ପାକିସ୍ତାନର ସବୁଠୁ ବଡ କର୍ପୋରେଟ୍ ହାଉସ୍ ହେଉଛି ପାକ୍ ସେନା ! ସେନା ପାଖରେ ଅଛି ସବୁଠାରୁ ଅଧିକ ଜମି

ପଶ୍ଚିମ ଏସିଆରେ ଗୋଟିଏ ଦେଶ ଅଛି । ଦେଶର ନାମ ହେଉଛି ଲେବାନନ୧୯୮୦ରୁ ଏହି ଦେଶରେ ଗୃହଯୁଦ୍ଧ ଚାଲିଛି । ଯୁଦ୍ଧ ଭିତରେ ଲେବାନନ ଅର୍ଥନୀତି ଭୁସୁଡି ପଡିଛି । ଯାହାର ପ୍ରଭାବ ଲେବାନନ୍ ସେନା ଉପରେ ମଧ୍ୟ ପଡିଛି । ଲେବାନନ ସେନା ଅର୍ଥାଭାବ କାରଣରୁ ଏବେ ଆୟର ନୂଆ ସ୍ରୋତ ଖୋଜୁଛି । ଏହି କ୍ରମରେ ଲେବାନନ ସେନା ଏବେ ନିଜ ହେଲିକପ୍ଟରରେ ବେସାମରିକ ନାଗରିକଙ୍କୁ ଭଡାର ନେଉଛି । ସେନା ଆଶା କରୁଛି ଯେ, ଏମିତି କରି ଏହା କିଛି ଅର୍ଥ ରୋଜଗାର କରିପାରିବ

ଅନ୍ୟପକ୍ଷରେ ଲେବାନନ ସେନାର ଓଲଟା ହେଉଛି ପାକିସ୍ତାନୀ ସେନା । ପାକିସ୍ତାନୀ ସେନା ପାଖରେ ଟଙ୍କାର ଅଭାବ ହିଁ ନାହିଁ । ଏହାର ଜେନରାଲ ଆରାମରେ ଜୀବନ ବିତାଉଛନ୍ତି । ପାକ୍ ସେନାକୁ ଏମିତି ଖାଲିରେ ଗରିବ ଦେଶର ଧନୀ ସେନା ବୋଲି କୁହାଯାଏନି । ଦୁଇ ବର୍ଷ ତଳେ ବିଶ୍ୱ ବ୍ୟାଙ୍କ ପାକିସ୍ତାନ ସରକାରକୁ ସେନା ବଜେଟ୍ ହ୍ରାସ କରି ଗରିବ ନାଗରିକଙ୍କ କଥା ବୁଝିବାକୁ କହିଥିଲା ।

କେତେ ଧନୀ ପାକିସ୍ତାନୀ ସେନା ?

ଏମିତିରେ ପାକିସ୍ତାନୀ ସେନାକୁ ‘ଦେଶ ଭିତରେ ଆଉ ଗୋଟିଏ ଦେଶ’ ବୋଲି କୁହାଯାଏ । କାରଣ ପାକିସ୍ତାନୀ ସେନା ଖାଲି ଦେଶର ରାଜନୀତିକୁ ନିୟନ୍ତ୍ରଣ କରେନାହିଁ । ଏହା ମଧ୍ୟ ପାକିସ୍ତାନର ସବୁଠାରୁ ଧନୀ ସଂଗଠନ । ଏହା ପାଖରେ ରହିଛି ଅଚଳାଚଳ ସମ୍ପତ୍ତି

ସବୁ ବ୍ୟବସାୟରେ ପାକ୍ ସେନାର ସେୟାର

ପାକିସ୍ତାନୀ ସେନା ଖାଲି ଯୁଦ୍ଧ ଲଢେ ନାହିଁ । ଏହା ମଧ୍ୟ ବ୍ୟବସାୟ କରେକ୍ୱାର୍ଟଜ୍ ଡଟ କମ୍ ଅନୁସାରେ ପାକ୍ ସେନା ପାଖରେ ୨୦୧୬ ମସିହାରେ ୫୦ରୁ ଅଧିକ ବ୍ୟବସାୟୀକ ପ୍ରତିଷ୍ଠାନର ସେୟାର ଥିଲା କିମ୍ବା ଏହା ମାଲିକ ଥିଲା । ଏହି ସେୟାର ମୁଲ୍ୟ ୨୦ ବିଲିଅନ ଡଲାରରୁ ଅଧିକ ହେବ । ୨୦୨୧ରେ ଏହା ଆହୁରି ଅଧିକ ହୋଇଥିବ ଏଥିରେ ସନ୍ଦେହ ନାହିଁ । ପେଟ୍ରୋଲ ପମ୍ପ, ଶିଳ୍ପ ପ୍ଲାଣ୍ଟ୍, ବ୍ୟାଙ୍କ, ସ୍କୁଲ, ବିଶ୍ୱବିଦ୍ୟାଳୟ, ଦୁଗ୍ଧ ଶିଳ୍ପ, ସିମେଣ୍ଟ ପ୍ଲାଣ୍ଟ୍ ଠାରୁ କେକ୍, ବିସ୍କୁଟ ତିଆରି କରୁଥିବା କମ୍ପାନୀର ମାଲିକାନା ସେନା ପାଖରେ ଅଛି । ଦେଶର ୮ଟି ସବୁଠାରୁ ବଡ ସହରରେ ସେନାର ଲ୍ୟାଣ୍ଡ୍ ବ୍ୟାଙ୍କ ଅଛି । ପାକିସ୍ତାନୀ ସେନା ହେଉଛି ଦେଶର ସବୁଠାରୁ ବଡ ଜମିଦାର ବୋଲି ମଧ୍ୟ କୁହାଯାଏ । ଏକ ପୁରୁଣା ହିସାବ ଅନୁସାରେ ପାକ୍ ସେନା ପାଖରେ ଦେଢ ଲକ୍ଷ ଏକରରୁ ଅଧିକ ଜମି ରହିଛି ।

ଚ୍ୟାରିଟି ନାଁରେ ଚାଲିଛି ବ୍ୟବସାୟ

ପାକିସ୍ତାନୀ ସେନା ଯେଉଁ ସବୁ ବ୍ୟବସାୟ ସହିତ ଜଡିତ ଅଛି ତାକୁ ସମାଜ ସେବା ନାଁ ରେ ଚଳାଯାଏ । ପାକ୍ ସେନା ପ୍ରସ୍ତୁତ ସମସ୍ତ ପ୍ରଡକ୍ଟରେ ସେନା ନାମ ଉଲ୍ଲେଖ ଥାଏ । ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଏମିତି କରାଯାଇଥାଏ । ସେନାର ବଡ ବଡ ଜେନରାଲ ସିଧାସଳଖ ଏହି ବ୍ୟବସାୟ ସହିତ ଜଡିତ ଥାନ୍ତି ।

ହିସାବ ଦିଏନି ପାକ୍ ସେନା

ପାକିସ୍ତାନୀ ସେନା ପାଖରେ ଢେର ଦୌଲତ ଅଛି । କିନ୍ତୁ ସେନା ଏହାର ହିସାବ କେବେ ମଧ୍ୟ ଦେଇ ନଥାଏ । କିମ୍ବା ଯଦି ଦେଇଥାଏ ତେବେ ସମ୍ପୂର୍ଣ୍ଣ ହିସାବ ଦେଇନଥାଏ । ୨୦୦୭ରେ ପାକିସ୍ତାନୀ ବିଶେଷଜ୍ଞ ଡ.ଆୟଶା ସିଦ୍ଦିକି ଦାବି କରିଥିଲେ ଯେ, ସେନା ପାଖରେ ୨୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ସମ୍ପତ୍ତି ଅଛି । ପାକିସ୍ତାନୀ ସଂସଦ ମଧ୍ୟ ୨୦୧୬ରେ ଏହି ତଥ୍ୟ ଦେଇଥିଲା । ଯାହାର ଅର୍ଥ ହେଉଛି ପାକିସ୍ତାନୀ ସେନା ପ୍ରକୃତ ଲାଭକୁ ଲୁଚାଉଛି । କାରଣ ୨୦୦୭ରେ ସମ୍ପତ୍ତିର ମୂଲ୍ୟ ୨୦ ବିଲିଅନ୍ ଥିଲା କିନ୍ତୁ ୧୦ ବର୍ଷ ପରେ ମଧ୍ୟ ସେହି ୨୦ ବିଲିଅନ ଥିଲା । ୧୦ ବର୍ଷ ମଧ୍ୟରେ ସମ୍ପତ୍ତି ବୃଦ୍ଧି ନହେବା ନିଶ୍ଚିତ ଭାବେ ସନ୍ଦେହଜନକ ।

ayesha siddiquibanksbiggest land grabbercharity businessland banklebanonlebanon warpakistanpakistan armypakistan army more moneypakistan corporate housepakistan generalpakistan militarypetrol pumpsschools and collegeswestern asia countryworld bankଅର୍ଥାଭାବ କାରଣଗୃହଯୁଦ୍ଧଜେନରାଲଡ.ଆୟଶା ସିଦ୍ଦିକିଦେଶ ଭିତରେ ଆଉ ଗୋଟିଏ ଦେଶପାକିସ୍ତାନପାକିସ୍ତାନ ସରକାରପାକିସ୍ତାନୀ ସଂସଦପାକିସ୍ତାନୀ ସେନାପାକ୍ ସେନାବଡ ଜମିଦାରବିଶ୍ୱ ବ୍ୟାଙ୍କବ୍ୟବସାୟୀକ ପ୍ରତିଷ୍ଠାନଲେବାନନସେୟାର ମୁଲ୍ୟ ୨୦ ବିଲିଅନ ଡଲାର
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami