ସୁନା ଝିଅ ମୋନା ବିଶ୍ୱରୂପା

ଓଡ଼ିଆ ଝିଅ ମୋନା ବିଶ୍ୱରୂପା ମହାନ୍ତି । ଓଡ଼ିଶାର ଗୌରବକୁ ବଢ଼ାଇଛନ୍ତି ଏହି ମୟୂରଭଞ୍ଜର ସୁନା ଝିଅୟୁଏଇର ଗୋଲ୍‌ଡେନ୍ ଭିସା ପାଇବାରେ ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ଶିଳ୍ପୀକଳା, ସୃଜନଶୀଳ ଶିଳ୍ପ, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ଇତିହାସ ଓ ଜ୍ଞାନ ଅଧ୍ୟୟନ କ୍ଷେତ୍ରରେ ଦକ୍ଷ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଏ ୟୁଏଇ ଗୋଲଡେନ୍ ଭିସା । ଏହି ଭିସା ଦ୍ୱାରା ବିଶ୍ୱରୂପା ଜାତୀୟ ପ୍ରଯୋଜକଙ୍କ ସହାୟତା ବିନା ସଂଯୁକ୍ତ ରାଷ୍ଟ୍ରରେ ବ୍ୟବସାୟର ୧୦୦ ପ୍ରତିଶତ ମାଲିକାନା ସହିତ ୧୦ ବର୍ଷ ଧରି ପଶ୍ଚିମ ଏସୀୟ ଦେଶରେ ରହି କାର୍ଯ୍ୟ କରିପାରିବେ ।

ଓଡ଼ିଶା ଶିଳ୍ପୀ ବିଶ୍ୱରୂପା ମହାନ୍ତି ହେଉଛନ୍ତି ଓଡ଼ିଆ ସିନେମା ଜଗତର ସ୍ୱନାମଧନ୍ୟ ଗୀତିକାର ତଥା ‘ଅଭିଳାଷ’ ଚଳଚ୍ଚିତ୍ରର ‘ଏଇ ଝୁମା ଝୁମା ଗୋଲାପୀ ବେଳାରେ…’ ଗୀତର ଫେମ୍ ସଂଗ୍ରାମ କେଶରୀ ମହାନ୍ତିଙ୍କ ଝିଅ । ଏକାଡେମିକ ଏବଂ ଜିଡାଇନ୍ କ୍ଷେତ୍ରରେ ୮ ବର୍ଷ କାର୍ଯ୍ୟ କରିଥିବା ବିଶ୍ୱରୂପା ୨୦୦୭ରୁ ଦୁବାଇ ଅର୍ଥନୈତିକ ବିଭାଗର ପଞ୍ଜିକୃତ ସ୍ୱନିଯୁକ୍ତ ଶିଳ୍ପୀ ଭାବେ କାର୍ଯ୍ୟ କରିଆସୁଛନ୍ତି । ବାରିପଦା ସ୍କୁଲ ଅଫ୍ ଆର୍ଟ ଏଣ୍ଡ୍‌ କ୍ରାଫ୍ଟରୁ ସୂକ୍ଷ୍ମ କଳାରେ ସେ ଡିପ୍ଳୋମା କରିଥିବାବେଳେ ଏନ୍‌ଆଇଏଫ୍‌ଟି ନ୍ୟୁ ଦିଲ୍ଲୀରୁ ସେ ଫ୍ୟାଶନ ଡିଜାଇନରେ ସ୍ନାତକୋତର ଏବଂ ଆଇଇଡି ମିଲନରୁ ଫେସନ୍ ଏଣ୍ଡ୍ ଟେକ୍ସଟାଇଲ ଡିଜାଇନରେ ମାଷ୍ଟର ଡିଗ୍ରୀ ମଧ୍ୟ କରିଛନ୍ତି ।

ବିଶ୍ୱରୂପା ଏହି ସଫଳତା ପାଇବା ପରେ ଭଗବାନଙ୍କ ସମେତ ଜନ୍ମମାଟି, ପରିବାର ସଦସ୍ୟ, ଦୁବାଇ ସାଂସ୍କୃତିକ ଏବଂ କଳା ଅଧିକାରୀ, ୟୁଏଇଓଡ଼ିଶା ସମାଜଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥିସହିତ ପୋର୍ଟାଲ ମାଧ୍ୟମରେ ତାଙ୍କ ସହିତ ଯୋଡ଼ି ହୋଇଥିବା ହଜାର ହଜାର କଳାକାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ତାଙ୍କ ଭିତରେ ଏହି ଶିଳ୍ପୀଟି ମୟୂରଭଞ୍ଜ ମାଟିରୁ ହିଁ ପରିପୃଷ୍ଟ ହୋଇଥିଲା । ବାପା ସଂଗ୍ରାମ କେଶରୀ ମହାନ୍ତିଙ୍କ ଛନ୍ଦମୟ ସୃଜନଶୀଳତାର ଗଭୀର ପ୍ରଭାବ ତାଙ୍କ ଉପରେ ଥିଲା । ମୟୂରଭଞ୍ଜର ପ୍ରକୃତି, ସୌନ୍ଦର୍ଯ୍ୟ ଓ ସଂଗୀତ ତାଙ୍କ ପ୍ରେରଣାର ଉତ୍ସ ବୋଲି ସେ ସବୁବେଳେ କହନ୍ତି ।

100 per cent ownershipabhilasaartistbaripada school of art and craftbiswarupa mohantyDesign and Fashion School in Milandubai cultureDubai Economic Departmentei jhuma jhuma golapi belarefirst Odia artistglobal cultural heritageIED milanlong-term cultural visalong-term residence visalyricist sangram keshari mohantymona biswarupa mohantyNIFT new delhiodia cinemaodia cinema artistodisha mayurbhanjollywoodsangram keshari mohanty daughterUAE golden visaଅଭିଳାଷଆଇଇଡି ମିଲନଏଇ ଝୁମା ଝୁମା ଗୋଲାପୀ ବେଳାରେଏନ୍‌ଆଇଏଫ୍‌ଟି ନ୍ୟୁ ଦିଲ୍ଲୀଓଡ଼ିଆ ଝିଅଓଡ଼ିଆ ସିନେମାଓଡ଼ିଶା ଶିଳ୍ପୀ ବିଶ୍ୱରୂପା ମହାନ୍ତିଦୁବାଇ ସାଂସ୍କୃତିବାପା ସଂଗ୍ରାମ କେଶରୀ ମହାନ୍ତିବାରିପଦା ସ୍କୁଲ ଅଫ୍ ଆର୍ଟ ଏଣ୍ଡ୍‌ କ୍ରାଫ୍ଟମୟୂରଭଞ୍ଜ ମାଟିମୟୂରଭଞ୍ଜର ପ୍ରକୃତିମୟୂରଭଞ୍ଜର ସୁନା ଝିଅମୋନା ବିଶ୍ୱରୂପା ମହାନ୍ତିୟୁଏଇର ଗୋଲ୍‌ଡେନ୍ ଭିସାସଂଗ୍ରାମ କେଶରୀ ମହାନ୍ତିସଂଯୁକ୍ତ ରାଷ୍ଟ୍ରରେ ବ୍ୟବସାୟ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami