ଯୁବ ୟୁଟ୍ୟୁବର ଦିବ୍ୟଜ୍ୟୋତି

ଦୃଢ଼ ଇଚ୍ଛାଶକ୍ତି ଆଉ ଆତ୍ମବିଶ୍ୱାସ ବଳରେ ଜଣେ ବ୍ୟକ୍ତି ନିଜର ପ୍ରତିଭାକୁ ବିକଶିତ କରିପାରିବ । ପ୍ରତିଭା ବଳରେ ସେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିବ । ଏହାଦ୍ୱାରା ସେ ନିଜେ ଉପକୃତ ହେବା ସହ ଅନ୍ୟମାନଙ୍କ ପାଇଁ ସାଜିପାରିବ ପ୍ରେରଣା । କେନ୍ଦ୍ରାପଡ଼ା ଜିଲ୍ଲା ବାଘବୁଦା ଗାଁର ଦିବ୍ୟଜ୍ୟୋତି ନାୟକ ସେମିତି ଜଣେ ଯୁବକ, ଯିଏ ପ୍ରତିଭା ବଳରେ ଜଣେ ସଫଳ ‘ଯୁବ ୟୁଟ୍ୟୁବର’ ଭାବେ ନିଜକୁ ପରିଚିତ କରାଇପାରିଛନ୍ତି ।

ବାଣିଜ୍ୟରେ ସ୍ନାତକୋତର କରିଥିବା ଦିବ୍ୟଜ୍ୟୋତି ପିଲାଟିବେଳୁ ଥିଲେ କଳାମନସ୍କ । ପ୍ରତିଯୋଗିତା ମୂଳକ ପରୀକ୍ଷା ପଛରେ ନ ଗୋଡ଼ାଇ ଗାଁରେ ରହି ବାପାଙ୍କ ଗ୍ରସରି ଆଉ ସାଇକେଲ ଦୋକାନରେ ସହାୟତା କରୁଥିଲେ । ଆଉ ଚିନ୍ତା କଲେ କେମିତି ନିଜ ପ୍ରତିଭାକୁ ପଦାକୁ ଆଣିବେ । ବାସ୍‌, ମିଳିଗଲା ତାଙ୍କୁ ଉପାୟ । ସେ ଦେଖିଲେ ସମୟ ବଦଳୁଛି । ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ଭାବିଲେ ଏଇ ସ୍ମାର୍ଟଫୋନ୍ ହେଉଛି ସମୟର ଆହ୍ୱାନ । ତେଣୁ ସ୍ମାର୍ଟଫୋନ୍ ବ୍ୟବହାର କରି ସେ ନିଜର ଅନ୍ତର୍ନିହିତ ଗୁଣକୁ ବାହାରକୁ ଆଣିବା ଲାଗି ଚେଷ୍ଟା ଜାରି ରଖିଲେ । ନିଜେ ସ୍କ୍ରିପ୍ଟ ଲେଖି ସ୍କ୍ରିନ୍‌ପ୍ଲେ ପାଇଁ ପ୍ରସ୍ତୁତ ହେଲେ । ଆଉ ନିଜେ ବି ଭିଡିଓ ତିଆରି କଲେ ।

୨୦୧୯ ମେ’ ମାସ । ସେଦିନ ଥାଏ ତାଙ୍କର ଜନ୍ମଦିନ । ଘରକୁ ସାଙ୍ଗମାନେ ଆସିଥାନ୍ତି ଦିବ୍ୟଙ୍କର ଭାରି ଇଚ୍ଛା ଥାଏ ଜନ୍ମଦିନକୁ ନେଇ ଗୋଟିଏ ଭିଡିଓ ବନେଇବା ପାଇଁ । ଅବଶ୍ୟ ତାଙ୍କ ପାଖରେ ସ୍କ୍ରିପ୍ଟ ଥିଲା । ହେଲେ ସୁଟିଂ କରିବା ପାଇଁ କ୍ୟାମେରାଟିଏ ନ ଥିଲା । ଜଣେ ବନ୍ଧୁଙ୍କଠାରୁ କ୍ୟାମେରାଟିଏ ମାଗି ଆଣିଲେ । ଆଉ ପ୍ରସ୍ତୁତ କଲେ ଏକ ଭିଡିଓ । ଯାହାର ଶୀର୍ଷକ ରଖିଥିଲେ । ହ୍ୱାର୍ଟ ଇଜ୍ ଫ୍ରେଣ୍ଡସ୍ । ଭିଡିଓଟିକୁ ସେ ହିନ୍ଦୀ ଭାଷାରେ ହିଁ ପ୍ରସ୍ତୁତ କରିଥିଲେଫେସ୍‌ବୁକ୍‌ରେ ଅପ୍‌ଲୋଡ୍ କଲେ । ଆଶାତୀତ ସଫଳତା ମିଳିଲା । ଖୁବ୍ କମ୍ ସମୟରେ ତାହା ଦେଖିଥିଲେ ୩ ମିଲିୟନରୁ ଅଧିକ ଦର୍ଶକ । ଏଇଠୁ ଆରମ୍ଭ ହେଲା ୟୁଟ୍ୟୁବର ବନିବାର ନିଶା । ଦିବ୍ୟଙ୍କର ପରିଚୟ ଆଉ ରାଜ୍ୟ ଭିତରେ ସୀମିତ ହୋଇରହିନାହିଁ । ଜଣେ ମୋଟିଭେସନାଲ ୟୁଟ୍ୟୁବର ବା ୟୁଟ୍ୟୁବ୍‌ରେ ପ୍ରେରଣାପ୍ରଦ ଭିଡିଓ ପ୍ରସ୍ତୁତ କରୁଥିବା ଯୁବକ ଭାବରେ ଦେଶ ବିଦେଶରେ ନିଜକୁ ପରିଚିତ କରାଇଲେ । ଦିବ୍ୟଜ୍ୟୋତି କହନ୍ତି, ପ୍ରଥମ ଭିଡିଓଟି ତାଙ୍କୁ ଅର୍ଥ ସହିତ ପରିଚିତ ମଧ୍ୟ ଦେଇଛି । ଏହାକୁ ତିଆରି କରିବା ପାଇଁ ସେ ଟଙ୍କାଟିଏ ବି ଖର୍ଚ୍ଚ କରି ନଥିଲେ । ମାତ୍ର ସେଥିରୁ ତାଙ୍କୁ ମିଳିଥିଲା ୭୦ ହଜାର ଟଙ୍କା

ୟୁଟ୍ୟୁବ୍ ରୋଜଗାର ଦେଇଛି ସତ । ହେଲେ କେବଳ ଅର୍ଥ ରୋଜଗାର କରିବା ତାଙ୍କର ମୂଳ ଲକ୍ଷ୍ୟ ନୁହେଁ । ସମାଜରେ ବ୍ୟାପୁଥିବା ନକରାତ୍ମକ ଚିନ୍ତାଧାରାକୁ ଦୂର କରି ଲୋକମାନଙ୍କ ଭିତରେ ସକାରାତ୍ମ ମନୋଭାବ ସୃଷ୍ଟି କରିବା ହେଉଛି ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ । ସେଥିପାଇଁ କାହାଣୀ ଚୟନ ବେଳେ ସେ ଯଥେଷ୍ଟ ଯତ୍ନବାନ ହୋଇଥାନ୍ତି । ଜଣେ ଗରିବ ବାପର କାହାଣୀକୁ ନେଇ ସେ ପ୍ରସ୍ତୁତ କରିଛନ୍ତି ଭିଡିଓ ‘ପୋର୍ ଫାଦର କ୍ୟାଂଟ ବାଏ ଏ ସାଇକଲ’ । ଏହି ଭିଡିଓଟି ଦର୍ଶକଙ୍କ ଆଖିରେ ଲୁହ ଭରିଦେଇଛି । ସେହିଭଳି ସେ ପ୍ରସ୍ତୁତ କରିଥିବା ଅନ୍ୟ ଭିଡିଓଗୁଡ଼ିକ ହେଉଛି ‘ଷ୍ଟୋରି ଅଫ୍ ଲିଟିଲ ବୟ’ , ‘ଟ୍ରାଫିକ୍ ରୁଲ୍ ଭର୍ସେସ ଇଣ୍ଡିଆନ୍ ସୋଲଜର’ ଏବଂ ଆହୁରି ଅନେକ । ତାଙ୍କ ଭିଡିଓ ସବୁର ଭିୟୁଅର ୧୦୦ ମିଲିୟନ ଟପି ସାରିଛି । କୃଷି ଆନ୍ଦୋଳନ ସମ୍ପର୍କିତ ତାଙ୍କ ଭିଡିଓକୁ ବହୁ ବୁଦ୍ଧିଜୀବୀ ପସନ୍ଦ କରିବା ସହିତ ସେୟାର କରିଛନ୍ତି । କରୋନା ଯୋଦ୍ଧା ଭାବେ କାର୍ଯ୍ୟରତ ପୋଲିସ କର୍ମୀଙ୍କୁ ନେଇ ପ୍ରସ୍ତୁତ ଭିଡିଓକୁ ମଧ୍ୟ ଅନେକ ପସନ୍ଦ କରିଛନ୍ତି । ଏସବୁ ଭିଡିଓରୁ ଯାହା ଅର୍ଥ ମିଳୁଛି ସେଥିରୁ ସେ ଆତ୍ମନିର୍ଭର ହେବା ସହିତ ଅନ୍ୟମାନଙ୍କୁ ବି ରୋଜଗାରର ପନ୍ଥା ଦେଖାଇଛନ୍ତି

100 million viewers୧୦୦ ମିଲିୟନ ଭିୟୁଅର3 million facebook views୩ ମିଲିୟନରୁ ଅଧିକ ଦର୍ଶକcorona warriorscovid warriors police storydibyajyoti nayak youtube channelearning money on youtubefacebook uploadindian army vs otherskendrapara districtkisan andolanmotivational youtuberpoor father can't buy a cyclescreenplayscript writersmartphonestory of a little boywhat is friendships?young youtuberyoutube earningsyoutube videosyoutuberଅର୍ଥ ସହିତ ପରିଚିତଆତ୍ମନିର୍ଭରକରୋନା ଯୋଦ୍ଧାକୃଷି ଆନ୍ଦୋଳନକେନ୍ଦ୍ରାପଡ଼ା ଜିଲ୍ଲା ବାଘବୁଦା ଗାଁଟ୍ରାଫିକ୍ ରୁଲ୍ ଭର୍ସେସ ଇଣ୍ଡିଆନ୍ ସୋଲଜରଦିବ୍ୟଜ୍ୟୋତି ନାୟକପୋର୍ ଫାଦର କ୍ୟାଂଟ ବାଏ ଏ ସାଇକଲଫେସ୍‌ବୁକ୍‌ରେ ଅପ୍‌ଲୋଡ୍ବାଣିଜ୍ୟରେ ସ୍ନାତକୋତରବାପାଙ୍କ ଗ୍ରସରି ଆଉ ସାଇକେଲ ଦୋକାନମିଳିଥିଲା ୭୦ ହଜାର ଟଙ୍କାମୋଟିଭେସନାଲ ୟୁଟ୍ୟୁବରଯୁବ ୟୁଟ୍ୟୁବରୟୁଟ୍ୟୁବ୍ ରୋଜଗାରରୋଜଗାରର ପନ୍ଥାଷ୍ଟୋରି ଅଫ୍ ଲିଟିଲ ବୟସ୍କ୍ରିପ୍ଟ ଲେଖି ସ୍କ୍ରିନ୍‌ପ୍ଲେସ୍ମାର୍ଟଫୋନ୍ହିନ୍ଦୀ ଭାଷାହ୍ୱାର୍ଟ ଇଜ୍ ଫ୍ରେଣ୍ଡସ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami