୪୩ ବର୍ଷ ତଳେ ୩୫ଶହ ଟି ସେୟାର କିଣି ଭୁଲିଯାଇଥିଲେ, ଏବେ ୧୪ ଶହ କୋଟି ଦେବାକୁ ଅମଙ୍ଗ ହେଉଛି କମ୍ପାନୀ

କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଆଖି ବୁଜି ଦିଅନ୍ତି । ଏତେ ଦିଅନ୍ତି ଯେ ପାଇବା ବାଲେ ଚକିତ ହୋଇଯାଏ । ସେମିତି କିଛି କେରଳର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି । ଏହି ବ୍ୟକ୍ତି ଜଣକ ୪୩ ବର୍ଷ ତଳେ ଗୋଟିଏ କମ୍ପାନୀର ୩୫ଶହ ଶେୟାର କିଣି ଭୁଲି ଯାଇଥିଲେ । ୪୩ ବର୍ଷ ପରେ ଏବେ ସେହି ସେୟାରର ମୂଲ୍ୟ ୧୪୪୮ କୋଟି ଟଙ୍କା ହୋଇଛି । ଆପଣ ଠିକ୍ ପଢିଛନ୍ତି, ୧୪୪୮ କୋଟି ଟଙ୍କା । ତେବେ ଏହି ଘଟଣାରେ ଗୋଟିଏ ଟ୍ୱିଷ୍ଟ୍ ରହିଛି । ଟ୍ୱିଷ୍ଟ୍ ହେଉଛି ଏବେ କମ୍ପାନୀ ଶେୟାର ଧାରକଙ୍କୁ ଟଙ୍କା ଦେବା ପାଇଁ ଅନିଛା ପ୍ରକାଶ କରିଛି । ଫଳରେ ଶେୟାର ଧାରକଙ୍କୁ ସେବି ଦ୍ୱାରସ୍ତ ହେବାକୁ ପଡିଛି ।

ବାବୁ ଜର୍ଜ୍ ଏବେ ୧୪୪୮ କୋଟିର ମାଲିକ କିନ୍ତୁ…

କେରଳର ବାବୁ ଜର୍ଜ୍ ଭାଲାଭି ୧୯୭୮ ମସିହାରେ ମେବାଡ୍ ଅଏଲ ଆଣ୍ଡ୍ ଜେନରାଲ ମିଲ୍ସ ଲିମିଟେଡର ୩୫ଶହ ଶେୟାର କିଣିଥିଲେ । ସେ ସମୟରେ ଏହି କମ୍ପାନୀର ମୁଖ୍ୟାଳୟ ରାଜସ୍ଥାନର ଉଦୟପୁରରେ ଥିଲା । ଯାହାକି ଏକ ଅନଲିଷ୍ଟେଡ୍ କମ୍ପାନୀ ଥିଲା । ବାବୁ ୩୫ଶହ ଶେୟାର କିଣି କମ୍ପାନୀରେ ୨.୮ ପ୍ରତିଶତର ଷ୍ଟେକ୍ ହୋଲ୍ଡର ବନିଥିଲେକମ୍ପାନୀର ପ୍ରତିଷ୍ଠାତା ଚେୟାରମ୍ୟାନ୍ ପିପି ସିଙ୍ଘଲ ଓ ବାବୁ ସାଙ୍ଗ ଥିଲେ । କମ୍ପାନୀ ଅନଲିଷ୍ଟେଡ୍ ଥିଲା ଓ କୌଣସି ଡିଭିଡେଣ୍ଡ୍ (ଲାଭାଂଶ) ଦେଉନଥିଲା । ତେଣୁ ପରିବାର ବହୁ ବର୍ଷ ଧରି ଏହି ନିବେଶ କଥା ଭୁଲି ଯାଇଥିଲା । ୨୦୧୫ରେ ପରିବାରର ଏହି ନିବେଶ କଥା ମନେ ପଡିଥିଲା । ସେମାନେ ନିଜ ଶେୟାରକୁ ନେଇ ଖୋଳତାଡ ଆରମ୍ଭ କରିଥିଲେ

୧୯୮୯ରେ କମ୍ପାନୀ ବାବୁଙ୍କ ଶେୟାର ଆଉ କାହାକୁ ବିକ୍ରି ଦେଇଥିଲା

ପରିବାର ନିଜ ଶେୟାରକୁ ନେଇ ଅଧିକ ଖୋଳତାଡ କରିବାରେ ଜାଣିବାକୁ ପାଇଥିଲା ଯେ, କମ୍ପାନୀ ନିଜ ନାମ ବଦଳାଇ ପିଆଇ ଇଣ୍ଡଷ୍ଟ୍ରିଜ ରଖିବା ସହିତ ନିଜକୁ ଷ୍ଟକ ଏକ୍ସଚେଂଜରେ ଲିଷ୍ଟେଟ୍ କରିଥିଲା । ବାବୁ ନିଜ ସେୟାରକୁ ଡିମାଟ୍ ଆକାଉଣ୍ଟରେ ବଦଳାଇବାକୁ ଚାହିଁଥିଲେ ଓ ଏନେଇ ଏକ ଏଜେନ୍ସି ସହିତ ସମ୍ପର୍କ କରିଥିଲେ । ଏଜେନ୍ସି ବାବୁଙ୍କୁ ସିଧା କମ୍ପାନୀ ସହିତ କଥା ହେବାକୁ କହିଥିଲାକମ୍ପାନୀ ବାବୁଙ୍କୁ କହିଥିଲା ଯେ, ସେ ଆଉ କମ୍ପାନୀର ଶେୟାର ହୋଲ୍ଡର ନାହାନ୍ତି ଏବଂ ୧୯୮୯ରେ କମ୍ପାନୀ ତାଙ୍କ ସେୟାରକୁ ଆଉ କାହାକୁ ବିକ୍ରି କରିଦେଇଛି ।

କମ୍ପାନୀ କହୁଛି ଶେୟାର ଅସଲି କିନ୍ତୁ ଟଙ୍କା ଦେବାକୁ ରାଜି ନାହିଁ

ବାବୁଙ୍କ ଅଭିଯୋଗ ଯେ, ପିଆଇ ଇଣ୍ଡଷ୍ଟ୍ରୀ ବେଆଆଇନ୍ ଭାବେ ତାଙ୍କ ଶେୟାରକୁ ଅନ୍ୟ କାହାକୁ ବିକ୍ରି କରିଛି । ପିଆଇ ଇଣ୍ଡଷ୍ଟ୍ରୀ ବାବୁଙ୍କ ମଧ୍ୟସ୍ଥତା ପାଇଁ ଦିଲ୍ଲୀ ଡାକିଥିଲା । କିନ୍ତୁ ବାବୁ ମନା କରିଦେଇଥିଲେଏହା ପରେ କମ୍ପାନୀ ଶେୟାରର ଯାଂଚ କରିବାକୁ ଦୁଇ ଜଣ ଅଧିକାରିଙ୍କୁ କେରଳ ପଠାଇଥିଲା । ଅଫିସର ମାନେ ସେୟାର ଯାଂଚ କରି ତାହା ଅସଲି ବୋଲି ମାନିଥିଲେ । ଏହା ବାଦ ମଧ୍ୟ କମ୍ପାନୀ ବାବୁଙ୍କୁ ତାଙ୍କ ଟଙ୍କା ଦେବାକୁ ରାଜି ନାହିଁ । ଫଳରେ ବାବୁ ଏବେ ସେବିର ଦ୍ୱାରସ୍ଥ ହୋଇଛନ୍ତି ।

୪୩ ବର୍ଷ ତଳେ ଗୋଟିଏ କମ୍ପାନୀର ୩୫ଶହ ଶେୟାରcompany deniescompany head office in udaypur rajasthancompany owner and CEO P P Singhalkerala babu georgekochi manman bought shares 43 years ago worth 1448 croresMewar Oil & General Millspi industriesshare value now 1448 crores rupeesstock exchangeunlisted companyଅନଲିଷ୍ଟେଡ୍ କମ୍ପାନୀକମ୍ପାନୀ ବାବୁଙ୍କୁ ତାଙ୍କ ଟଙ୍କା ଦେବାକୁ ରାଜି ନାହିଁକମ୍ପାନୀର ପ୍ରତିଷ୍ଠାତା ଚେୟାରମ୍ୟାନ୍ ପିପି ସିଙ୍ଘଲକମ୍ପାନୀର ମୁଖ୍ୟାଳୟ ରାଜସ୍ଥାନର ଉଦୟପୁରରେକେରଳର ବାବୁ ଜର୍ଜ୍ପିଆଇ ଇଣ୍ଡଷ୍ଟ୍ରିଜମେବାଡ୍ ଅଏଲ ଆଣ୍ଡ୍ ଜେନରାଲ ମିଲ୍ସ ଲିମିଟେଡଷ୍ଟକ ଏକ୍ସଚେଂଜରେ ଲିଷ୍ଟେଟ୍ସେୟାରର ମୂଲ୍ୟ ୧୪୪୮ କୋଟି ଟଙ୍କା
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami