ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ ଭୁଲ କହି ଟ୍ରୋଲର ଶୀକାର ହେଲେ କଙ୍ଗନା

ନୂଆଦିଲ୍ଲୀ: ପ୍ରଥମ ଥର ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ବିଜେପି ତାଙ୍କୁ ହିମାଚଳ ପ୍ରଦେଶର ମଣ୍ଡିରୁ ଲୋକସଭା ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଟିକେଟ ଦେଇଛି । ସେ ତାଙ୍କର ପ୍ରଚାର ମଧ୍ୟ ଆରମ୍ଭ କରିଦେଇଛନ୍ତି । ବିଜେପି ତାଙ୍କୁ ପ୍ରାର୍ଥୀ କରିବା ପରଠାରୁ ସେ କ୍ରମାଗତ ଭାବରେ ବିରୋଧୀ ଦଳର ଟାର୍ଗେଟରେ ରହିଆସିଛନ୍ତି । ବର୍ତ୍ତମାନ ବିଆରଏସ ନେତା କେ.ଟି. ରାମା ରାଓ କଙ୍ଗନା ରାନାୱତଙ୍କୁ ଟ୍ରୋଲ କରିଥିବା ଜଣାପଡ଼ିଛି । ଏକ ସାକ୍ଷାତକାରରେ କଙ୍ଗନା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି କହିଥିଲେ । ଏହାକୁ ନେଇ କେ.ଟି ରାମା ରାଓ କଙ୍ଗନାକୁ ଟ୍ରୋଲ କରି ଗ୍ରାଜୁଏସନ କୋଉଠୁ କରିଛ ବୋଲି ପଚାରିଛନ୍ତି ।

ଗ୍ରାଜୁଏସନ କୋଉଠୁ କରିଛ ବୋଲି ପଚାରିଲେ କେଟିଆର

ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି, ଉତ୍ତର ଭାରତର ଜଣେ ବିଜେପି ପ୍ରାର୍ଥୀ କହୁଛନ୍ତି ଯେ ସୁଭାଷ ଚନ୍ଦ୍ର ବୋଷ ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ । ଦକ୍ଷିଣ ଭାରତର ଅନ୍ୟ ଜଣେ ବିଜେପି ନେତା କହୁଛନ୍ତି ଯେ ମହାତ୍ମା ଗାନ୍ଧୀ ଆମର ପ୍ରଧାନମନ୍ତ୍ରୀ ଥିଲେ । ଏମାନେ ସବୁ କେଉଁଠାରୁ ଗ୍ରାଜୁଏସନ କରିଛନ୍ତି । ଏକ ଟିଭି ସାକ୍ଷାତକାରରେ ଅଭିନେତ୍ରୀ କଙ୍ଗନା କହିଥିଲେ ଯେ, ମୋତେ ଗୋଟିଏ କଥା କୁହ, ଯେତେବେଳେ ଆମେ ସ୍ୱାଧୀନତା ପାଇଲୁ, ସେତେବେଳେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କୁଆଡେ ଯାଇଥିଲେ? ତାଙ୍କର ଏଭଳି ବୟାନକୁ ନେଇ ଏବେ ତାଙ୍କୁ ଟ୍ରୋଲ କରାଯାଉଛି ।

actress kangna ranaut poltics ist timebollywood actress kangna ranautkangana ranaut calls netaji subhash chandra bose indias first pm
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami