ଏକ ଗ୍ୟାରେଜରୁ ଜନ୍ମ ନେଇଥିବା ଏହି ରଙ୍ଗ କମ୍ପାନୀ ଏବେ ଦେଶରେ ନମ୍ବର ୱାନ୍,ବିଦେଶୀ କମ୍ପାନୀ ଙ୍କୁ ଦେଉଛି ଟକ୍କର

୧୯୪୨ । ଦେଶରେ ଭାରତ ଛାଡ ଆନ୍ଦୋଳନ ଚାଲୁଥାଏମହାତ୍ମା ଗାନ୍ଧୀଙ୍କ କର ବା ମର ଡାକରାରେ ପୁରା ଦେଶ ବ୍ରିଟିଶ୍ ସାମ୍ରାଜ୍ୟ ବିରୋଧର ରାସ୍ତାରେ ଥିଲା । ଏହାରି ଭିତରେ ମୁମ୍ବାଇ ବା ସେତେବେଳର ବମ୍ବେର ଗୋଟିଏ ଛୋଟ ଗ୍ୟାରେଜରେ ଗୋଟିଏ ରଙ୍ଗ କମ୍ପାନୀରୁ ମୁଳଦୁଆ ପଡୁଥିଲା । ଯାହା ଆଗକୁ ଚାଲି ବଡ଼ ବଡ଼ ବ୍ରାଣ୍ଡଙ୍କୁ ଚ୍ୟାଲେଞ୍ଜ କରିବାକୁ ଯାଉଥିଲା । ସେହି କମ୍ପାନିର ନାମ ହେଉଛି ଏସିଆନ୍ ପେଣ୍ଟସସମ୍ପୂର୍ଣ୍ଣ ସ୍ୱେଦେଶୀ

ସେହି ସମୟରେ ବ୍ରିଟିଶ ରଙ୍ଗ ଆମଦାନୀ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରିଥିଲେ । ତେଣୁ ଲୋକଙ୍କ ପାଖରେ ଶାଲିମାର ପେଣ୍ଟ୍ କିମ୍ବା ମହଙ୍ଗା ବିଦେଶୀ ରଙ୍ଗ କିଣିବା ଛଡା ଅନ୍ୟକିଛି ବାଟ ନଥିଲା । ଏହି ପ୍ରତିବନ୍ଧ ଏକ ନୂଆ ବିଚାରକୁ ଜନ୍ମ ଦେଇଥିଲା । ଚମ୍ପକଲାଲ ଚୋକସି,ସୁର୍ଯ୍ୟକାନ୍ତ ଦାନୀଅରବିନ୍ଦ ବକିଲ ବ୍ୟବସାୟର ଏକ ନୂଆ କ୍ଷେତ୍ରକୁ ପ୍ରବେଶ କରିବାକୁ ଚିନ୍ତା କରିଥିଲେ । ଏସିଆନ୍ ଅଏଲ ଆଣ୍ଡ୍ ପେଣ୍ଟ୍ କମ୍ପାନୀ ପ୍ରାଇଭେଟ୍ ଲିମିଟେଡ୍ ନାମରେ ସେମାନେ ବଜାରକୁ ପ୍ରବେଶ କରିଥିଲେ ।

ଟେଲିଫୋନ୍ ଡିରେକ୍ଟ୍ରିରୁ ଆସିଥିଲା ନାମ

୭୮ ବର୍ଷର ଏହି ପୁରୁଣା କମ୍ପାନୀର ନାମ ଟେଲିଫୋନ୍ ଡିରେକ୍ଟ୍ରିରୁ ଆସିଥିଲା । ଅଂଶୀଦାରଙ୍କ ମଧ୍ୟରୁ ଜଣେ ଟେଲିଫୋନ୍ ଡିରେକ୍ଟ୍ରିରେ କୌଣସି ନମ୍ବର ଖୋଜୁଥିବା ବେଳେ ନାମ ପାଇଥିଲେ । ଆଉ କମ୍ପାନୀର ନାମ ଏସିଆନ୍ ପେଣ୍ଟ୍ ହୋଇଥିଲା ।  ଏବେ ଭାରତୀୟ ରଙ୍ଗ ବଜାରର ୫୩ ପ୍ରତିଶତ ଏସିଆନ୍ ପେଣ୍ଟ୍ ଅଧିକାରରେ ରହିଛି । ଏହା ହେଉଛି ଏସିଆର ତୃତୀୟ ବୃହତ୍ତମ ପେଣ୍ଟ୍ କମ୍ପାନୀ ।  ବିଶ୍ୱର ୧୬ ଦେଶରେ ଏସିଆନ୍ ପେଣ୍ଟ୍ ବିକ୍ରି ହୋଇଥାଏ ।  ‘ସବୁ ଘର କିଛି କହିଥାଏ’’ ବୋଲି ଏସିଆନ ପେଣ୍ଟର ବିଶ୍ୱାସ ।

ସବୁ ବଜେଟର ରଙ୍ଗ ବିକ୍ରି କରୁଥିବା ଏସିଆନ୍ ପେଣ୍ଟର ସଫଳତା ପଛରେ ଏହାର ସବୁ ବର୍ଗର ବଜେଟକୁ ଦୃଷ୍ଟି ଦେବାର ରଣନୀତି ରହିଛି । ୧୯୪୫ରେ କମ୍ପାନୀ ଦେଶବ୍ୟାପୀ ଡେଲିଭରି ସିଷ୍ଟମକୁ ଅଧିକ ସରଳ କରିବା ପାଇଁ ଟିଣ ଡବା ବଦଳରେ ଛୋଟ ପେଣ୍ଟ୍ ପ୍ୟାକେଟ୍ ତିଆରି କରିବା ଆରମ୍ଭ କରିଥିଲା । ଏହାଦ୍ୱାରା କମ୍ପାନୀ ଛୋଟ ଛୋଟ ସହରର ବ୍ୟବସାୟୀଙ୍କ ପାଖରେ ପହଂଚି ପାରିଥିଲା ।

କମ୍ପାନୀର ଏହି ରଣନୀତି ଖୁବ କାମ କରିଥିଲା । କେବଳ ଗୋଟିଏ ବର୍ଷରେ କମ୍ପାନୀ ୩ ଲକ୍ଷ ୫୦ ହଜାର ଟଙ୍କାର ବ୍ୟବସାୟ କରିଥିଲା । ୧୯୫୨ ସୁଧା କମ୍ପାନୀର ବାର୍ଷିକ ବ୍ୟବସାୟ ୨୩ କୋଟି ଟଙ୍କା ହୋଇଥିଲା ।  ସେତେବେଳେ ୨୩ କୋଟି ଟଙ୍କା ବହୁତ ବଡ ଥିଲା । 

ଏସିଆନ୍ ପେଣ୍ଟ ସହ ହାତ ମିଳାଇଥିଲେ କାର୍ଟୁନିଷ୍ଟ ଲକ୍ଷ୍ମଣ

୧୯୫୪ ମସିହାରେ ଏସିଆନ୍ ପେଣ୍ଟକୁ ସାଧରାଣ ଲୋକଙ୍କ ରଙ୍ଗ ଭାବେ ଦର୍ଶାଇବା ପାଇଁ କମ୍ପାନୀ କ୍ୟାମ୍ପେନ୍ ଆରମ୍ଭ କରିଥିଲା ।  ଏଥିପାଇଁ କମ୍ପାନୀ ମହାନ କାର୍ଟୁନିଷ୍ଟ୍ ଆର.କେ ଲକ୍ଷ୍ମଣଙ୍କ ସାହାଯ୍ୟ ନେଇଥିଲା । ଲକ୍ଷ୍ମଣ ଗଟୁ ନାମକ ଏକ ଛୋଟ ପିଲାର କାର୍ଟୁନ୍ ତିଆରି କରିଥିଲେ । ଉତ୍ତର ଭାରତ ମାର୍କେଟକୁ କବଜା କରିବା ଥିଲା ଏସିଆନ୍ ପେଣ୍ଟର ଲକ୍ଷ୍ୟ । ଏହି ଲକ୍ଷ୍ୟ ହାସଲ ପାଇଁ ଆରମ୍ଭ ହୋଇଥିଲା ଗଟୁ କ୍ୟାମ୍ପେନ୍ । କାରଣ ଗଟୁ ଥିଲା ଉତ୍ତର ଭାରତରେ ବହୁଳ ଭାବେ ବ୍ୟବହୃତ ଡାକନାମ । ଚିତ୍ରରେ ଗଟୁକୁ ଏକ ରଙ୍ଗ ବାଲଟି ଓ ବ୍ରଶ୍ ସହ ଦର୍ଶାଯାଇଥିଲା ।

ତେବେ ଗଟ୍ଟୁ ଚରିତ୍ର ନାମକରଣର କାହାଣୀ ମଧ୍ୟ ବେଶ ରୋଚକ । ଏଥିପାଇଁ ଏସିଆନ୍ ପେଣ୍ଟ୍ ଏକ ପ୍ରତିଯୋଗୀତା ଆୟୋଜନ କରିଥିଲା । ଲକ୍ଷ୍ମଣଙ୍କ କାର୍ଟୁନର ନାମକରଣ ପାଇଁ ପ୍ରତିଯୋଗୀଙ୍କଠାରୁ ଉତ୍ତର ଆହ୍ୱାନ କରାଯାଇଥିଲା । ୪୭ ହଜାର ଲୋକ ଏଥିରେ ଭାଗ ନେଇଥିଲେ । ବମ୍ବେର ଦୁଇ ଜଣ ବ୍ୟକ୍ତି ଗଟ୍ଟୁ ନାମ ଦେବାକୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରତିଯୋଗୀତା ଦ୍ୱାରା କମ୍ପାନୀ ଦୁଇଟି ଫାଇଦା ପାଇଥିଲା । ପ୍ରଥମତଃ ଲୋକଙ୍କ ମଧ୍ୟରେ ଏହି ରହସ୍ୟମୟ ପିଲାକୁ ନେଇ ଉତ୍ସୁକତା ଜାଗିଥିଲା ଓ ଦ୍ୱିତୀୟରେ ଲକ୍ଷ୍ମଣ କାର୍ଟୁନ୍ ତିଆରି କରିଛନ୍ତି ବୋଲି ସେମାନେ ଜାଣିଥିଲେ । ଯାହା କମ୍ପାନୀର ପ୍ରଚାର କରିଥିଲା ।

ଗଟ୍ଟୁ ବନିଥିଲା ଶସ୍ତା ରଙ୍ଗର ଚେହେରା

ଗଟ୍ଟୁ ଖୁବଶୀଘ୍ର ଏକ ଶସ୍ତା ରଙ୍ଗର ଚେହେରା ବନିଗଲା । ମଧ୍ୟବିତ୍ତ ପରିବାର ନିଜ ଘରକୁ ଗଟ୍ଟୁ ରଙ୍ଗରେ ରଙ୍ଗାଇଥିଲେ କାରଣ ଏହା ଶସ୍ତା ଥିଲାବଜାରରେ ପରିଚିତ  ଥିଲା । ଗଟ୍ଟୁର ଟାଗ ଲାଇନ୍ ଥିଲା ଡୋଣ୍ଟ୍ ଲୁଜ୍ ୟୋର ଟେମ୍ପର, ୟୁଜ୍ ଟ୍ରାକ୍ଟର ଡିଷ୍ଟ୍ରେମ୍ପର ଅର୍ଥାତ ଧୈର୍ଯ୍ୟ ହରାନ୍ତୁ ନାହିଁ ଟ୍ରାକ୍ଟର ଡିଷ୍ଟ୍ରେମ୍ପର ବ୍ୟବହାର କରନ୍ତୁ । ଗଟ୍ଟୁ ଆଡ୍ କ୍ୟାମ୍ପନ୍ ଦୁଇ ବର୍ଷ ମଧ୍ୟରେ ବିକ୍ରି ୪ ଗୁଣ ବଢାଇ ଦେଇଥିଲା ।

Gattu Campaign

୧୯୬୭ ମସିହାରେ ଏସିଆନ ପେଣ୍ଟସ ଦେଶର ଅଗ୍ରଣୀ ରଙ୍ଗ କମ୍ପାନୀ ଭାବେ ଉଭା ହୋଇଥିଲା । ବଜାରରେ ଏହାର କୌଣସି ପ୍ରତିଦ୍ୱନ୍ଦ୍ୱୀ ନଥିଲେ । ୧୯୬୮ ମସିହାରେ ଏହା ଫିଜିରେ ନିଜର ପ୍ରଥମ ପ୍ଲାଣ୍ଟ୍ ଖୋଲିଥିଲା ୨୦୦୪ରେ ଏସିଆନ୍ ପେଣ୍ଟସ ଫୋର୍ବସର ବେଷ୍ଟ୍ ଅଣ୍ଡର ବିଲିୟନ କମ୍ପାନୀ ଇନ୍ ଦି ୱାର୍ଲଡ ତାଲିକାରେ ସାମିଲ ହୋଇଥିଲା । ସେହି ବର୍ଷ ଏହାକୁ ମଧ୍ୟ ବ୍ରିଟିଶ ସେଫ୍ଟି କାଉନସିଲ୍ ଦ୍ୱାରା ସୋର୍ଡ୍ ଅଫ୍ ଅନର ସମ୍ମାନ ମିଳିଥିଲା ।

ସ୍ୱାଧିନତାର କେଇ ବର୍ଷ ଆଗରୁ ଯେଉଁ ସବୁ କମ୍ପାନୀ ଜନ୍ମ ନେଇଥିଲେ ସେମାନଙ୍କ ମଧ୍ୟରୁ ମାତ୍ର ହାତ ଗଣତି ଏବେ ସକ୍ରୀୟ ଅଛନ୍ତି । ସେହି ହାତ ଗଣତି କମ୍ପାନୀଙ୍କ ମଧ୍ୟରୁ ଏସିଆନ୍ ପେଣ୍ଟସ ଗୋଟିଏ । ଯାହା କୁହେ ସ୍ୱେଦଶୀ ବି ବିଦେଶୀକୁ ଟକ୍କର ଦେଇ ପାରିବ

Asian PaintsCartoonist R.K LaxmanColour CompanyGattu campaignଅରବିନ୍ଦ ବକିଲଏସିଆନ୍ ଅଏଲ ଆଣ୍ଡ୍ ପେଣ୍ଟ୍ କମ୍ପାନୀ ପ୍ରାଇଭେଟ୍ ଲିମିଟେଡ୍ଏସିଆନ୍ ପେଣ୍ଟସଏସିଆର ତୃତୀୟ ବୃହତ୍ତମ ପେଣ୍ଟ୍ କମ୍ପାନୀଗଟୁ କ୍ୟାମ୍ପେନ୍ଚମ୍ପକଲାଲ ଚୋକସିଟେଲିଫୋନ୍ ଡିରେକ୍ଟ୍ରିଡୋଣ୍ଟ୍ ଲୁଜ୍ ୟୋର ଟେମ୍ପରଫୋର୍ବସବେଷ୍ଟ୍ ଅଣ୍ଡର ବିଲିୟନ କମ୍ପାନୀ ଇନ୍ ଦି ୱାର୍ଲଡବ୍ରିଟିଶ ସେଫ୍ଟି କାଉନସିଲ୍ଭାରତ ଛାଡ ଆନ୍ଦୋଳନମହଙ୍ଗା ବିଦେଶୀ ରଙ୍ଗମହାନ କାର୍ଟୁନିଷ୍ଟ୍ ଆର.କେ ଲକ୍ଷ୍ମଣଙ୍କୟୁଜ୍ ଟ୍ରାକ୍ଟର ଡିଷ୍ଟ୍ରେମ୍ପରରଙ୍ଗ କମ୍ପାନୀଶାଲିମାର ପେଣ୍ଟ୍ସମ୍ପୂର୍ଣ୍ଣ ସ୍ୱେଦେଶୀସୁର୍ଯ୍ୟକାନ୍ତ ଦାନୀସୋର୍ଡ୍ ଅଫ୍ ଅନର
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami