ଟ୍ୟାକ୍ସ ବେନିଫିଟ୍ ଚାହୁଁଛନ୍ତି କି ? ଏମିତି କଲେ ପର୍ସନାଲ ଲୋନ ଆଧାରରେ ଟ୍ୟାକ୍ସ ବେନିଫିଟ୍ ନେଇ ପାରିବେ…

ଜୁନ୍ 30 ସୁଧା ଆପଣଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡିବ । ଆପଣ ନିଜ ଆୟ ଉପରେ ଟ୍ୟାକ୍ସ ରିହାତି ପାଇବା ପାଇଁ ବୀମକୁ ବ୍ୟବହାର କରନ୍ତି । କିନ୍ତୁ ଅନେକ ଜାଣି ନାହାନ୍ତି ଯେ, ପର୍ସନାଲ ଲୋନ୍ ମଧ୍ୟ ଆପଣଙ୍କୁ ଟ୍ୟାକ୍ସ ରିହାତି ଦେଇଥାଏ । ତେବେ ଏଥିପାଇଁ କିଛି ଦୀଗକୁ ଦୃଷ୍ଟି ଦେବାକୁ ପଡିବ ।

ଏଥିପାଇଁ ପ୍ରଥମ ସର୍ତ୍ତ ହେଉଛି ଆପଣ ପର୍ସନାଲ ଲୋନ୍ ର ବ୍ୟବହାର ଆଧାର ଉପରେ ଟ୍ୟାକ୍ସ ବେନିଫିଟ୍ ହାସର କରିବାକୁ ଚାହୁଁଥିଲେ ସର୍ବପ୍ରଥମେ ପୁରୁଣା ଟ୍ୟାକ୍ସ ରିଟର୍ଣ୍ଣ ବିକଳ୍ପକୁ ବାଛିବାକୁ ପଡିବ । ସାଧାରଣତଃ ପର୍ସନାଲ ଲୋନ୍ ନେବା ବେଳେ ଲୋନ୍ ନେଉଥିବା ବ୍ୟକ୍ତିଙ୍କୁ ତା’ର ବ୍ୟବହାର ଲକ୍ଷ୍ୟ କଥା ଜଣାଇବା ବାଧ୍ୟତାମୁଳକ ହୋଇ ନଥାଏ । କିନ୍ତୁ କୌଣସି ବିଶେଷ ଲକ୍ଷ୍ୟ ପାଇଁ ଯଦି ଆପଣ ପର୍ସନାଲ ଲୋନ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ଟ୍ୟାକ୍ସ ବେନିଫିଟ୍ ମିଳି ପାରିବ । ଆସନ୍ତୁ ଜାଣିବା କେମିତି ?

1) ବିଜନେସ ପାଇଁ ପର୍ସନାଲ ଲୋନ ଉପରେ ଟ୍ୟାକ୍ସ ଛାଡ

ଯଦି ପର୍ସନାଲ ଲୋନର ବ୍ୟବହାର ବ୍ୟବସାୟ ପାଇଁ କରାଯାଇ ଥାଏ, ତେବେ ତା’ଉପରେ ଦିଆ ଯାଇଥିବା ସୁଧକୁ ନିଜ ଟ୍ୟାକ୍ସ ବୋଝ କମ କରିବା ପାଇଁ ଖର୍ଚ୍ଚ ରୂପେ କ୍ଲେମ୍ କରା ଯାଇ ପାରିବ ।

2) ଏହି କାମ କରାଯାଇଥିଲେ ମିଳିବ ରିହାତି

ଯଦି ଆପଣ ଏହାର ବ୍ୟବହାର ଘର କିଣିବା ପାଇଁ କିମ୍ବା ତିଆରି କରିବା ନିମନ୍ତେ କିମ୍ବା ମରାମତି ପାଇଁ କରିଛନ୍ତି ତେବେ ଆପଣ ପର୍ସନାଲ ଲୋନ୍ ବାବଦରେ ଦିଆ ଯାଇଥିବା ସୁଧ ଉପରେ ଡିଡକ୍ସନ୍ କ୍ଲେମ୍ କରି ପାରିବେ । ଆୟକର ଧାରା 24b ହୋମ୍ ଲୋନ୍ କିମ୍ବା ପର୍ସନାଲ ଲୋନ୍ ଭିତରେ କୌଣସି ଫରକ କରିନଥାଏ ଓ ସୁଧା ଉପରେ 2 ଲକ୍ଷ ଟଙ୍କା ମଧ୍ୟରେ ଡିଡକ୍ସନ ମିଳିଥାଏ ।

3) ସଂପତି କ୍ରୟ ପାଇଁ ପର୍ସନାଲ ଲୋନ୍ ଉପରେ କର ରିହାତି

ଯଦି ଆପଣ କୌଣସି ସଂପତି କିଣିବା ପାଇଁ ପର୍ସନାଲ ଲୋନ୍ ନେଇଛନ୍ତି ତେବେ ତା’ର ସୁଧ ଉପରେ ଟ୍ୟାକ୍ସ ଛାଡ କ୍ଲେମ୍ କରି ପାରିବେ ।

4) ଟ୍ୟାକ୍ସ ଛାଡ ପାଇଁ କେଉଁ ସବୁ ଦସ୍ତାବିଜ୍ ଜରୁରୀ ?

ପର୍ସନାଲ ଲୋନ୍ ଉପରେ ଟ୍ୟାକ୍ସ ଛାଡ ସୁବିଧା ପାଇଁ ଆପଣଙ୍କୁ ଅନେକ ଦସ୍ତାବିଜ୍ ଦେବାକୁ ପଡିବ । ଯେମିତି ଖର୍ଚ୍ଚ ଭାଉଚର, ବ୍ୟାଙ୍କ ସାର୍ଟିଫିକେଟ୍, ସାଂକସନ୍ ଲେଟର ଓ ଅଡିଟରଙ୍କ ଚିଠି ।

auditors letterbank certificatededuction claimexpense voucherhome loanpersonal loan on businesssanction lettersection 24 - income tax benefit on interest on personal loanSection 24(b) of the Income Tax Acttax beenfitstax benefits available in life insurancetax rebate on personal loantax treatment of personal loanଅଡିଟରଙ୍କ ଚିଠିଆୟକର ଧାରା 24b ହୋମ୍ ଲୋନ୍ଖର୍ଚ୍ଚ ଭାଉଚରଟ୍ୟାକ୍ସ ବେନିଫିଟ୍ଟ୍ୟାକ୍ସ ରିଟର୍ଣ୍ଣଟ୍ୟାକ୍ସ ରିହାତିଡିଡକ୍ସନ୍ କ୍ଲେମ୍ପର୍ସନାଲ ଲୋନ୍ବିଜନେସ ପାଇଁ ପର୍ସନାଲ ଲୋନବ୍ୟାଙ୍କ ସାର୍ଟିଫିକେଟ୍ସଂପତି କ୍ରୟସାଂକସନ୍ ଲେଟର
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami