ଦିଦିଙ୍କ ରୋମ୍ ଗସ୍ତକୁ କ’ଣ ପାଇଁ ଅନୁମତି ଦେଲାନାହିଁ କେନ୍ଦ୍ର ? ଜାଣନ୍ତୁ କ’ଣ କହିଲେ ମମତା

କୋଲକତା: ଆସନ୍ତା ମାସରେ ପ.ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରୋମ୍ ଗସ୍ତରେ ଯାଇଥାନ୍ତେ । ଏଥିପାଇଁ ଦିଦିଙ୍କ ବ୍ୟାଗ୍ ପ୍ୟାକ୍ ବି ସରିଥିଲା । କିନ୍ତୁ ଠିକଣ ସମୟରେ କେନ୍ଦ୍ର କେଁ ପୁରାଇଲା । ଦିଦିଙ୍କ ବିଦେଶ ଗସ୍ତକୁ କେନ୍ଦ୍ର ଗ୍ରୀନ୍ ସିଗନାଲ ଦେବାକୁ ମନା କରିଦେଇଛି । ସୂଚନାଯୋଗ୍ୟ ଯେ, ମମତାଙ୍କୁ ବିଶ୍ୱ ଶାନ୍ତି ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ ଆସିଥିଲା । ରୋମ ଗସ୍ତ ପାଇଁ ଅନୁମତି ନମିଳିବା ପରେ ମମତା ମୋଦି ସରକାରକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ମୋଦି ସରକାର ମୋତେ ଇର୍ଷ୍ୟା କରେ ତେଣୁ ଗସ୍ତକୁ ଅନୁମତି ମିଳିଲା ନାହିଁ ।

ମମତା ବାନାର୍ଜୀ କହିଛନ୍ତି ଯେ, ‘‘ ଆପଣ ମୋତେ ଅଟକାଇ ପାରିବେ ନାହିଁ । ମୁଁ ବିଦେଶ ଗସ୍ତରେ ଯିବାକୁ ଉତ୍ସୁକ ନାହିଁ । କିନ୍ତୁ ଏହା ଦେଶର ସମ୍ମାନ ସହିତ ଜଡିତ ପ୍ରଶ୍ନ । ଆପଣ(ପ୍ରଧାନମନ୍ତ୍ରୀ ମୋଦି) ହିନ୍ଦୁଙ୍କ ସମ୍ପର୍କରେ କୁହନ୍ତି, ମୁଁ ମଧ୍ୟ ଜଣେ ହିନ୍ଦୁ ମହିଳା । ଆପଣ କ’ଣ ପାଇଁ ମୋତେ ଅନୁମତି ଦେଉ ନାହାନ୍ତି ? ଆପଣ ସମ୍ପୂର୍ଣ୍ଣ ଭାବେ ଇର୍ଷାଳୁ ।

ତୃଣମୂଳ କଂଗ୍ରେସର ମୁଖପାତ୍ର ଦେବାଂଶୁ ଭଟ୍ଟଚାର୍ଯ୍ୟ ଟ୍ୱିଟ୍ କରିଛନ୍ତି ଯେ, ‘‘ କେନ୍ଦ୍ର ସରକାର ଦିଦିଙ୍କୁ ରୋମ ଯିବାକୁ ଅନୁମତି ଦେବାକୁ ମନା କରିଦେଇଛନ୍ତି । ଏହାପୂର୍ବରୁ କେନ୍ଦ୍ର ଚୀନ ଗସ୍ତକୁ ଅନୁମତିକୁ ରଦ୍ଦ କରିଦେଇଥିଲେ । ଆମେ ଅନ୍ତର୍ଜାତୀୟ ସମ୍ବନ୍ଧ ଓ ଭାରତର ହିତକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତିକୁ ସ୍ୱୀକାର କରିନେଇଥିଲୁ । କିନ୍ତୁ ଏବେ ଇଟାଲି କ’ଣ ପାଇଁ ମୋଦିଜୀ ? ପଶ୍ଚିମବଙ୍ଗ ସହିତ ଆପଣଙ୍କ ସମସ୍ୟା କ’ଣ ? ଛି ’’

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଅଗଷ୍ଟ ମାସରେ ମମତା ବାନାର୍ଜୀଙ୍କୁ ରୋମସ୍ଥିତ କ୍ୟାଥଲିକ ଆସୋସିଏସନ ସେଣ୍ଟ୍ ଏଗିଡିଓର ଅଧ୍ୟକ୍ଷ ମେକ୍ରୋ ଇମ୍ପାଗ୍ଲିୟଜୋ କାର୍ଯ୍ୟକ୍ରମରେ ଭାଗ ନେବାକୁ ନିମନ୍ତ୍ରିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ମମତା ଏକମାତ୍ର ଭାରତୀୟ ଥିଲେ । ୬-୭ ଅକ୍ଟୋବର ମାସରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପୋପ୍ ଫ୍ରାନସିସ୍, ଜର୍ମାନୀ ଚାନସେଲର ଏଞ୍ଜେଲା ମାର୍କେଲଙ୍କ ସମେତ ଅଲ-ଅଝରର ବରିଷ୍ଠ ଇମାମ ଏଚଡି ଅହମ୍ମଦ ଅଲ ତୈୟବ ମଧ୍ୟ ଯୋଗ ଦେବେ ।

ତେବେ ଏଇଠି ପ୍ରଶ୍ନ ଉଠୁଛି ଯେ, କ’ଣ ପାଇଁ କେନ୍ଦ୍ର ମମତା ବାନାର୍ଜୀଙ୍କ ରୋମ୍ ଗସ୍ତକୁ ବିରୋଧ କଲା ? ଉତ୍ତର ମଧ୍ୟ ଟିଏମସି ଦେଇଛି । ଟିଏମସିର ଜଣେ ବରିଷ୍ଠ ନେତାଙ୍କ ଅନୁସାରେ ବୈଦେଶିକ ବିଭାଗ ତରଫରୁ ମିଳିଥିବା ପତ୍ରରେ କୁହାଯାଇଛି ଯେ, ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଜଣେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଠିକ ହେବ ନାହିଁ ।

Ahmed el-Tayebdebanshu bhatterjeedidigermany chancellor angela merkelimam di al-azhar ahmad al-tayyebmamata banerjeemodi govtpope francisprime minister modirome tourTMCtrinamool congress spokespersonwest bengal chief ministerWorld Peace Conferenceଅଲ-ଅଝରର ବରିଷ୍ଠ ଇମାମ ଏଚଡି ଅହମ୍ମଦ ଅଲ ତୈୟବଜର୍ମାନୀ ଚାନସେଲର ଏଞ୍ଜେଲା ମାର୍କେଲଟିଏମସିତୃଣମୂଳ କଂଗ୍ରେସର ମୁଖପାତ୍ରଦେବାଂଶୁ ଭଟ୍ଟଚାର୍ଯ୍ୟପ.ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀପୋପ୍ ଫ୍ରାନସିସ୍ପ୍ରଧାନମନ୍ତ୍ରୀ ମୋଦିବିଶ୍ୱ ଶାନ୍ତି ସମ୍ମିଳନୀମମତା ବାନାର୍ଜୀମୋଦି ସରକାରରୋମ ଗସ୍ତ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami