ହ୍ୱାଇଟ୍ ହାଉସରେ ଇତିହାସ ପୁଣି ନିଜକୁ ଦୋହରାଇଲା ଏମିତି, ମନେ ପଡିଗଲା ଲାଦେନର ଅନ୍ତ କଥା

ଇତିହାସର ନିଜକୁ ଦୋହରାଏ । ଗୁରୁବାର ହ୍ୱାଇଟ୍ ହାଉସର ସିଚୁଏସନ ରୁମ୍ ଉପରେ ନଜର ପକାଇଲେ ଏହି କଥା କେତେ ସତ ତାହା ଜଣା ପଡୁଛି । ୧୧ ବର୍ଷ ତଳର ସେହି ଘଟଣା ମନେପଡୁଛି ଯେତେବେଳେ ଲାଡେନର ଅନ୍ତ ଲାଇଭ୍ ଦେଖିଥିଲେ ରାଷ୍ଟ୍ରପତି ଓବାମା । ଆଉ ୧୧ ବର୍ଷ ପରେ ସେହି ଏକା ରୁମରେ ବସି ଇସଲାମିକ୍ ଷ୍ଟେଟର ମୁଖିଆର ଅନ୍ତ ଦେଖିଛନ୍ତି ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍ । କେବଳ ଗୋଟିଏ ଫରକ ହେଲା ସେତେବେଳେ ବାରାକ୍ ଓବାମା ଥିଲେ ଏବଂ ବାଇଡେନ୍ ଥିଲେ ଉପରାଷ୍ଟ୍ରପତି । ୧୧ ବର୍ଷ ତଳର ସେହି ଘଟଣା ଓ ବର୍ତ୍ତମାନର ଘଟଣା ମଧ୍ୟରେ ଥିବା ଆଶ୍ଚର୍ଯ୍ୟଜନକ ସମାନତା ଉପରେ ନଜର ପକାନ୍ତୁ ।

୧୧ ବର୍ଷ ତଳେ । ୨ ମେ ୨୦୧୧ । ଆମେରିକା ସିଲ୍ କମାଣ୍ଡୋଜ୍ ପାକିସ୍ତାନର ଏବଟାବାଦରେ ଗୋଟିଏ ଘର ଉପରେ ଚଢାଉ କରି ଇସଲାମିକ୍ ଆତଙ୍କବାଦର ପୋଷ୍ଟର ବୟ ଓସମା ବିନ୍ ଲାଦେନକୁ ହତ୍ୟା କରଥିଲେ । ୧୧ ବର୍ଷ ପରେ ସମାନ ଧରଣର ଅପରେସନରେ ଆମେରିକାର ଏଲିଟ୍ ଏୟାର କମାଣ୍ଡୋ ସିରିଆରେ ଇସଲାମିକ୍ ଷ୍ଟେଟର ମୁଖ୍ୟକୁ ହତ୍ୟା କରିଛନ୍ତି ।

୩ ଫେବୃଆରୀ ୨୦୨୨ ଦିନ ସିରିୟାର ରାଜଧାନୀ ଦମିଶ୍କ ନିକଟରେ ଥିବା ଏକ ସହରରେ ଏହି ଆକ୍ରମଣ ହୋଇଥିଲା । ଏଥର ଇସଲାମିକ୍ ଷ୍ଟେଟ୍ ଅର୍ଥାତ୍ ଆଇଏସଆଇଏସର ଆତଙ୍କବାଦୀ ଇବ୍ରାହିମ୍ ଅଲ୍ ହାସମୀ ଅଲ କୁରୈସିକୁ ମିଳିଥିଲା ମୃତ୍ୟୁ ।

କିନ୍ତୁ କୁହାଯାଉଛି ଯେ, ହାଶମୀକୁ ଆମେରିକା କମାଣ୍ଡୋଜ୍ ମାରି ନଥିଲେ ବରଂ ଗିରଫ ଭୟରେ ନିଜକୁ ବମରେ ଉଡ଼ାଇ ଦେଇଥିଲା ହାଶମୀ । CNNର ଏକ କାର୍ଯ୍ୟକ୍ରମରେ ହାଶମୀର ନିଜକୁ ବମରେ ଉଡ଼ାଇବା କଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି । କିନ୍ତୁ ଏବେ ହାଶମୀର ମୃତ୍ୟୁ ଏବଂ ଲାଡେନର ମୃତ୍ୟୁ ମଧ୍ୟରେ ସାମଞ୍ଜସ୍ୟ ନଜର ଆସିଛି । ଅନେକ ଏହାକୁ ନେଇ ତୁଳନା କରୁଛନ୍ତି ।

ସିଚୁଏସନ୍ ରୁମର ଦୁଇ ସିଚୁଏସନ୍:

ଲାଡେନକୁ ମାରିବା ବେଳର ଘଟଣା ରାଷ୍ଟ୍ରପତି ଓବାମା ତାଙ୍କ ଟିମ୍ ସହିତ ସିଚୁଏସନ୍ ରୁମରେ ଉପସ୍ଥିତ ଥିଲେ । ଏହାର ଫଟୋଗ୍ରାଫ୍ ନିଜେ ହ୍ୱାଇଟ୍ ହାଉସର ପ୍ରେସ୍ ଷ୍ଟାଫ୍ ଜାରି କରିଥିଲେ । ଓବାମାଙ୍କ ଚେହେରାରେ ଟେନସନ୍ ପୂରା ନଜର ଆସୁଥିଲା । ପ୍ରାୟ ୧୪ କିଲୋମିଟର ଦୂର ୟୁଏସ୍ ନେଭିର ଏଲିଟ୍ ସିଲ କମାଣ୍ଡୋ ଫୋର୍ସ ପାକିସ୍ତାନରେ ଦୁନିଆର ସବୁଠାରୁ ଖତରନାକ ଆତଙ୍କବାଦୀକୁ ମାରିବା ପାଇଁ ଅପରେସନ ଜାରି ରଖିଥିଲା । କମାଣ୍ଡୋଙ୍କ ହେଲମେଟରେ ଲାଗିଥିଲା ନାଇଟ୍ ଭିଜନ କ୍ୟାମେରା । ଏହା ଜରିଆରେ ଫଟୋ ସିଧାସଳଖ ପହଞ୍ଚୁଥିଲା ହ୍ୱାଇଟ୍ ହାଉସରେ

ସିଚୁଏସନ୍ ୨:

ଗୁରୁବାର ISIS ଗ୍ୟାଙ୍ଗଷ୍ଟର ଇବ୍ରାହିମ୍ ଅଲ ହାଶମୀ ଅଲ କୁରୈସିକୁ US ଏୟାରଫୋର୍ସର ଏଲିଟ୍ କମାଣ୍ଡୋ ୟୁନିଟ୍ ସିରିୟାରେ ମାରିଥିଲା । ଯାହାର ଲାଇଭ୍ ଦେଖୁଥିଲେ ପ୍ରାୟ ୧୨ ହଜାର କିଲୋମିଟର ଦୂର ସ୍ଥିତ ହ୍ୱାଇଟ ହାଉସର ସିଚୁଏସନ ରୁମରେ ବସିଥିବା ରାଷ୍ଟ୍ରପତି ବାଇଡେନଙ୍କ ଟିମ୍ ।

କ’ଣ ରହିଛି ସଂଯୋଗ ?

ଉଭୟ ଅପରେସନରେ ଜଣେ ଲେଖାଏଁ ମହିଳା ଉପସ୍ଥିତ ଥିଲେ । ଲାଡେନକୁ ମାରିବା ସମୟରେ ହେଲେରୀ କ୍ଲିଣ୍ଟନ୍ ଏବଂ ଏଥର କମଲା ହାରିସ୍ଲାଡେନକୁ ଏବଟାବାଦର ଏକ ଧଳା ରଙ୍ଗର ଘରେ ମରା ଯାଇଥିଲା ଏବଂ ଏଥର ହାଶମୀ ମଧ୍ୟ ରହୁଥିବା ଘରର ରଙ୍ଗ ଥିଲା ଧଳା ।

ଉଭୟଙ୍କ ମୃତ୍ୟୁ ବେଳେ ସେମାନଙ୍କ ପରିବାର ଲୋକ ଉପସ୍ଥିତ ଥିଲେ । ଲାଡେନ ସହିତ ତା ପରିବାରର କିଛି ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ହାଶମୀର ପୂରା ପରିବାରର ଜୀବନ ଯାଇଛି ।

ଲାଡେନର ମୃତ୍ୟୁର ଖବର ଦେଇଥିଲେ ଓବାମା ଏବଂ ହାଶମୀର ଜୋ ବାଇଡେନ୍

ଲାଡେନକୁ ମାରିବା ସମୟରେ ଆମେରିକାର ଏକ ହେଲିକପ୍ଟର ଖରାପ ହୋଇ ଯାଇଥିଲା ଏବଂ ହାଶମିକୁ ମାରିବା ସମୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ।

ଲାଡେନକୁ ମାରିବା ପାଇଁ ପ୍ରାୟ ୨ ମାସ ଧରି ଯୋଜନା କରାଯାଇଥିଲା ଏବଂ ହାଶମୀକୁ ମାରିବା ପାଇଁ ମଧ୍ୟ ପ୍ରାୟ ସେତିକି ସମୟର ଆବଶ୍ୟକତା ପଡ଼ିଛି ।

barack obamahead of islamic stateISIS chiefISIS chief Abu Ibrahim al-Hashimi al-QurayshiISIS ଗ୍ୟାଙ୍ଗଷ୍ଟର ଇବ୍ରାହିମ୍ ଅଲ ହାଶମୀ ଅଲ କୁରୈସିosama bin ladenosama bin laden the poster boy of islamic terrorismpresident joe bidenpresident obamawhite house situation roomଇସଲାମିକ୍ ଆତଙ୍କବାଦର ପୋଷ୍ଟର ବୟ ଓସମା ବିନ୍ ଲାଦେନଇସଲାମିକ୍ ଷ୍ଟେଟର ମୁଖିଆରାଷ୍ଟ୍ରପତି ଓବାମାରାଷ୍ଟ୍ରପତି ଜୋ ବାଇଡେନ୍ଲାଡେନର ଅନ୍ତହ୍ୱାଇଟ୍ ହାଉସର ସିଚୁଏସନ ରୁମ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami