ମହିଳାଙ୍କ ପାଇଁ ତାଲିବାନର ତାଲିକା : ଆତଙ୍କ ଭିତରେ ଜିଉଁଛନ୍ତି ଆଫଗାନିସ୍ତାନୀ ମହିଳା

ଆଫଗାନିସ୍ତାନରେ ପୁଣିଥରେ ତାଲିବାନ କ୍ଷମତାକୁ ଆସିବାର ଆଶଙ୍କା କରାଯାଉଛି । ତାଲିବାନ ତା’ କବଜାରେ ଦେଶର ୮୫ ପ୍ରତିଶତ ଅଂଚଳ ଥିବା ଦାବି କରୁଛି । ତାଲିବାନର ପୁଣିଥରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନର ଅର୍ଥ କଠୋର ଇସଲାମିକ୍ ଆଇନ କାନୁନ । ଯାହାର ସ୍ୱାଦ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନ ଚାଖିଥିଲା । ତାଲିବାନର ପ୍ରଥମ ଶାସନ କାଳରେ ଆଫଗାନିସ୍ତାନ ଦେଖିଥିଲା ମଧ୍ୟଯୁଗୀୟ ଶାସନ ବ୍ୟବସ୍ଥା ସରିୟତ ଲାଗୁ କରି ନିଜକୁ ପୁତ ପବିତ୍ର ଇସଲାମିକ୍ ରାଷ୍ଟ୍ର ଭାବେ ଦେଖାଇବାକୁ ଚାହିଁଥିଲା ତାଲିବାନ । ଏହି କାଳରେ ଆଫଗାନୀ ସମାଜର ମହିଳା ମାନେ ସର୍ବାଧିକ ପ୍ରଭାବିତ ହୋଇଥିଲେ । ଏବେ ପୁଣିଥରେ ତାଲିବାନ କବଜାରେ ଆଫଗାନୀ ମହିଳା ସେହି ଦିନକୁ ଫେରିଯିବେ ବୋଲି ଆଶଙ୍କା କରାଯାଉଛି ।

ତାଲିବାନ ଅନୁସାରେ ମହିଳା ଘର ମଧ୍ୟରେ ରହିବାକୁ ବାଧ୍ୟ । ମହିଳା କ’ଣ ପିନ୍ଧିବେ, କେବେ ବାହାରକୁ ଯିବେ ଓ କେମିତି କାହା ସାଙ୍ଗରେ ବାହାରକୁ ଯାଇ ପାରିବେ ସେ ନେଇ ନିୟମ ରହିଛି । ଆସନ୍ତୁ ଜାଣିବା ତାଲିବାନ କେମିତି ମହିଳାଙ୍କ ସ୍ୱାଧିନତାକୁ କ୍ଷୁର୍ଣ୍ଣ କରିଥାଏ ।

ଘରୁ ଏକୁଟିଆ ବାହାରିବା ପ୍ରତିବନ୍ଧିତ

ତାଲିବାନର ତାଲିକା ବେସ ଲମ୍ବା । ମହିଳାଙ୍କୁ କେମିତି ଦମନ କରି ରଖାଯିବ ସେନେଇ ତାଲିବାନ ଅନେକ ନିୟମ କରିଛି । କୁହାଯାଉଛି ଯେ, ମହିଳାଙ୍କୁ ନେଇ ତାଲିବାନର ୪୦ ନିୟମ ରହିଛି । ଏଭଳି ନିୟମ ଆଧୁନିକ ସମାଜକୁ ଚକିତ ଓ ବିସ୍ମିତ କରିବ । ଏହି ନିୟମ ଅନୁସାରେ ମହିଳାଙ୍କ ପକ୍ଷରେ ସାର୍ବଜନିକ ସ୍ଥାନରେ ମସ୍ତି, ମଜା କରିବା ଇସଲାମ ବିରୋଧୀ । ତାଲିବାନ ଅନୁସାରେ ମହିଳା ଘର ଛା଼ଡି ବାହାରେ କାମ କରିବା ଅନୁଚିତ । ତେଣୁ ତାଲିବାନ ମହିଳାଙ୍କ ବାହାରେ କାମ କରିବା ଉପରେ ପ୍ରତିବନ୍ଧକ ଲଗାଏ । ଏହା ସହ ତାଲିବାନ ଅନୁସାରେ ଜଣେ ମହିଳା ନିଜ ସ୍ୱାମୀ କିମ୍ବା ଭାଇ ସହ ହିଁ ବାହାରକୁ ଯାଇ ପାରିବେ । ତାଲିବାନ ଶାସନରେ ମହିଳାଙ୍କ ପୋଷାକ କଥା ନକହିବା ଭଲ । ତାଲିବାନ ଅନୁସାରେ ମହିଳା ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଘୋଡାଇ ରହିବା ଉଚିତ । ବିନା ବୁର୍ଖାରେ ମହିଳା ବାହାରେ ଧରାପଡିଲେ ବେତ ମାଡର ବ୍ୟବସ୍ଥା ରହିଛି ।

ମେକ୍ ଅପ୍ କରି ପାରିବେ ନାହିଁ

Revolutionary Association of the Women of Afghanistan ୱେବସାଇଟରେ ମଧ୍ୟ ତାଲିବାନ ତରଫରୁ ମହିଳାଙ୍କ ଉପରେ ଲଗା ଯାଇଥିବା ପ୍ରତିବନ୍ଧକ ବାବଦରେ ଉଲ୍ଲେଖ ରହିଛି । ତାଲିବାନ ନିୟମ ଅନୁସାରେ ମହିଳା ବାହାରକୁ ଯାଇ ପାରିବେ ନାହିଁ କିମ୍ବା କୌଣସି ଦୋକାନରୁ କିଛି ମଧ୍ୟ କିଣି ପାରିବେ ନାହିଁ । ମହିଳାଙ୍କ ଚିକିତ୍ସା କେବଳ ମହିଳା ଡାକ୍ତର ହିଁ କରିପାରିବେ । ସେମାନେ ପୁରୁଷ ଡାକ୍ତରଙ୍କ ପାଖକୁ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଯାଇ ପାରିବେ ନାହିଁ । କେବଳ ଏତିକି ନୁହେଁ ୱେବସାଇଟ୍ ଅନୁସାରେ ତାଲିବାନ ମହିଳାଙ୍କ ମେକ୍ ଅପ୍ ସାମଗ୍ରୀ କିଣିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥାଏ । ତାଲିବାନ ଶାସନରେ ମହିଳାଙ୍କୁ ମେକ ଅପ୍ ନେବାରୁ ନିବୃତ କରାଯାଏ । ଏହା ସହିତ ତାଲିବାନ ମହିଳା ଓ ପୁରୁଷଙ୍କ ହାତ ମିଳାଇବାକୁ ମଧ୍ୟ ଇସଲାମ ବିରୋଧୀ ବୋଲି ଘୋଷଣା କରିଛି ।

ହାଇ ହିଲ୍ ବ୍ୟାନ୍

ତାଲିବାନ ଶାସନରେ ମହିଳାଙ୍କ ହାଇ ହିଲ୍ ପିନ୍ଧିବା ଉପରେ ପ୍ରତିବନ୍ଧକ ଥିଲା । ତେଣୁ ଆଗକୁ ଯଦି ତାଲିବାନ ପୁଣିଥରେ କ୍ଷମତାକୁ ଫେରେ ତେବେ ସେହି ନିୟମ ଅନୁସାରେ ଆଫଗାନୀ ମହିଳା ଆଉ ହାଇ ହିଲ୍ ପିନ୍ଧି ପାରିବେ ନାହିଁ । ଏହା ସହିତ ବାଇକ୍, ସାଇକେଲ ଚଳାଇବା କିମ୍ବା କୌଣସି କ୍ରୀଡାରେ ମହିଳା ଅଂଶ ଗ୍ରହଣ କରିବା ମଧ୍ୟ ତାଲିବାନ ଶାସନରେ ବ୍ୟାନ୍ । ଏହା ସହିତ ନଦୀରେ ମହିଳା କପଡା ଧୋଇବା, ବାଲକୋନିରେ ଛିଡା ହେବା କିମ୍ବା ଝରକାରୁ ବାହାରକୁ ଦେଖିବା ମଧ୍ୟ ପ୍ରତିବନ୍ଧିତ । ମହିଳାଙ୍କ ଫଟୋ ଉଠାଇବା ଉପରେ ମଧ୍ୟ ପ୍ରତିବନ୍ଧକ ରହିଛି ।

ଗୀତ ଶୁଣିବା ଉପରେ ବ୍ୟାନ୍

ତାଲିବାନ ଶାସନରେ ଗୀତ ଶୁଣିବା ଉପରେ ବ୍ୟାନ ଲାଗିଥିଲା । ମହିଳା ଓ ପୁରୁଷ କେହି ମଧ୍ୟ ଗୀତ ଶୁଣି ପାରିବେ ନାହିଁ ବୋଲି ସେତେବେଳେ ତାଲିବାନ ଆଇନ କରିଥିଲା । ପୁଣି କ୍ଷମତାକୁ ଫେରିଲେ ସେହି ଆଇନ ଫେରିବ ଏଥିରେ ସନ୍ଦେହ ନାହିଁ । ଏହା ସହିତ ପୁରୁଷଙ୍କ ଦାଢିକୁ ନେଇ ମଧ୍ୟ ତାଲିବାନର ନିୟମ ରହିଛି । ଏକ ନିର୍ଦ୍ଦିଷ୍ଟ ଲମ୍ବର ଦାଢି ନରଖିଲେ ପୁରୁଷଙ୍କୁ ଦଣ୍ଡିତ ହେବାକୁ ପଡେ ।

afghan womenafghanistanagainst islambanned women from working outsideDark days return for Afghan womenhigh heels bannedislamic countryislamic lawlistening songsmedieval rulemens moustacheno make-ups for womenpunishmentsRevolutionary Association of the Women of AfghanistanShariat and Muslim Personal Lawtalibantaliban controltaliban ruleswear burkhaswomen freedom in afghanistanଆଫଗାନିସ୍ତାନଆଫଗାନୀ ମହିଳାଇସଲାମ ବିରୋଧୀଇସଲାମିକ୍ ରାଷ୍ଟ୍ରକଠୋର ଇସଲାମିକ୍ ଆଇନ କାନୁନଗୀତ ଶୁଣିବା ଉପରେ ବ୍ୟାନତାଲିବାନତାଲିବାନ ନିୟମଦଣ୍ଡିତପୁରୁଷଙ୍କ ଦାଢିକୁବାହାରେ କାମ କରିବା ଅନୁଚିତବୁର୍ଖାରେ ମହିଳାମଧ୍ୟଯୁଗୀୟ ଶାସନମହିଳାଙ୍କ ସ୍ୱାଧିନତାମେକ୍ ଅପ୍ ସାମଗ୍ରୀସରିୟତହାଇ ହିଲ୍ ପିନ୍ଧିବା
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami