ଅରୁଣାଚଳ ପ୍ରଦେଶରେ ଚୀନ୍ ଅନୁପ୍ରବେଶକୁ ପୁଣି ବିଫଳ କଲା ଭାରତୀୟ ସେନା

ଅରୁଣାଚଳ ପ୍ରଦେଶକୁ ଲାଗିଥିବା ସୀମାରେ ଚୀନ୍ ସେନାର ଗତିବିଧି ପୁଣି ବଢିବାରେ ଲାଗିଛି । ନିକଟରେ ବୁମ ଲା’ ଖାଇ ନିକଟରେ ଚୀନ୍ ସେନା ଭାରତୀୟ ସୈନିକ ମୁହାଁମୁହିଁ ହୋଇଥିବା ଜଣା ପଡିଛି । ବୁମ୍ ଲା’ ମଧ୍ୟକୁ ଅନୁପ୍ରବେଶ କରିଥିବା ଚୀନ୍ ସେନାର ଏକ ଦଳକୁ ଭାରତୀୟ ସେନା ପଛକୁ ଫେରିବାକୁ ବାଧ୍ୟ କରିଥିଲେ । ଏହି ଘଟଣାର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭାରତୀୟ ସେନା ପକ୍ଷରୁ ଏନେଇ ଆଧିକାରିକ ଭାବେ କିଛି ମଧ୍ୟ କୁହାଯାଇ ନାହିଁ ।

ବୁମ୍ ଲା’ ଖାଇର ଭିଡିଓ ବୋଲି କୁହାଯାଉଛି

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଅରୁଣାଚଳ ପ୍ରଦେଶର ବୁମ୍ ଲା’ ପାଖରେ ସୁଟ୍ କରାଯାଇଥିବା କୁହାଯାଇଛି୧୯୬୨ ଯୁଦ୍ଧ କାଳରେ ବୁମ୍ ଲା’ରେ ଦୁଇ ଦେଶର ସେନା ମଧ୍ୟରେ ସେଠାରେ ଭୟାବହ ଯୁଦ୍ଧ ହୋଇଥିଲା । ବର୍ତ୍ତମାନ ଏହି ଅଂଚଳରେ ଭାରତୀୟ ସେନା ଓ ଇଣ୍ଡୋ-ତିବତ୍ ବର୍ଡର ପୋଲିସ (ଆଇଟିବିପି) ମୁତ୍ତୟନ ଅଛିଭିଡିଓରେ ଗୋଟିଏ ଛୋଟ ନଦୀର ଗୋଟିଏ ପାର୍ଶ୍ୱରେ ଭାରତୀୟ ସୈନିକ ଓ ଆରପାଖରେ ଚୀନ୍ ସୈନିକ ଥିବାର ଦେଖାଯାଇଛି । ଏହି ଭିଡିଓରେ ଦୁଇ ଦେଶ ସୈନିକଙ୍କ ମଧ୍ୟରେ କଥାବାର୍ତ୍ତା ଚାଲୁଥିବା ଦେଖିବାକୁ ମିଳିଛି

ଭିଡିଓରେ କ’ଣ କଥା ହେଉଛନ୍ତି ଦୁଇ ଦେଶର ସୈନିକ ?

ଭିଡିଓରେ ଭାରତୀୟ ସେନାର ଜଣେ ଅଧିକାରୀ ଚୀନ୍ ସୈନିକଙ୍କ ଇଂରାଜୀରେ ଏହା କହୁଥିବାର ଶୁଣିବାକୁ ମିଳିଛି ଯେ, ଆମେ ସ୍ଥିତାବସ୍ଥା ବଜାୟ ରଖିବାରେ ବିଶ୍ୱାସ କରୁ । ଆପଣ ମଧ୍ୟ ବଜାୟ ରଖନ୍ତୁଚୀନ୍ ସୈନିକ ଯବାବରେ କହୁଛନ୍ତି ଯେ, ହଁ,ହଁ ମୁଁ ବୁଝି ପାରୁଛି । ତା’ପରେ ଚୀନ ସୈନିକ ଜଣକ କହୁଛନ୍ତି ଯେ, ଆପଣଙ୍କ କମାଣ୍ଡର କହିଛନ୍ତି ଯେ ଆମେ ବୁମ୍ ଲା’ ପର୍ଯ୍ୟନ୍ତ ପଂହଚି ପାରିବୁ ଓ ଆପଣମାନେ ମଧ୍ୟ ସେଠାକୁ ଯାଇପାରିବେ । ଏହାଦ୍ୱାରା କିଛି ମଧ୍ୟ ଫରକ ପଡିବ ନାହିଁ । ଏହାର ଉତ୍ତରରେ ଭାରତୀୟ ସୈନିକ କହୁଛନ୍ତି ଯେ, ମୁଁ ଏ ବାବଦରେ ମୋ କମାଣ୍ଡରଙ୍କୁ ସ୍ପଷ୍ଟ କରିବି

ଅରୁଣାଚଳ ପ୍ରଦେଶରେ ୧୫ ସ୍ଥାନର ନାମ ବଦଳାଇ ସାରିଲାଣି ଚୀନ୍

ତାଜା ଭିଡିଓରେ କୌଣସି ତାରିଖର ଉଲ୍ଲେଖ ନାହିଁ । ତେବେ ଭିଡିଓ ନିକଟରେ ସୁଟ୍ ହୋଇଥିବା ଦାବି ହେଉଛି । କିଛିଦିନ ତଳେ ଚୀନ୍ ଅରୁଣାଚଳ ପ୍ରଦେଶର ୧୫ ସ୍ଥାନର ନାମ ବଦଳାଇ ଦେଇଥିଲା । ଏହି ସ୍ଥାନ ସବୁକୁ ଚୀନ୍ ନିଜ ମ୍ୟାପରେ ଦେଖାଇବାକୁ ଯୋଜନା କରୁଛି । ଭାରତୀୟ ଅଂଚଳ ଉପରେ ନିଜ ଦାବିକୁ ଅଧିକ ମଜବୁତ କରିବାକୁ ଚୀନ୍ ଏଭଳି କରୁଛି ।

ସୀମାରେ ଗାଁ ସ୍ଥାପନା କରୁଛି ଚୀନ୍

ଚୀନ୍ ବାସ୍ତବିକ ନିୟନ୍ତ୍ରଣରେଖା ନିକଟରେ ଆଧୁନିକ ଗାଁ ସ୍ଥାପନା କରୁଛିଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଭିତରେ ଏହି ଗାଁରେ ରହିବାକୁ ଚୀନ୍ ନାଗରିକ ଅମଙ୍ଗ ହେଉଛନ୍ତି । ତେବେ ଚୀନର କମ୍ୟୁନିଷ୍ଟ ସରକାର ଲୋଭ ଓ ଭୟ ଦେଖାଇ ଲୋକଙ୍କୁ ସେଠାରେ ରହିବାକୁ ବାଧ୍ୟ କରୁଛି । ଆମେରିକା ମଧ୍ୟ ଗୋଟିଏ ରିପୋର୍ଟରେ ଚୀନ୍ ଭାରତୀୟ ସୀମାକୁ ଲାଗି ନୂଆ ଗାଁ ପ୍ରତିଷ୍ଠା କରୁଥିବା ଦାବି କରିଥିଲା

Bum La PassBumla Passchinese army and indian army faceoffIndian Armyindo tibet border policeITBPmovement of the Chinese armyviral video on social mediaଅରୁଣାଚଳ ପ୍ରଦେଶଆଇଟିବିପିଇଣ୍ଡୋ-ତିବତ୍ ବର୍ଡର ପୋଲିସଚୀନ୍ ସେନା ଓ ଭାରତୀୟ ସୈନିକ ମୁହାଁମୁହିଁଚୀନ୍ ସେନାର ଗତିବିଧିବୁମ ଲା’ ଖାଇଭାରତୀୟ ସେନାଭିଡିଓ ସୋସିଆଲ ମିଡିଆରେ ଭାଇରାଲ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami