ସ୍ୱାଧିନ ବଲୁଚିସ୍ତାନ ପାଇଁ ପୁଣି ତେଜିଲା ଆନ୍ଦୋଳନ, କ’ଣ ପାଇଁ ପାକିସ୍ତାନକୁ ଏତେ ଘୃଣା କରନ୍ତି ବଲୁଚି ?

ସ୍ୱାଧିନ ବଲୁଚିସ୍ତାନ ପାଇଁ ଆନ୍ଦୋଳନ ପୁଣି ଜୋରଦାର ହୋଇଛି । ପାକିସ୍ତାନରୁ ଅଲଗା ହୋଇ ସ୍ୱାଧିନ ହେବା ପାଇଁ ଏହି ଦାବି ପାଖାପାଖି ୭ ଦଶକ ପୁରୁଣା । ନିକଟରେ ରବିବାର ଦିନ ବ୍ରିଟିଶ ସଂସଦ ବାହାରେ ବଲୁଚି ସ୍ୱାଧିନ ବଲୁଚିସ୍ତାନ ଦାବିରେ ବିକ୍ଷୋଭ କରିଥିଲେ । ବଲୁଚିସ୍ତାନ ପାକିସ୍ତାନର ଏକ ପ୍ରଦେଶ ହୋଇଥିଲେ ମଧ୍ୟ ବଲୁଚି ନିଜକୁ ପାକିସ୍ତାନର ଅଙ୍ଗ ବୋଲି ମାନନ୍ତି ନାହିଁ । ସେମାନଙ୍କ ଅନୁସାରେ ବଲୁଚିସ୍ତାନକୁ ପାକିସ୍ତାନ ବଳପୂର୍ବକ ନିଜ ଅଧିକାରରେ ରଖିଛି ।

ସ୍ୱାଧିନ ବଲୁଚିସ୍ତାନ

୧୯୪୭ ଅଗଷ୍ଟ ୧୪ ତାରିଖ ଦିନ ପାକିସ୍ତାନ ଅସ୍ଥିତ୍ୱକୁ ଆସିଥିଲା । ସେହି ସମୟରେ ବଲୁଚିସ୍ତାନ ସ୍ୱାଧିନ ରାଷ୍ଟ୍ର ଥିଲା । ବଲୁଚିସ୍ତାନ ଭାରତ କିମ୍ବା ପାକିସ୍ତାନରେ ସାମିଲ ନହୋଇ ଅଲଗା ରହିବାକୁ ନିଷ୍ପତି ନେଇଥିଲା । ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲି ଜିନ୍ନା ମଧ୍ୟ ବଲୁଚିସ୍ତାନର ସ୍ୱାଧିନତାକୁ ସ୍ୱିକୃତୀ ଦେଇଥିଲେ । କିନ୍ତୁ ଅଚାନକ ୧୯୪୮ ମସିହାରେ ବଲୁଚିସ୍ତାନ ଉପରେ ଆକ୍ରମଣ କରି ପାକିସ୍ତାନ ତାକୁ ନିଜ ଅଧିକାରକୁ ନେଇଥିଲା । ବଲୁଚିସ୍ତାନ୍ ଭଳି ପାକିସ୍ତାନ ସେହି ବର୍ଷ କାଶ୍ମୀର ଉପରେ ମଧ୍ୟ ଆକ୍ରମଣ କରିଥିଲା ।

ବଲୁଚିସ୍ତାନର ଆକାର

ବଲୁଚିସ୍ତାନ ଆକାରରେ ପାକିସ୍ତାନର ଅର୍ଧେକ । ପାକିସ୍ତାନର ବାକି ସବୁ ପ୍ରଦେଶଙ୍କୁ ମିଶାଇଲେ ମୋଟ କ୍ଷେତ୍ରଫଳର ୫୫ ପ୍ରତିଶତ ହେଉଥିବା ବେଳେ ଏକାକୀ ବଲୁଚିସ୍ତାନ ପାକିସ୍ତାନ କ୍ଷେତ୍ରଫଳର ୪୫ ପ୍ରତିଶତ । ବଲୁଚିସ୍ତାନ ଆକାର ଦୃଷ୍ଟିରୁ ପାକିସ୍ତାନର ସବୁଠାରୁ ବଡ ରାଜ୍ୟ ହୋଇଥିଲେ ମଧ୍ୟ ଏହି ପ୍ରଦେଶରେ ପାକିସ୍ତାନ ଜନସଂଖ୍ୟାର ମାତ୍ର ୬ ପ୍ରତିଶତ ରୁହନ୍ତି । କିନ୍ତୁ ଖଣିଜ ଦ୍ରବ୍ୟ ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସାମରିକ ଦୃଷ୍ଟିକୋଣରୁ ପାକିସ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ

ଆରବ ସାଗର କୂଳରେ ଅବସ୍ଥିତ ବଲୁଚିସ୍ତାନ ପାକିସ୍ତାନ ପାଇଁ ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ଏହା ଇରାନର ପୂର୍ବ ଦିଗରେ ଓ ଆଫଗାନିସ୍ତାନର ଦକ୍ଷିଣ ଦୀଗରେ ଅବସ୍ଥିତକତ୍ତର, ଇରାନ କିମ୍ବା ତୁର୍କମେନିସ୍ତାନରୁ କୌଣସି ଗ୍ୟାସ ପାଇପ୍ ଲାଇନ ଆସିଲେ ବଲୁଚିସ୍ତାନ ଦେଇ ହିଁ ଯିବ ।

ଚୀନର ଶୋଷଣ

ପାକିସ୍ତାନ ବଲୁଚିସ୍ତାନର ପ୍ରାକୃତିକ ସମ୍ପଦର ଶୋଷଣ ପଂଜାବୀଙ୍କ ଲାଭ ପାଇଁ କରୁଛି ବୋଲି ସାଧାରଣ ବଲୁଚିଙ୍କ ଅଭିଯୋଗ । ଚୀନ କମ୍ପାନୀଙ୍କୁ ପାକିସ୍ତାନ ଏଠାରେ କାର୍ଯ୍ୟ କରିବାକୁ ଅନୁମତି ଦେଇଛି । ଚୀନ ବିରୋଧରେ ବଲୁଚିଙ୍କ ଅଭିଯୋଗ ଯେ, ଚୀନ ସେମାନଙ୍କ ଶୋଷଣ କରୁଛି ।

ବଲୁଚ୍ ବିଦ୍ରୋହର ଇତିହାସ

ପାକିସ୍ତାନ ବିରୋଧରେ ବଲୁଚିସ୍ତାନର ବିଦ୍ରୋହର ଲମ୍ବା ଇତିହାସ ରହିଛି । ଏହାକୁ ତିନି ଭାଗର ବିଭକ୍ତ କରାଯାଏ । ପ୍ରଥମ ବିଦ୍ରୋହ ୧୯୪୮ରେ ପାକିସ୍ତାନର ଆକ୍ରମଣ ପରେ ତୁରନ୍ତ ଆରମ୍ଭ ହୋଇଥିଲା । ତେବେ ପାକିସ୍ତାନ ଏହାକୁ ଦବାଇବାରେ ସଫଳ ହୋଇଥିଲା । ଏହାପରେ ଦ୍ୱିତୀୟ ବିଦ୍ରୋହ ୧୯୭୦ ଦଶକରେ ଆରମ୍ଭ ହୋଇଥିଲା । ଏହି ସମୟରେ ପାକିସ୍ତାନ ଯେଉଁ ବଲୁଚିସ୍ତାନକୁ ନିଜର ବୋଲି ଦାବି କରୁଛି, ତା ଉପରେ ବିମାନରୁ ବୋମା ବର୍ଷଣ କରିଥିଲା । ନିଜ ଦେଶର ନାଗରିକଙ୍କ ଉପରେ ଆକାଶ ମାର୍ଗରୁ ବୋମା ବିସ୍ଫୋରଣର ଏହା ବିରଳ ଘଟଣା ଥିଲା ।ବାଂଲାଦେଶ ସ୍ୱାଧିନତା ଆନ୍ଦୋଳନ ଦ୍ୱାରା ପ୍ରେରିତ ହୋଇ ଆରମ୍ଭ ହୋଇଥିବା ଏହି ଦ୍ୱିତୀୟ ବଲୁଚ୍ ବିଦ୍ରୋହ କିନ୍ତୁ ବିଫଳ ହୋଇଥିଲା । ଏହାର ୩୬ ବର୍ଷ ପରେ ୨୦୦୬ରେ ତୃତୀୟ ବିଦ୍ରୋହ ଆରମ୍ଭ ହୋଇଥିଲା ।

ଜନଜାତି ନେତାଙ୍କ ଦବଦବା

ବଲୁଚିସ୍ତାନରେ ଆଦିବାସୀ ନେତାଙ୍କ ଦବଦବା ରହିଛି । ଏହି ନେତା ମାନେ ହିଁ ପାକିସ୍ତାନ ବିରୋଧ ବିଦ୍ରୋହର ନେତୃତ୍ୱ ନିଅନ୍ତି । ପାକିସ୍ତାନର ଅଭିଯୋଗ ଯେ, ଭାରତ ଏହି ବିଦ୍ରୋହୀଙ୍କ ସାହାଯ୍ୟ କରୁଛି । ପ୍ରଧାନମନ୍ତ୍ରୀ ଭାବେ ନିଜ ପ୍ରଥମ ଇନିଂସ କାଳରେ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ବଲୁଚିସ୍ତାନ ପ୍ରସଙ୍ଗ ଉଠାଇଥିଲେ । ମୋଦିଙ୍କ ଏଭଳି ସମ୍ମୁଖ ଆକ୍ରମଣ ପାକିସ୍ତାନକୁ ଚମକାଇ ଦେଇଥିବା ବେଳେ ବଲୁଚଙ୍କୁ ନୂଆ ଆଶା ଦେଇଥିଲା । ଏବେ ମଧ୍ୟ ବଲୁଚ ଭାରତ ସମର୍ଥନ ଆଶା ରଖନ୍ତି ।

afghanistanbaloch attack on pakistan armyBalochis stage protests in Germanybalochistanbalochistan freedom fightersbalochistan freedom movementbalochistan independence daybalochistan liberation armybalochistan liberation frontbalochsbalochs wants freedom from pakistanchina exploits balochistanchinese investmentsfree balochistan movementindependent balochistan movementIranian occupationmohammad ali jinnahpakistan atrocities on balochistanpakistan attacks balochistanprotest before british parliamentTerrorism in Balochistanଚୀନ କମ୍ପାନୀଚୀନର ଶୋଷଣନରେନ୍ଦ୍ର ମୋଦିପାକିସ୍ତାନପାକିସ୍ତାନରୁ ଅଲଗାପ୍ରାକୃତିକ ସମ୍ପଦର ଶୋଷଣବଲୁଚ ଭାରତ ସମର୍ଥନବଲୁଚିସ୍ତାନ ସ୍ୱାଧିନ ରାଷ୍ଟ୍ରବଲୁଚିସ୍ତାନର ଆକାରବଲୁଚ୍ ବିଦ୍ରୋହର ଇତିହାସବ୍ରିଟିଶ ସଂସଦ ବାହାରେ ବଲୁଚିମହମ୍ମଦ ଅଲ୍ଲି ଜିନ୍ନାସ୍ୱାଧିନ ବଲୁଚିସ୍ତାନ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami