କେଉଁ ଡର ପାଇଁ ବିଜେପି ଗୁଜରାଟରେ ମୁଖ୍ୟମନ୍ତ୍ରୀ ରୂପାଣୀଙ୍କୁ ହଟାଇଲା ?

ବିଜେପି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କୁ ତାଙ୍କ ପଦରୁ ହଟାଇଛି । ଆସନ୍ତା ବର୍ଷ ଡିସେମ୍ବର ମାସରେ ଗୁଜରାଟରେ ନିର୍ବାଚନ ହେବା ପୂର୍ବରୁ ଏମିତି ରୂପାଣୀଙ୍କ ବିଦାୟକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ନିର୍ବାଚନ ଠିକ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ବଦଳାଇବା ପାଇଁ ବିଜେପି ଏମିତି ଖାଲିରେ ନିଷ୍ପତ୍ତି ନେଇ ନାହିଁ । ସତ ହେଉଛି ନରେନ୍ଦ୍ର ମୋଦି ଗୁଜରାଟ ଛାଡିବା ପରଠାରୁ ରାଜ୍ୟରେ ବିଜେପିର ସ୍ଥିତି ଦୁର୍ବଳ ହୋଇଛି । ବିଜେପିର ଦୁଇ ଶୀର୍ଷ ନେତା ମୋଦି ଓ ଶାହ ଗୁଜରାଟରୁ ଆସନ୍ତି । ଏମିତିରେ ରାଜ୍ୟରେ ବିଜେପି ଦୁର୍ବଳ ହେବା ବାକି ରାଜ୍ୟଙ୍କ ପାଇଁ ଶୁଭ ସଂକେତ ନୁହେଁ । ରୂପାଣିଙ୍କୁ ହଟାଇବା ପଛରେ ଅନେକ କାରଣ ରହିଛି ।

ବିଜେପିକୁ କେଉଁ ଚିନ୍ତା ଘାରିଛି ?

ବିଜୟ ରୂପାଣୀଙ୍କ ନେତୃତ୍ୱଧିନ ସରକାର ନିର୍ବାଚନର ସମ୍ମୁଖୀନ ହେଲେ ବିଜେପିକୁ ଆଣ୍ଟି ଇନକମ୍ବେନ୍ସିର ଶିକାର ହେବାକୁ ପଡିବ ବୋଲି ଦଳ ଭାବୁଛି । 2012 ତୁଳନାରେ ୨୦୧୭ ନିର୍ବାଚନରେ ପାର୍ଟିର ପଦର୍ଶନ ଖରାପ ହୋଇଥିଲା । ଯାହାକୁ ନେଇ ଦଳ ଚିନ୍ତାରେ ଅଛି । ପାର୍ଟି ପାଇଁ ଏବେ କେବଳ କଂଗ୍ରେସ ଚ୍ୟାଲେଂଜ୍ ନୁହେଁ , ଆପ୍ ମଧ୍ୟ ଗୁଜରାଟରେ ନିଜକୁ ଶକ୍ତିଶାଳୀ କରିଲାଣି । ଚଳିତ ବର୍ଷ ହୋଇଥିବା ସ୍ଥାନୀୟ ନିର୍ବାଚନରେ ଆପ୍ ନିଜ ଖାତା ଖୋଲିଛି । ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ଗୁଜରାଟରେ ଆକ୍ରାମକ ପ୍ରଚାର ପାଇଁ ଚିନ୍ତା କରୁଛି ।

2002 ପରେ ବିଜେପି ଓ କଂଗ୍ରେସ ମଧ୍ୟରେ ହ୍ରାସ ପାଉଛି ବିଜୟ ପାର୍ଥକ୍ୟ

ନିର୍ବାଚନ ବିଜେପି ଓ କଂଗ୍ରେସ ମଧ୍ୟରେ ଭୋଟ୍ ସେୟାରରେ ଥିବା ଅନ୍ତର

2002 ବିଧାନସଭା ନିର୍ବାଚନ 10.04%

2007 ବିଧାନସଭା ନିର୍ବାଚନ 9.49%

2012 ବିଧାନସଭା ନିର୍ବାଚନ 9%

2017 ବିଧାନସଭା ନିର୍ବାଚନ 7.7%

2017 ବିଧାନସଭା ନିର୍ବାଚନରେ ବିଜେପି ୧୮୨ ଆସନରୁ ୯୯ ଜିତିଥିଲା । ତେବେ ବିଜେପି ପାଇଁ ଚିନ୍ତାର ବିଷୟ ଥିଲା ଯେ, ୧୯୯୫ ମସିହା ପରେ କଂଗ୍ରେସ ପ୍ରଥମ ଥର ପାଇଁ ୭୭ ଆସନରେ ବିଜୟ ପାଇଥିଲା ।୨୦୧୯ ଲୋକସଭା ନିର୍ବାଚନ ପରେ ପରେ ହୋଇଥିବା ଉପନିର୍ବାଚନରେ ୬ ଆସନରୁ କଂଗ୍ରେସ ୩ଟି ଜିତି ବିଜେପିର ଚିନ୍ତା ବଢାଇ ଦେଇଥିଲା ।

ବିଧାନସଭା ନିର୍ବାଚନ: 2017ର ଚିତ୍ର


ଦଳ ଆସନ ଭୋଟ ସେୟାର
BJP 99 49.05%
CONG 77 41.44%
NCP 1 0.62%
ସ୍ୱାଧିନ 3 4.30%
BSP 0 0.69%

ବିଜେପି ପାଇଁ ଅସୁବିଧା ସୃଷ୍ଟି କରି ପାରନ୍ତି ନୂଆ ଦଳ

୨୦୨୨ ବିଧାନସଭା ନିର୍ବାଚନରେ ବିଜେପିକୁ କେବେଳ ଆପ୍ ଚ୍ୟାଲେଂଜ୍ ଦେବ ନାହିଁ । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଏବେ ଗୁଜରାଟ ଉପରେ ଆଖି ପକାଇଛି । ଅସଦଉଦ୍ଦିନ ଓବେସୀଙ୍କ ଅଲ ଇଣ୍ଡିଆ ମଜଲିସ୍ ଇତ୍ତେହାଦୁଲ ମୁସ୍ଲିମିନ୍ ମଧ୍ୟ ଗୁଜରାଟ୍ ନିର୍ବାଚନ ଲଢିବ ବୋଲି ଘୋଷଣା କରି ସାରିଛି । ଟିଏମସି ନିର୍ବାଚନ ପୂର୍ବରୁ କୌଣସି ଦଳ ସହିତ ଯଦି ମେଣ୍ଟ କରେ ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ପାଟିଦାରଙ୍କୁ ସନ୍ତୁଷ୍ଟ କରିବାକୁ ବିଜେପି ଉଦ୍ୟମ

ଜନ ଆର୍ଶିବାଦ ଯାତ୍ରା ଜରିଆରେ ବିଜେପି ଅନେକ ରାଜ୍ୟରେ ଜନସମ୍ପର୍କ ଆରମ୍ଭ କରିଛି । ଗୁଜରାଟ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡାଭିଆ ଓ ପଶୁପାଳନ ମନ୍ତ୍ରୀ ପୁରୁଷୋତମ ରୂପାଲଙ୍କୁ ନିଯୁକ୍ତ କରାଯାଇଛି । ଉଭୟ ପାଟିଦାରଙ୍କୁ ଦଳ ଆଡକୁ ଆକୃଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ୨୦୧୭ରେ ପାଟିଦାଲ ଆନ୍ଦୋଳନ କାରଣରୁ ବିଜେପିର କ୍ଷତି ହୋଇଥିଲା ।

aam aadmi party in gujaratAAPAIMIM chief asaudin owaisiamit shah gujaratAnimal Husbandry Minister Purushottam Rupalanti incumbencyBJPbjp minister vijay rupanicongress in gujaratGujarat cmgujarat cm resignsGujarat elections 2022mamata bannerjee trinamool congressmodi and shahNarendra Modiunion minister mansukh mandaviyavijay rupani resignsଅସଦଉଦ୍ଦିନ ଓବେସୀଙ୍କ ଅଲ ଇଣ୍ଡିଆ ମଜଲିସ୍ ଇତ୍ତେହାଦୁଲ ମୁସ୍ଲିମିନ୍ଆଣ୍ଟି ଇନକମ୍ବେନ୍ସିରଆପ୍ ମଧ୍ୟ ଗୁଜରାଟରେକଂଗ୍ରେସ ଚ୍ୟାଲେଂଜ୍କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡାଭିଆଗୁଜରାଟରେ ନିର୍ବାଚନନରେନ୍ଦ୍ର ମୋଦିପଶୁପାଳନ ମନ୍ତ୍ରୀ ପୁରୁଷୋତମ ରୂପାଲବିଜେପି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସମୋଦି ଓ ଶାହ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami