ନିଲାମ ହେବ ଲବଲିନାଙ୍କ ଗ୍ଲୋଭ୍ସ ଓ ନୀରଜଙ୍କ ଜାଭେଲିନ, ପ୍ରଥମ ଦିନରେ ଆଶାରୁ ଅଧିକ ବୋଲି

ନୂଆଦିଲ୍ଲୀ: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଜନ୍ମଦିନ ଉପଲକ୍ଷେ ସ୍ମୃତି ସ୍ୱରୂପ ଉପହାର ଦିଆଯାଇଥିବା ଇ-ନିଲାମୀକୁ ଜବରଦସ୍ତ ପ୍ରତିକ୍ରିୟା ମିଳିଛି । ପ୍ରଥମ ଦିନରେ ୧୦ କୋଟିଟଙ୍କାରୁ ଅଧିକର ନିଲାମି ଡକାଯାଇଛି । ନିଲାମୀର ପ୍ରଥମ ଦିନରେ ଯେଉଁଭଳି ଭାବେ ୧୦ କୋଟି ପର୍ଯ୍ୟନ୍ତ ନିଲାମୀ ଡକାଯାଇଛି ତାହା ଆଗାମୀ ୧୯ ଦିନରେ ଅଧିକ ବଢିବ ବୋଲି ଆଶା କରାଯାଉଛି ।

ନିକଟରେ ଜନ୍ମଦିନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଲମ୍ପିକ୍ସ ପଦକ ବିଜେତା ନିଜ ବ୍ୟବହୃତ କ୍ରୀଡା ସାମଗ୍ରୀ ଉପହାର ଭାବେ ଦେଇଥିଲେ । ଯାହାର ନିଲାମ ଡକାଯାଇଛି । ପ୍ରଥମ ଦିନରେ ୧୧ଟି ସାମଗ୍ରୀର ନିଲାମୀ ଡକା ଯାଇଥିଲା । ଯାହା ମଧ୍ୟରୁ ମହିଳା ବକ୍ସର ଲବଲିନା ବୋର୍ଗଫେନଙ୍କ ଅଲମ୍ପିକ୍ କାଂସ୍ୟ ବିଜେତା ଗ୍ଲୋଭ୍ସ ଦୁଇଟି ପ୍ରତି ଅଧିକ ଆଗ୍ରହ ପରିଲକ୍ଷିତ ହୋଇଥିଲା । ଗ୍ଲୋଭସର ବେସ୍ ପ୍ରାଇସ୍ ୮୦ ଲକ୍ଷ ଧାର୍ଯ୍ୟ ହୋଇଥିବା ବେଳେ ଶୁକ୍ରବାର ସଂନ୍ଧ୍ୟା ସୁଦ୍ଧା ସର୍ବାଧିକ ୧.୯୨ କୋଟି ଟଙ୍କାରେ ବୋଲି ଲଗାଯାଇଛି । ଏହାପରେ ସବୁଠାରୁ ଅଧିକ ବୋଲି ଲାଗିଥିଲା ନୀରଜ ଚୋପ୍ରାଙ୍କ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଜାଭେଲିନ୍ନିଲାମି ପାଇଁ ଏହାର ବେସ୍ ପ୍ରାଇସ୍ ୧ କୋଟି ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଶୁକ୍ରବାର ସୁଦ୍ଧା ୧.୫୫ କୋଟି ପର୍ଯ୍ୟନ୍ତ ବୋଲି ଲଗାଯାଇଛି ।

ପାରା ଅଲମ୍ପିକ୍ ବିଶ୍ୱ ବିଜେତା ସୁମିତ ଏଣ୍ଟିଲଙ୍କ ଜାଭେଲିନ୍ ବୋଲିର ଧାର୍ଯ୍ୟ ମୂଲ୍ୟ ଥିଲା ୧ କୋଟି । ଯାହା ନିରଜ ଚୋପ୍ରାଙ୍କ ଜାଭେଲିନ ବୋଲି ମୂଲ୍ୟର ପ୍ରାୟ ପାଖାପାଖି ରହିଛି । ଏହାପରେ ସର୍ବାଧିକ ବୋଲି ରହିଛି ମହିଳା ହକି ଦଳର କ୍ୟାପଟେନ ରାନୀଙ୍କ ଷ୍ଟିକ୍ । ଯାହାର ମୂଲ୍ୟ ୮୦ ଲକ୍ଷ ଧାର୍ଯ୍ୟ ହୋଇଥିଲା , କିନ୍ତୁ ଶୁକ୍ରବାର ସଂନ୍ଧ୍ୟା ସୁଦ୍ଧା ମାତ୍ର ଗୋଟିଏ ଦିନରେ ୧ କୋଟି ୧୦୦ ଟଙ୍କା ବୋଲି ଡକା ଯାଇଥିଲା । ତେବେ ଏହି ସମସ୍ତ ଆୟ ନମାମି ଗାଙ୍ଗେ ପ୍ରକଳ୍ପକୁ ଯିବ

e auctione-auctionfemale boxer lovlina boxing gloves auctionGifted sports equipmenthockey stickindian womens hockey captain rani sticklovlina borgohainmodi birthdaynamami gange projectNarendra Modineeraj chopraneeraj chopra javelin auctionolympic bronze medalistolympic gold medalistparalympics gold medalist sumit antil javelinଅଲମ୍ପିକ୍ କାଂସ୍ୟ ବିଜେତା ଗ୍ଲୋଭ୍ସଇ-ନିଲାମୀକ୍ରୀଡା ସାମଗ୍ରୀ ଉପହାରନମାମି ଗାଙ୍ଗେ ପ୍ରକଳ୍ପପାରା ଅଲମ୍ପିକ୍ ବିଶ୍ୱ ବିଜେତା ସୁମିତ ଏଣ୍ଟିଲଙ୍କ ଜାଭେଲିନ୍ମହିଳା ବକ୍ସର ଲବଲିନା ବୋର୍ଗଫେନମହିଳା ହକି ଦଳର କ୍ୟାପଟେନ ରାନୀଙ୍କ ଷ୍ଟିକ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami