କ୍ଷପଣାସ୍ତ୍ର ଭଳି ଆକାଶରୁ ଲଂଚ୍ ହେବ ଡ୍ରୋନ୍, ଆମେରିକା ସହିତ ଭାରତ କଲା ଚୁକ୍ତି

ଭାରତୀୟ ବାୟୁସେନା ଏବେ ଆକାଶରୁ କ୍ଷପଣାସ୍ତ୍ର ଭଳି ଡ୍ରୋନକୁ ମଧ୍ୟ ଲଂଚ୍ କରିପାରିବ । ଏହି ଡ୍ରୋନ୍ ମାନବ ବିହୀନ ହେବ । ଯାହାକୁ ବାୟୁସେନା ଆକାଶରୁ ହିଁ ଲଂଚ୍ କରିପାରିବ । ଭାରତୀୟ ବାୟୁସେନା ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏଭଳି ଡ୍ରୋନ୍ ତିଆରି ପାଇଁ ଭାରତ ଓ ଆମେରିକା ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଦୁଇ ଦେଶ ଏଥିପାଇଁ ଦ୍ୱିପାକ୍ଷିକ ବୈଶୟିକ ଜ୍ଞାନ ଓ ବ୍ୟବସାୟିକ ଉଦ୍ୟମ (DDTI) ଅନ୍ତର୍ଗତରେ ୧୧ ମିଲିୟନ ଡଲାରର ପ୍ରାରମ୍ଭିକ ଖର୍ଚ୍ଚରେ ପ୍ରଟୋଟାଇପ୍ ଏଏଲୟୁଭି (AL UAV Prototype) ବିକାଶ ଦିଗରେ କାମ କରିବେ ।

ଏଏଲୟୁଏଭିକୁ ଆକାଶରୁ କରାଯାଇ ପାରିବ ଲଂଚ୍

ପିବିଏନଏସର ରିପୋର୍ଟ ଅନୁସାରେ ଏହି ଟେକ୍ନୋଲଜି ଦ୍ୱାରା ମିଶାଇଲ ଭଳି ଯୁଦ୍ଧ ବିମାନରେ ଡ୍ରୋନକୁ ଲଗାଯିବ । ଆଉ ଯେଉଁଭଳି ଭାବେ ଯୁଦ୍ଧବିମାନରୁ ମିଶାଇଲ ଲଂଚ୍ କରାଯାଇଥାଏ ସେମିତି ଡ୍ରୋନକୁ ଲଂଚ୍ କରାଯିବ । ଭାରତ ଓ ଆମେରିକା ଏୟାର-ଲଂଚ୍ କରାଯାଇଥିବା ଛୋଟ ଏରିୟଲ ସିଷ୍ଟମ ବା ଡ୍ରୋନ୍ ସ୍ୱାର୍ମ ଉପରେ ଚର୍ଚ୍ଚା କରୁଛନ୍ତି । ମାନବ ରହିତ ବିମାନରେ ଡ୍ରୋନ୍ ଆଦି ମଧ୍ୟ ସାମିଲ ଅଛନ୍ତି ।

ପୁରୁଣା ଚୁକ୍ତି

ଏହି ଚୁକ୍ତି ପ୍ରଥମ ଥର ପାଇଁ ୨୦୦୬ରେ ସ୍ୱାକ୍ଷରିତ ହୋଇଥିଲାତେବେ ୨୦୧୨ରେ ଏହା ଉପରେ କାମ ଆରମ୍ଭ ହୋଇଥିଲେ ମଧ୍ୟ କାମ ଆଗକୁ ବଢି ପାରିନଥିଲା । ତେଣୁ ଜାନୁଆରୀ ୨୦୧୫ରେ ପୁଣିଥରେ ଚୁକ୍ତିର ନବୀକରଣ ହୋଇଥିଲା । ଏବେ ପୁଣିଥରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି, ଯାହା ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ବନ୍ଧକୁ ଅଧିକ ମଜବୁତ କରିବ ।

ଡିଜାଇନ୍ ଓ ପରିକ୍ଷଣରେ ସାହାଯ୍ୟ କରିବେ ବାୟୁସେନା ଓ DRDO

ପ୍ରକଳ୍ପ ଚୁକ୍ତିରେ ଆମେରିକୀୟ ବାୟୁସେନାର ଏୟାରଫୋର୍ସ ରିସର୍ଚ୍ଚ ଲାବ୍ରୋଟରି (AFRL), ଭାରତୀୟ ବାୟୁସେନା ଓ ଡିଆରଡିଓ ମଧ୍ୟରେ ସହଯୋଗ କଥା କୁହଯାଇଛି । ଡ୍ରୋନର ଡିଜାଇନ୍ ଓ ପରିକ୍ଷଣ କରିବାରେ ଭାରତୀୟ ବାୟୁସେନା ଓ ଡିଆରଡିଓ ସହଯୋଗ କରିବେAFRL, ଡିଆରଡିଓ ଓ ଭାରତୀୟ ବାୟୁସେନା ଏହି ଚୁକ୍ତିକୁ କ୍ରିୟାନ୍ୱିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ।

11 million dollar expense୧୧ ମିଲିୟନ ଡଲାରAFRLagreementAir Force Research Laboratoryair launchAL UAV PrototypeALUAV PrototypeDDTIDefence Research and Development OrganisationDRDOdrone design and testingdrone swarm technologydronesdrones launching from skyIndia and US sign pactindian air forceindian airforcelaunching dronesPBNS reportsign pactଏଏଲୟୁଭିଏୟାର-ଲଂଚ୍ଏୟାରଫୋର୍ସ ରିସର୍ଚ୍ଚ ଲାବ୍ରୋଟରିକ୍ଷପଣାସ୍ତ୍ର ଭଳି ଡ୍ରୋନକୁ ମଧ୍ୟ ଲଂଚ୍ କରିପାରିବଡ୍ରୋନକୁ ଲଂଚ୍ଡ୍ରୋନର ଡିଜାଇନ୍ ଓ ପରିକ୍ଷଣଡ୍ରୋନ୍ ସ୍ୱାର୍ମଦ୍ୱିପାକ୍ଷିକ ବୈଶୟିକ ଜ୍ଞାନ ଓ ବ୍ୟବସାୟିକ ଉଦ୍ୟମପିବିଏନଏସର ରିପୋର୍ଟ ଅନୁସାରେଭାରତ ଓ ଆମେରିକା ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତଭାରତୀୟ ବାୟୁସେନାଭାରତୀୟ ବାୟୁସେନା ଓ ଡିଆରଡିଓ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami