କେଉଁଠୁ ତାଲିବାନ ଆଣୁଛି ଟଙ୍କା ? କେମିତି ୨୦ ବର୍ଷ ଧରି ସୁପରପାୱାର ବିରୋଧରେ ଲଢିଲା ନିର୍ଣ୍ଣାୟକ ଯୁଦ୍ଧ ?

ଆମେରିକା ସୈନିକ ରାତିର ଅନ୍ଧାରରେ ଲୁଚିକରି ଆଫଗାନିସ୍ତାନ ଛାଡି ଚାଲିଗଲେ । ସେପ୍ଟେମ୍ବର ପୂର୍ବରୁ ଯେଉଁଭଳି ଆମେରିକା ତା’ର ସେୈନିକଙ୍କୁ ଆଫଗାନିସ୍ତାନରୁ ହଟାଇ ନେଲା ସେଥିରୁ ଜଣା ପଡୁଛି ଯେ, ଆମେରିକା ଇତିହାସର ସବୁଠାରୁ ଲମ୍ବା ଯୁଦ୍ଧ ଲଢି ହାଲିଆ ହୋଇଯାଇଥିଲା ଓ ତୁରନ୍ତ ଆଫଗାନିସ୍ତାନ ଛାଡି ଯିବାକୁ ଚାହୁଁଥିଲା । ତେବେ ଏଇଠି ଅନେକଙ୍କ ମନରେ ପ୍ରଶ୍ନ ଉଠେ ଯେ, ଆମେରିକା ଭଳି ସୁପରପାୱାରକୁ ପରାସ୍ତ କରିଥିବା ତାଲିବାନ ୨୦ ବର୍ଷ ଧରି ଯୁଦ୍ଧ ଲଢିବାକୁ କେଉଁଠାରୁ ଅର୍ଥ ପାଉଥିଲା ? କିଏ ତାକୁ ଯୁଦ୍ଧ ଲଢିବାକୁ ଅର୍ଥ ଯୋଗାଇ ଦେଉଥିଲା । ଏହି ପ୍ରଶ୍ନ ଭାରତ ପାଇଁ ଅଧିକ ଗୁରୁତ୍ୱ ରଖେ କାରଣ ହେଉଛି ତାଲିବାନର ଆଫାଗନିସ୍ତାନରେ ଶକ୍ତିଶାଳି ହୋଇ କ୍ଷମତାକୁ ଫେରିବା ଅର୍ଥ ଭାରତରେ ସକ୍ରିୟ ଥିବା ଇସଲାମିକ୍ ଆତଙ୍କବାଦୀଙ୍କ ମନୋବଳ ବୃ୍ଦ୍ଧି ପାଇବ ।

ତାଲିବାନ ପାଖରେ କେତେ ସମ୍ପତ୍ତି ?

ମାର୍ଚ୍ଚ ୨୦୨୦ରେ ତାଲିବାନ ପାଖରେ ପ୍ରାୟ ୧.୬ ଟ୍ରିଲିୟନ ସମ୍ପତ୍ତି ଥିଲା ବୋଲି କୁହାଯାଏ । ଏହା କୌଣସି ଛୋଟ ଦେଶର ମୋଟ ଆୟଠାରୁ ମଧ୍ୟ ଅଧିକ । ତାଲିବାନୀ ଧର୍ମଗୁରୁ ମୁଲ୍ଲା ମହମ୍ମଦ ଉମରର ପୁଅ ମୁଲ୍ଲା ୟାକୁବ ଏହି ଦାବି କରିଥିଲା । ନାଟୋ ରିପୋର୍ଟରେ ଏହାର ଉଲ୍ଲେଖ ରହିଛି ଓ ରେଡିଓ ଫ୍ରିୟୁରୋପରେ ଏନେଇ ରିପୋର୍ଟ ମଧ୍ୟ ପ୍ରସାରିତ ହୋଇଛି ।

ଏତେ ଟଙ୍କା ତାଲିବାନ କେଉଁଠୁ ପାଇଲା ?

ତାଲିବାନ ୧୯୯୬ରୁ ୨୦୦୦ ପର୍ଯ୍ୟନ୍ତ ଆଫଗାନିସ୍ତାନରେ କ୍ଷମତାରେ ଥିଲା । ଏହି ସମୟରେ ତାଲିବାନ ଅନେକ ସ୍ରୋତରୁ ଆୟ କରୁଥିଲା । ତେବେ ଏହା ଡ୍ରଗ୍ସ ବ୍ୟବସାୟରୁ ଅଧିକ ଆୟ କରୁଥିଲା । ମଦ ବିକ୍ରିକୁ ନିଶିଦ୍ଧ କରିଥିବା ତାଲିବାନ ଅର୍ଥ ପାଇଁ ଅନ୍ୟଦେଶକୁ ନିଶା ସାମଗ୍ରୀ ଚୋରାରେ ପଠାଉଥିଲା । ଆଫଗାନିସ୍ତାନରେ ଉତ୍ପାଦିତ ହେଉଥିବା ଅଫିମ ବିଶ୍ୱର ବିଭିନ୍ନ ଦେଶକୁ ଯାଇଥାଏ । ବିଶ୍ୱରେ ଯେତିକି ଅଫିମ ଚୋରା ଚାଲଣ ହୁଏ ତାହାର ୮୫ ପ୍ରତିଶତ ଆଫଗାନିସ୍ତାନରୁ ଯାଇଥାଏ । ଆଫଗାନିସ୍ତାନରେ ଯିଏ ଅଫିମ ଚାଷ କରେ ସେ ତାଲିବାନକୁ ଟିକସ ଦିଏ ।

ଖଣିଜ ସମ୍ପଦରୁ ଆୟ

ଆଫଗାନିସ୍ତାନରେ ପ୍ରଚୁର ପରିମାଣରେ ସୁନା, ତମ୍ବା ଓ ଜିଙ୍କ୍ ମିଳିଥାଏ । ତାଲିବାନ ଏହାକୁ ମଧ୍ୟ ବିକ୍ରି କରି ଅର୍ଥ ରୋଜଗାର କରେ । ଖଣିଜ ଦ୍ରବ୍ୟ ବିକ୍ରି କରି ତାଲିବାନ ବାର୍ଷିକ ୪୬୪ ମିଲିୟନ ଡଲାର ଆୟ କରିଥାଏ । ଖଣି ମାଲିକ ଓ କମ୍ପାନୀ ମଧ୍ୟ ତାଲିବାନକୁ ସୁରକ୍ଷା ପାଇଁ ଟ୍ୟାକ୍ସ ଦେଇଥାନ୍ତି । ତେଣିକି ଖଣି ସରକାର ନିୟନ୍ତ୍ରିତ ଅଂଚଳରେ ଥାଉ ନା କାହିଁକି ।

ଦାଦାବଟି ଓ ଟ୍ୟାକ୍ସ

ତାଲିବାନ ଟ୍ୟାକ୍ସ ନାଁରେ ପ୍ରୋଟେକ୍ସନ ମନି ଆଦାୟ କରିଥାଏ । କେବଳ ଖଣି ଉଦ୍ୟୋଗ ନୁହେଁ ମିଡିଆ, ଦୁରସଂଚାର, ବିକାଶମୁଳକ ପ୍ରକଳ୍ପ ସହ ଜଡିତ ସଂସ୍ଥାଙ୍କଠାରୁ ମଧ୍ୟ ତାଲିବାନ ପ୍ରୋଟେକ୍ସନ୍ ମନି ଆଦାୟ କରିଥାଏ । ଏପରିକି ବିଦେଶୀ ସଂସ୍ଥା ମଧ୍ୟ ତାଲିବାନକୁ ଅର୍ଥ ଦେଇଥାନ୍ତି । ଏକ ହିସାବ ଅନୁସାରେ ତାଲିବାନ ଚାଷୀଙ୍କଠାରୁ ୧୦ ପ୍ରତିଶତ ଟ୍ୟାକ୍ସ ଆଦାୟ କରେ । ଏଥିରୁ ତାଲିବାନ ବାର୍ଷିକ ୧୬ କୋଟି ଡଲାର ଆୟ କରେ ।

ତାଲିବାନକୁ ମିଳୁଛି ଗୁପ୍ତ ଫଣ୍ଡିଂ

ଦ କନଭର୍ସେସନର ଏକ ରିପୋର୍ଟ ଅନୁସାରେ ତାଲିବାନକୁ ଉପସାଗରୀୟ ମୁସଲିମ୍ ରାଷ୍ଟ୍ର ଗୁପ୍ତ ଭାବେ ଚାନ୍ଦା ଦିଅନ୍ତି । ବାର୍ଷିକ ତାଲିବାନକୁ ୨୦କୋଟି ଡଲାର ଚାନ୍ଦା ଭାବେ ମିଳିଥାଏ । ଏହାଛଡା ଇରାନ୍, ଆରବ, ପାକିସ୍ତାନ ଭଳି ଦେଶରୁ ଅନେକ ବ୍ୟକ୍ତିଗତ ଭାବେ ମଧ୍ୟ ତାଲିବାନକୁ ଚାନ୍ଦା ଦିଅନ୍ତି । ତାଲିବାନ ଏଭଳି ଚାନ୍ଦା ଭାବେ ବାର୍ଷିକ ୪ରୁ ୬ କୋଟି ଡଲାର ପାଇଥାଏ ।

୧.୬ ଟ୍ରିଲିୟନ ସମ୍ପତ୍ତି1.8 trillion assetsAfghan mujahideen commanderamerica afghan warAmerica's Afghanistan war is endingdonations to talibandrugs business talibanfunding from gulf countriesHow wealthy is the Taliban?islamic terroristsMining – $400 million to $464 millionMullah Mohammad YaqoobMullah Mohammed OmarNATO reportopium farming in afghanistanopium productionprotection moneyradio free europetalibantaliban afghanistantaliban armytaliban fundingtax moneythe conversation reportU.S. forcesU.S. forces slipped awaywhere taliban gets fundingwho is funding talibanଅଫିମଅଫିମ ଚାଷଆମେରିକା ଇତିହାସର ସବୁଠାରୁ ଲମ୍ବା ଯୁଦ୍ଧଆମେରିକା ସୈନିକଇସଲାମିକ୍ ଆତଙ୍କବାଦୀଉପସାଗରୀୟ ମୁସଲିମ୍ ରାଷ୍ଟ୍ରକେଉଁଠୁ ତାଲିବାନ ଆଣୁଛି ଟଙ୍କାଖଣିଜ ଦ୍ରବ୍ୟ ବିକ୍ରିଡ୍ରଗ୍ସ ବ୍ୟବସାୟରୁ ଅଧିକ ଆୟତାଲିବାନ ପାଖରେ କେତେ ସମ୍ପତ୍ତିତାଲିବାନକୁ ଚାନ୍ଦା ଦିଅନ୍ତିତାଲିବାନୀ ଧର୍ମଗୁରୁ ମୁଲ୍ଲା ମହମ୍ମଦ ଉମରଦ କନଭର୍ସେସନରନାଟୋ ରିପୋର୍ଟପ୍ରୋଟେକ୍ସନ ମନି ଆଦାୟବାର୍ଷିକ ୪୬୪ ମିଲିୟନ ଡଲାର ଆୟମୁଲ୍ଲା ୟାକୁବରେଡିଓ ଫ୍ରିୟୁରୋପ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami