୩୦ ହଜାର ଟଙ୍କା ଦରମା ପାଉଥିଲେ ଜଣେ କେତେ ସଂଚୟ କରିବା ଉଚ୍ଚିତ ?

ଭାରତୀୟ ସଂସ୍କୃତିରେ ସଂଚୟକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଛୋଟମୋଟ ସଂଚୟ ଆର୍ଥିକ ଅଭାବ କାଳରେ ବଡ଼ ସହାୟକ ହୋଇଥାଏ । ଭାରତୀୟ ପରିବାରରେ ମହିଳା ମାନେ ଛୋଟ ସଂଚୟ କରିଥାନ୍ତି । ଛୋଟ ସଂଚୟ କରୋନା ଭଳି ମହାମାରୀରେ ଅନେକ ପରିବାରଙ୍କ ପାଇଁ ସହାୟକ ସିଦ୍ଧ ହୋଇଥିଲା । ତେଣୁ ସମସ୍ତେ ସଂଚୟ କରିବା ଉଚିତ । ତେବେ ଜଣେ ନିଜ ଦରମାର କେତେ ପ୍ରତିଶତ ସବୁ ମାସରେ ସଂଚୟ କରିବା ଜରୁରୀ ? ଧରି ନିଅନ୍ତୁ ଆପଣଙ୍କ ଦରମା ମାସିକ ୩୦ ହଜାର ଟଙ୍କା । ତେବେ ଆପଣ କେତେ ସଂଚୟ କରିବା ବୁଦ୍ଧିମାନର କାମ ହେବ ? ଆସନ୍ତୁ ଜାଣିବ ଏହାର ଉତ୍ତର ..

ଦରମା ୩୦ ହଜାର ହୋଇଥିଲେ ସଂଚୟ କେତେ ହେବା ଉଚ୍ଚିତ ?

ଆର୍ଥିକ ପ୍ଲାନରଙ୍କ ଅନୁସାରେ ଜଣେ ନିଜ ଆୟର ୧୦ରୁ ୧୫ ପ୍ରତିଶତ ପ୍ରତି ମାସରେ ସଂଚୟ କରିବା ଉଚ୍ଚିତ । କିନ୍ତୁ ଏବେ ଯେଉଁଭଳି ଦରଦାମ ବଢିବାରେ ଲାଗିଛି ସେଥିରେ ମାସିକ ୩୦ ହଜାର ଟଙ୍କା ଦରମା ପାଉଥିବା ଜଣେ ବ୍ୟକ୍ତି କେତେ ସଂଚୟ କରିବା ଠିକ୍ ହେବ ? ଏହା ଜାଣିବା ପୂର୍ବରୁ କିଛି ପ୍ରସଙ୍ଗକୁ ଜାଣିନେବା ଠିକ୍ ହେବ ।

୧. ପରିବାରରେ କେତେ ସଦସ୍ୟ ?

କେତେ ସଂଚୟ କରି ହେବ ତାହା ନିର୍ଭର କରିଥାଏ ପରିବାରର ଆକାର ଉପରେ । ଉଦାହରଣ ସ୍ୱରୁପ ଗୋଟିଏ ପରିବାରର ସଦସ୍ୟ ସଂଖ୍ୟା ଯଦି ୪ ଓ ଜଣେ ଆୟାକାରୀଙ୍କ ଉପରେ ପୁରା ପରିବାର ନିର୍ଭର କରିଥାଏ ଏବଂ ଆଉ ଗୋଟିଏ ପରିବାରର ସଦସ୍ୟ ସଂଖ୍ୟା ୨ ତେବେ ଉଭୟ ପରିବାରର ଖର୍ଚ୍ଚ ଅଲଗା ହେବ । ସେହି ଅନୁସାରେ ସେମାନେ ନିଜ ସଂଚୟ କରିପାରିବେ

୨. କେଉଁଠି ରହୁଛନ୍ତି ?

ଏହା ସହିତ ଗୋଟିଏ ପରିବାର କେଉଁଠାରେ ରହୁଛି ତାହା ଉପରେ ମଧ୍ୟ ଖର୍ଚ୍ଚ ନିର୍ଭର କରିଥାଏ । ଯଦି ଜଣେ ମାସିକ ୩୦ ହଜାର ଦରମା ପାଉଛନ୍ତି ଓ ଗୋଟିଏ ଛୋଟ ସହର କିମ୍ବା ଗାଁରେ ରହୁଛନ୍ତି ତେବେ ତାଙ୍କ ଖର୍ଚ୍ଚ ମୁମ୍ବାଇ କିମ୍ବା ଅନ୍ୟ ବଡ଼ ସହରର ଖର୍ଚ୍ଚ ତୁଳନାରେ କମ ହେବଭୁବନେଶ୍ୱରରେ ଗୋଟିଏ ପରିବାରର ଖର୍ଚ୍ଚ ଯେତିକି ମୁମ୍ବାଇରେ ସେହି ଖର୍ଚ୍ଚ ଅଧିକ ହୋଇଥାଏ । ତେଣୁ ଏହା ମଧ୍ୟ ଦେଖିବାକୁ ପଡିବ ଯେ, ୩୦ ହଜାର ଟଙ୍କା ଦରମା ପାଉଥିବା ପରିବାର କେଉଁଠି ରହୁଛନ୍ତି ।

୩. ଆବଶ୍ୟକତା ଉପରେ ମଧ୍ୟ ନଜର ରଖିବାକୁ ପଡିବ

୩୦ ହଜାର ଦରମା ପାଉଥିବା ବ୍ୟକ୍ତିଙ୍କ ଘରେ ଯଦି ବରିଷ୍ଠ ନାଗରିକ କିମ୍ବା ଶିଶୁ ରହୁଛନ୍ତି ତେବେ ସେମାନଙ୍କ ଖର୍ଚ୍ଚ ଅଧିକ ହୋଇଥାଏ । ସେହିଭଳି ଯଦି ଦୁଇ ଜଣ ସଦସ୍ୟଙ୍କ ଶିକ୍ଷା ଚାଲିଛି ତେବେ ଖର୍ଚ୍ଚ ବଢିଯାଏ । ତେଣୁ ଏହି ସବୁ ଆବଶ୍ୟକତା ଉପରେ ମଧ୍ୟ ନଜର ରଖିବାକୁ ପଡିବ ।

୪. ଆୟକାରୀ କେତେ ଜଣ ?

ଯଦି ଗୋଟିଏ ପରିବାର ମୋଟ ସଦସ୍ୟ ସଂଖ୍ୟା ୪ ଓ ଜଣଙ୍କ ଆୟ ଉପରେ ନିର୍ଭର କରିଥାଏ ପରିବାର ତେବେ ତାଙ୍କ ପାଇଁ ସଂଚୟ କରିବା କଷ୍ଟକର ହୋଇଥାଏ । କିନ୍ତୁ ଯଦି ଦୁଇ ଜଣ ଆୟ କରନ୍ତି, ତେବେ ସେମାନେ ଅଧିକ ସଂଚୟ କରିପାରିବେ

୫. ଆଗରୁ କେତେ ନିବେଶ ରହିଛି ?

ଯଦି ଜଣଙ୍କ ଦରମା ଆଗରୁ ଅଧିକ ଥିଲା କିମ୍ବା ପରିବାର ଆର୍ଥିକ ଭାବେ ଶକ୍ତ ତେବେ ସେ ଅଧିକ ସଂଚୟ କରିପାରିବେ

୬. ୩୦ ହଜାର ଦରମାର ୫ରୁ ୭ ପ୍ରତିଶତ ସଂଚୟ କରନ୍ତୁ

ଯଦି ଆପଣଙ୍କ ଦରମା ୩୦ ହଜାର ଟଙ୍କା ତେବେ ଅତିକମରେ ୫ରୁ ୭ ପ୍ରତିଶତ ସଂଚୟ କରନ୍ତୁ । ଏହି ସଂଚୟ ରାଶିକୁ ଭଲ ରିଟର୍ଣ୍ଣ ଦେଉଥିବା ଆର୍ଥିକ ସେବାରେ ନିବେଶ କରନ୍ତୁ । ଫଳରେ ଭବିଷ୍ୟତରେ ଅଧିକ ରିଟର୍ଣ୍ଣ ପାଇବେ ।

ethods to save money with an INR 30000 per monthexpenses varies in bhubaneswar and mumbaifinancial plannerfinancial planninghigh expenses in mumbaihou much savingshow you can save moneyindian cultureless expenses in bhubaneswarsalary 30k per monthSaving moneysavingstotal members in familywomens in indian familyଆର୍ଥିକ ପ୍ଲାନରଖର୍ଚ୍ଚ ତୁଳନାଦରମା ୩୦ ହଜାର ହୋଇଥିଲେପରିବାରର ଆକାରଭାରତୀୟ ପରିବାରରେ ମହିଳାଭାରତୀୟ ସଂସ୍କୃତିଭୁବନେଶ୍ୱରମୁମ୍ବାଇସଂଚୟସଂଚୟ କେତେ ହେବା ଉଚ୍ଚିତ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami