EMI penality : ଇଏମଆଇ ନଦେଇ ପାରିଲେ ଆଉ ଦେବାକୁ ପଡ଼ିବନି ଫାଇନ୍ ! ଜାଣନ୍ତୁ RBIର ପ୍ଲାନ୍ କ’ଣ

ମୂଲ୍ୟବୃଦ୍ଧି ଉପରେ ଲଗାମ କସିବାକୁ RBI ରେପୋ ରେଟରେ ଗତ ଏକ ବର୍ଷ ମଧ୍ୟରେ ଭାରି ବୃଦ୍ଧି କରିଛି କେନ୍ଦ୍ରୀୟ ବ୍ୟାଙ୍କ ଲଗାତର ୬ ଥର ରେପୋ ରେଟ୍ ବଢ଼ାଇଛି । ଗତବର୍ଷ ଏପ୍ରିଲ ମାସରେ ଏହା ୪ ପ୍ରତିଶତ ଥିଲା । ଯାହା ଏବେ ବଢିକରି ହୋଇଛି ୬.୫ ପ୍ରତିଶତ । ଏହି କାରଣରୁ ବ୍ୟାଙ୍କ ମଧ୍ୟ ନିଜ ସୁଧ ଦର ବଢାଇଛନ୍ତି । ଯାହାର ସିଧା ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିଛିରେପୋ ରେଟ୍ ବୃଦ୍ଧି କାରଣରୁ ଲୋନ୍ ଉପରେ ସୁଧ ବଢିଛିଫଳରେ ଲୋକଙ୍କ ବଜେଟ୍ ବିଗିଡି ଯାଇଛି । ଲୋକ ଠିକ ସମୟରେ ନିଜ କିସ୍ତି ପୈଠ କରି ପାରୁନାହାନ୍ତି ଡେରିରେ କିସ୍ତି ଦେବା କାରଣରୁ ବ୍ୟାଙ୍କ ନିଜ ଗ୍ରାହକଙ୍କଠାରୁ ଜରିମାନା ଆଦାୟ କରୁଛନ୍ତି । ସାଧରଣତଃ ବ୍ୟାଙ୍କ ଲେଟ୍ ଫିସ୍ ଭାବେ ଇଏମଆଇର ଏକ କିମ୍ବା ଦୁଇ ପ୍ରତିଶତ ପେନାଲ୍ଟି ଅସୁଲ କରିଥାନ୍ତି । ତେବେ ଋଣକାରୀଙ୍କୁ ଖୁବଶୀଘ୍ର ଏହି ଜୋରିମାନରୁ ନିସ୍ତାର ମିଳିପାରେ RBI କହିଛି ଯେ, ବ୍ୟାଙ୍କ ଏଭଳି ଜରିମାନା ବାବଦରେ ଅଲଗା ଭାବେ ଡିଟେଲ ଦେଉ କିସ୍ତି ଦେବାରେ ବିଳମ୍ବ କାରଣରୁ ଆଦାୟ କରାଯାଉଥିବା ଜରିମାନା ସମ୍ପୂର୍ଣ୍ଣ ଭାବେ ଅଲଗା ହେବ ବୋଲି RBI କହିଛି

ମୁଳ ସହ ମିଶାଇ ଆଦାୟ ହେଉଛି ସୁଧ !

ମିଡିଆ ରିପୋର୍ଟ ଅନୁସାରେ ଲୋନ୍ କିସ୍ତି ସୁଝିବାରେ ବିଳମ୍ବ ଉପରେ ଲାଗଥିବା ପେନାଲ୍ଟି ପାରଦର୍ଶୀ ହେବ ଫେବୃଆରୀ ୮ ତାରିଖରେ ଏକ ବୈଠକ ପରେ ଆରବିଆଇ କହିଥିଲା ଯେ, ଖୁବଶୀଘ୍ର ଏନେଇ ଏକ ଡ୍ରାଫ୍ଟ ଗାଇଡଲାଇନ୍ ଜାରି ହେବ । ଏହା ଉପରେ ସମସ୍ତ ଷ୍ଟେକ୍ ହୋଲ୍ଡରଙ୍କ ପ୍ରତିକ୍ରିୟା ନିଆଯିବ । କୌଣସି ଜରିମାନା ଦଣ୍ଡାତ୍ମକ ସୁଧ ଭାବେ ଆଦାୟ କରାଯିବ ନାହିଁ ।ବର୍ତ୍ତମାନ କିସ୍ତି ସୁଝିବାରେ ବିଳମ୍ବ ହେଲେ ଦଣ୍ଡାତ୍ମକ ସୁଧ ଭାବେ ଜରିମାନା ଆଦାୟ କରାଯାଉଥିଲା । ସାଧାରଣତଃ ଏହା ଇଏମଆଇର ଏକ କିମ୍ବା ଦୁଇ ପ୍ରତିଶତ ହୋଇଥାଏ । ସବୁ ବ୍ୟାଙ୍କରେ ଏହି ରାଶି ଅଲଗା ହୋଇଥାଏ । ଏହାକୁ ଲୋନର ମୂଳ ରାଶୀ ସହିତ ଯୋଡାଯାଏ । ତେଣୁ ଏହା ଜଣା ପଡେ ନାହିଁ ଯେ, କିସ୍ତି ସୁଝିବାରେ ବିଳମ୍ବ ଉପରେ କେତେ ଜରିମାନା ଲାଗିଲା

କ’ଣ କରିବେ ?

ବିଶେଷଜ୍ଞଙ୍କ କହିବା ହେଉଛି ଯେ, ପେନାଲ ଇଣ୍ଟ୍ରେଷ୍ଟ୍ ବା ଦଣ୍ଡାତ୍ମକ ସୁଧ ଲୋନର ସାଇଜ୍ ଓ ପ୍ରକାର ଉପରେ ନିର୍ଭର କରିଥାଏ । ଏହାର ହିସାବ ବାର୍ଷିକ ଆଧାରରେ ହୋଇଥାଏ । ଯଦି ଆପଣଙ୍କ ବାର୍ଷିକ ପେନାଲ ଇଣ୍ଟ୍ରେଷ୍ଟ ୨୪ ପ୍ରତିଶତ ଓ ଆପଣ ୨୫ ହଜାର ଟଙ୍କାର ମାସିକ କିସ୍ତି ଦେବାରେ ବିଫଳ ହୋଇଛନ୍ତି ତେବେ ଦୁଇ ପ୍ରତିଶତ ହିସାବରେ ଆପଣଙ୍କୁ ମାସକୁ ୫ଶହ ଟଙ୍କ ଦେବାକୁ ପଡିବ । ଏବେ ବ୍ୟାଙ୍କଙ୍କୁ ଅଲଗା ଭାବେ ଜରିମାନ ନିର୍ଧାରିତ କରିବାକୁ ପଡ଼ିବ କିସ୍ତି ସୁଝିବାରେ ବିଳମ୍ବ ଯୋଗୁ ଆପଣଙ୍କ ସିବିଲ୍ ସ୍କୋର ପ୍ରଭାବିତ ହୋଇଥାଏ ବାରମ୍ବାର କିସ୍ତି ସୁଝିବାରେ ବିଫଳ ହେଲେ ରିକଭରି ଏଜେଣ୍ଟ୍ ମଧ୍ୟ ଆପଣଙ୍କୁ ବିରକ୍ତ କରିବେ । ତେଣୁ ସବୁବେଳ କିସ୍ତି ଟାଇମର ସୁଝନ୍ତି । ଯଦି ଆର୍ଥିକ ଅସୁବିଧା ଅଛି ତେବେ ବ୍ୟାଙ୍କ ସହିତ ସିଧା କଥା ହୁଅନ୍ତୁ ବ୍ୟାଙ୍କ ଚାହିଁଲେ ଆପଣଙ୍କୁ ୬ ମାସ ପର୍ଯ୍ୟନ୍ତ କିସ୍ତି ନସୁଝିବାର ସୁବିଧା ଦେଇପାରିବ ।

emi penalty savesrbi emirbi emi latest news todayrbi emi new rulesrbi guidelines for loan emirbi latest newsrbi latest news todayrbi loan emi news todayrbi new guidelines 2023rbi new guidelines for emi moratoriumrbi new guidelines for loanrbi updated newsrbi updates todayreserve bank of India
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami