କେନ୍ଦ୍ରକୁ ଗୃହମନ୍ତ୍ରାଳୟ ସଂସଦୀୟ କମିଟିର ପ୍ରସ୍ତାବ

ବିବାହ ଏକ ପବିତ୍ର ବନ୍ଧନ । ଏହାକୁ ବଜାୟ ରଖିବା ଆବଶ୍ୟକ । ତେଣୁ ପରକୀୟା ପ୍ରିତିକୁ ଅପରାଧ ବୋଲି ବିବେଚନା ହେଉ । କେନ୍ଦ୍ର ସରକାରଙ୍କୁ ଏଭଳି ଏକ ପ୍ରସ୍ତାବ ଦେଇଛି କେନ୍ଦ୍ର ଗୃହ ସଂସଦୀୟ କମିଟି । ଏହାର ଅର୍ଥ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ଧାରା ୪୯୭କୁ ବଜାୟ ରଖିବାକୁ ସୁପାରିଶ କରିଛି ସଂସଦୀୟ ଷ୍ଟାଣ୍ଡିଂ କମିଟି । ଏହି ପ୍ରସ୍ତାବ ସୁପ୍ରିମକୋର୍ଟ ୨୦୧୮ରେ ଦେଇଥିବା ରାୟର ବିପରୀତ । ଆଗକୁ ଶୀତକାଳୀନ ଅଧିବେଶନ ବସିବାକୁ ଯାଉଛି । ଏହା ପୂର୍ବରୁ ସରକାର ଯଦି ଏହି ପ୍ରସ୍ତାବ ଗ୍ରହଣ କରିବେ ତାହେଲେ ଆଇନରେ ପରିଣତ କରିପାରନ୍ତି ସରକାର । ଯଦି ଜଣେ ବିବାହିତା ମହିଳାଙ୍କ ଅନ୍ୟ ପୁରୁଷ ସହିତ ସମ୍ପର୍କ ଥାଏ, ଏପରି ପରିସ୍ଥିତିରେ ସ୍ୱାମୀ ବ୍ୟଭିଚାର ଆଇନ ଅନୁଯାୟୀ ସେହି ବ୍ୟକ୍ତିଙ୍କ ବିରୋଧରେ ମାମଲା ଦାୟର କରିପାରନ୍ତି ।

ବିବାହ ପରେ ପରକୀୟା ପ୍ରୀତି ଅପରାଧ ହେଉ

ସେହିଭଳି ଯଦି ଜଣେ ବିବାହିତ ପୁରୁଷ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖନ୍ତି, ତେବେ ପତ୍ନୀ ତାଙ୍କ ବିରୋଧରେ ମାମଲା ଦାୟର କରିପାରିବେ । ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୯୭ ଅନୁଯାୟୀ ଏହା ଏକ ଅପରାଧ ଥିଲା ଯେଉଁଥିରେ ଅଭିଯୁକ୍ତଙ୍କ ଉପରେ ପାଞ୍ଚ ବର୍ଷ କାରାଦଣ୍ଡ ଏବଂ ଜୋରିମାନା ବ୍ୟବସ୍ଥା ରହିଥିଲା । ଏପରି ମାମଲାରେ ମହିଳାଙ୍କ ବିରୋଧରେ କିନ୍ତୁ କୌଣସି ମାମଲା ପଞ୍ଜୀକୃତ ହୋଇ ନ ଥିଲା କିମ୍ବା ତାଙ୍କୁ ଦଣ୍ଡିତ କରିବାର ବ୍ୟବସ୍ଥା ମଧ୍ୟ ନଥିଲା । ଏବେ କିନ୍ତୁ ଯେଉଁ ପ୍ରସ୍ତାବ ଦିଆଯାଇଛି ସେଥିରେ କୁହାଯାଇଛି ମହିଳାଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ରୁଜୁ ହୋଇପାରିବ । ୨୦୧୮ ରେ ସୁପ୍ରିମକୋର୍ଟ ବ୍ୟଭିଚାର ଆଇନକୁ ଖଣ୍ଡନ କରିଥିଲେ । ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ର ଏହି ଆଇନକୁ ଅସାମ୍ବିଧାନିକ ବୋଲି କହିଥିଲେ । ବ୍ୟଭିଚାରକୁ ଅପରାଧ ବୋଲି ବିବେଚନା କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି । ଜୋସେଫ ଜ୍ୟେନିଙ୍କ ପିଆଇଏଲ ଉପରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଏହି ନିଷ୍ପତ୍ତି ନେଇଥିଲେ ।

Harsh punishment for adulteryThe proposal of the House Parliamentary Committee to the Centre
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami