଗ୍ୟତାପ୍ରି-ଆପ୍ରୋଭଡ୍ ଲୋନ୍ଫାଇନାନ୍ସ କମ୍ପାନୀବ୍ୟାଙ୍କଲୋନ୍ ପରିଶୋଧ ଇତିହାସସିବିଲ ସ୍କୋରସ୍ତାବର କିମ୍ବା ଅସ୍ତାବର ସମ୍ପତି
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami