ଡ୍ରୋନ୍ କେମିତି କାମ କରେ ? ଭାରତରେ ଏହାକୁ ନେଇ କ’ଣ ରହିଛି ଗାଇଡ୍ ଲାଇନ୍ ?

ଜମ୍ମୁକାଶ୍ମୀରରେ ନିକଟରେ ଜମ୍ମୁ ବିମାନଘାଟି ଉପରେ ଦୁଇଟି ଡ୍ରୋନ୍ ଦ୍ୱାରା ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ପଛରେ ପାକ୍ ସମର୍ଥିତ ଆତଙ୍କବାଦୀ ସଂଗଠନଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଡ୍ରୋନ୍ ଦ୍ୱାରା ଭାରତୀୟ ସୁରକ୍ଷା ବାହିନୀଙ୍କ ଉପରେ ଆକ୍ରମଣର ଏହା ହେଉଛି ପ୍ରଥମ ଘଟଣା । ଏଭଳି ଆକ୍ରମଣ ୨୦୧୯ରୁ ୟମନରେ ଆରମ୍ଭ ହୋଇଛି । କିନ୍ତୁ ଭାରତ ପାଇଁ ଏହାଥିଲା ପ୍ରଥମ । ଏହି ଆକ୍ରମଣ ପରେ ଭାରତରେ ଡ୍ରୋନ୍ ବ୍ୟବହାରକୁ ନେଇ ବିତର୍କ ଆରମ୍ଭ ହୋଇଛି । ତେବେ ଡ୍ରୋନ୍ କ’ଣ ? ଏହା କେମିତି କାମ କରିଥାଏ ? ଭାରତରେ ଏହାକୁ ନେଇ କଣ ନିୟମ ରହିଛି ? ଏହି ସବୁ ପ୍ରଶ୍ନ ଆପଣଙ୍କ ମନକୁ ମଧ୍ୟ ଆସୁଥିବ । ଆସନ୍ତୁ ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବା..

1) ଡ୍ରୋନ୍ କ’ଣ ?

ଡ୍ରୋନକୁ UAV ଅର୍ଥାତ Unmanned aerial vehicles या RPAS( Remotely Piloted Aerial Systems) ବୋଲି ମଧ୍ୟ କୁହାଯାଇଥାଏ । ଏହା ଏଭଳି ଗୋଟିଏ ଉପକରଣ ଯେଉଁଥିରେ ଏଚଡି କ୍ୟାମେରା ଲାଗିଥାଏ । ଏଥିରେ ମଧ୍ୟ ଅନବୋର୍ଡ୍ ସେନ୍ସର ଓ ଜିପିଏସ୍ ଲାଗିଥାଏ । ଏହାକୁ ଏକ ସଫ୍ଟୱେୟାର ଦ୍ୱାରା ଭୂପୃଷ୍ଠରୁ ନିୟନ୍ତ୍ରଣ କରାଯାଇଥାଏ । ଡ୍ରୋନର ଚାରିପଟେ ୪ଟି ରୋଟର୍ସ ଲାଗିଥାଏ । ଯାହା ସାହାଯ୍ୟରେ ଏହା ଉଡିଥାଏ । ଗୋଟିଏ ଡ୍ରୋନର ଓଜନ ୨୫୦ ଗ୍ରାମରୁ ୧୫୦ କିଲୋ ହୋଇପାରେ ।

2) କେମିତି ଅପରେଟ୍ ହୋଇଥାଏ ଡ୍ରୋନ୍ ?

ଡ୍ରୋନ୍ ଉଡାଇବା ପାଇଁ ସଫ୍ଟୱାର, ଜିପିଏସ୍ ଓ ରିମୋଟ ଆବଶ୍ୟକ ହୋଇଥାଏ । ରିମୋଟ୍ ଜରିଆରେ ହିଁ ଏହାକୁ ଅପରେଟ୍ ଓ ନିୟନ୍ତ୍ରଣ କରାଯାଇଥାଏ । ଡ୍ରୋନରେ ଲାଗିଥିବା ରୋଟର୍ସର ଗତିକୁ ରିମୋଟରେ ଥିବା ଜୟଷ୍ଟିକ୍ ଦ୍ୱାରା ନିୟନ୍ତ୍ରଣ କରାଯାଇଥାଏ । ଅନ୍ୟପକ୍ଷରେ ଜିପିଏସ ଡ୍ରୋନର ସୁରକ୍ଷା କବଚ ହୋଇଥାଏ । କୌଣସି ପ୍ରକାରର ଦୁର୍ଘଟଣା ପୂର୍ବରୁ ଜିପିଏସ୍ ଅପରେଟକୁ ସତର୍କ କରାଇଥାଏ । ଜିପିଏସ୍ ଜରିଆରେ ହିଁ ଡ୍ରୋନ୍ ଉଡିଥାଏ । ଉଡିବା ପାଇଁ ଏହା ଖୋଲା ସ୍ଥାନ ଆବଶ୍ୟକ କରିଥାଏ ।

3) ଡ୍ରୋନକୁ କେଉଁଠି ଓ କ’ଣ ପାଇଁ ବ୍ୟବହାର କରାଯାଇଥାଏ ?

୧୯୯୧ର ଉପସାଗରୀୟ ଯୁଦ୍ଧ କାଳରେ ଆମେରିକା ପ୍ରଥମ ଥର ପାଇଁ ଇରାକ ଉପରେ ଆକ୍ରମଣ କରିବାକୁ ଡ୍ରୋନ୍ ବ୍ୟବହାର କରିଥିଲା । ତେବେ ବର୍ତ୍ତମାନ ଏହାର ବ୍ୟବହାର ନିମ୍ନଲିଖିତ କ୍ଷେତ୍ରରେ ହୋଇଥାଏ……

  • ଇ-କମର୍ସ ସାମାନ ଡେଲିଭରି
  • ଫଟୋ ଉଠାଇବା ପାଇଁ
  • ଭିଡିଓ ସୁଟ୍ ପାଇଁ
  • ଜାତୀୟ ରାଜପଥ ମ୍ୟାପିଂ ପାଇଁ
  • ରେଳ ଲାଇନ୍ ମ୍ୟାପିଂ
  • ଜଙ୍ଗଲ ନିରିକ୍ଷଣ ପାଇଁ
  • କୃଷି ସମ୍ବନ୍ଧିତ କାର୍ଯ୍ୟ ପାଇଁ

4) ଡ୍ରୋନ୍ କେତେ ପ୍ରକାରର ?

  • ନାନୋ ଡ୍ରୋନ୍- 250 ଗ୍ରାମ୍
  • ମାଇକ୍ରୋ ଡ୍ରୋନ୍- 250ରୁ ଦୁଇକିଲୋ ଓଜନ
  • ମିନି ଡ୍ରୋନ୍- ଦୁଇ କିଲୋରୁ 25 କିଲୋ
  • କ୍ଷୁଦ୍ର ଡ୍ରୋନ୍- 25 କିଲୋରୁ 150 କିଲୋ
  • ବଡ ଡ୍ରୋନ୍- 150 କିଲୋରୁ ଅଧିକ

5) ଦେଶରେ ଡ୍ରୋନକୁ ନେଇ କ’ଣ ରହିଛି ଗାଇଡଲାଇନ୍ ?

ଦେଶରେ ବେସାମିରକ ବିମାନ ଚଳାଚଳ ବିଭାଗ ଡ୍ରୋନ୍ ଉଡାଇବା ଉପରେ ଅନେକ ପ୍ରତିବନ୍ଧକ ଲଗାଇଛି । ଡ୍ରୋନର ଓଜନ ଓ ସାଇଜକୁ ନେଇ ଏହି ପ୍ରତିବନ୍ଧକ ଲାଗୁ ହୋଇଛି । ନାନୋ ଡ୍ରୋନ୍ସ ଉଡାଇବା ପାଇଁ କୌଣସି ଲାଇସେନ୍ସର ଆବଶ୍ୟକତା ନାହିଁ । ମାଇକ୍ରୋ ଡ୍ରୋନ୍ ଉଡାଇବା ପାଇଁ UAS Operator Permit-Iଠାରୁ ଅନୁମତି ନେବାକୁ ପଡିଥାଏ ଓ ଡ୍ରୋନ୍ ପାଇଲଟଙ୍କୁ SOP ଅନୁସରଣ କରିବାକୁ ପଡେ । ବଡ ଡ୍ରୋନ୍ ଉଡାଇବା ପାଇଁ ଡିଜିସିଏଠାରୁ ଅନୁମତି ନେବାକୁ ପଡେ । ଏହାସହିତ କୌଣସି ପ୍ରତିବନ୍ଧିତ କ୍ଷେତ୍ରରେ ଡ୍ରୋନ୍ ଉଡାଇବା ପାଇଁ ଆପଣଙ୍କୁ ଅନୁମତି ନେବାକୁ ପଡିବ । ବିନା ଅନୁମତିରେ ଡ୍ରୋନ୍ ଉଡାଇଲେ ଜରିମାନାର ପ୍ରାବଧାନ ରହିଛି

6) ଡ୍ରୋନ୍ ଉଡାଇବା ପାଇଁ କେମିତି ମିଳିଥାଏ ଲାଇସେନ୍ସ ?

ନାନୋ ଡ୍ରୋନ୍ ବ୍ୟତିତ ଅନ୍ୟ ଡ୍ରୋନ୍ ଉଡାଇବା ପାଇଁ ଲାଇସେନ୍ସ ନେବାକୁ ପଡେ । ଏଥିପାଇଁ ଦୁଇ ପ୍ରକାରର ଲାଇସେନ୍ସ ଆବଶ୍ୟକ । ପ୍ରଥମ ହେଉଛି, ଷ୍ଟ୍ରାଇଡେଣ୍ଟ୍ ରିମୋଟ୍ ପାଇଲଟ୍ ଲାଇସେନ୍ସ ଓ ଦ୍ୱିତୀୟ ହେଉଛି ରିମୋଟ୍ ପାଇଲଟ୍ ଲାଇସେନ୍ସ । ଏହି ଲାଇସେନ୍ସ ପାଇଁ ଅପରେଟରଙ୍କ ବୟସ ୧୮ରୁ ୬୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଲାଇସେନ୍ସ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହେଉଛି ୧୦ ପାସ ସାର୍ଟିଫିକେଟ୍ । ଏହା ସହିତ ଆବେଦନକାରୀଙ୍କୁ ମେଡିକାଲ ପରିକ୍ଷା ରେ ମଧ୍ୟ ପାସ ହେବାକୁ ପଡିବ । ଲାଇସେନ୍ସ ପାଇଁ ଆପଣଙ୍କ ବ୍ୟାକ୍ ଗ୍ରାଉଣ୍ଡ୍ ଚେକ୍ ହୋଇଥାଏ

7) ବିନା ଲାଇସେନ୍ସରେ କିମ୍ବା ପ୍ରତିବନ୍ଧିତ କ୍ଷେତ୍ରରେ ଡ୍ରୋନ୍ ଚଳାଇଲେ କେତେ ଜରିମାନା ??

ବିନା ଲଇସେନ୍ସରେ ଡ୍ରୋନ୍ ଉଡାଇଲେ ୨୫ ହଜାର ଟଙ୍କାର ଜରିମାନା ଦେବାକୁ ପଡିଥାଏ । ସେହିଭଳି ନୋ ଅପରେସନ୍ ଜୋନରେ ଡ୍ରୋନ୍ ଉଡାଇଲେ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡେ । ଡ୍ରୋନର ଥାର୍ଡ୍ ପାର୍ଟି ବୀମା ହେବା ମଧ୍ୟ ଜରୁରୀ । ବୀମା ନଥିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡେ ।

୧୯୯୧ର ଉପସାଗରୀୟ ଯୁଦ୍ଧ କାଳbig droneCivil Aviation Requirementsdgca drone policyDGCA permissiondrone attackdrone license indiadrone license typesdrone pilotdrone rules in india 2021drone usage Indiadrone weighsdrones used in ecommerce product deliveryflying a droneGPS in dronesHow Drones WorkIAF base in JammuIndias drone policyJammu attacklicensemicro dronemilitary drones in indiamini dronenano droneonboard sensor dronerail line mappingremote control dronesRemotely Piloted Aerial Systemsrouiters in droneRPASsmall dronetaking picturestypes of droneUAS Operator Permit-IUnmanned aerial vehiclesUS Carries Out Airstrikes in Iraqvideo shootingwhat is droneଅନବୋର୍ଡ୍ ସେନ୍ସର ଓ ଜିପିଏସ୍କ୍ଷୁଦ୍ର ଡ୍ରୋନ୍ଜମ୍ମୁ ବିମାନଘାଟିଡ୍ରୋନର ଓଜନଡ୍ରୋନ୍ଡ୍ରୋନ୍ ଆକ୍ରମଣଡ୍ରୋନ୍ କ’ଣଡ୍ରୋନ୍ କେମିତି କାମ କରେଡ୍ରୋନ୍ ପାଇଲଟନାନୋ ଡ୍ରୋନ୍ପାକ୍ ସମର୍ଥିତ ଆତଙ୍କବାଦୀବଡ ଡ୍ରୋନ୍ଭାରତରେ ଡ୍ରୋନ୍ ବ୍ୟବହାରଭାରତୀୟ ସୁରକ୍ଷା ବାହିନୀମାଇକ୍ରୋ ଡ୍ରୋନ୍ମିନି ଡ୍ରୋନ୍ରିମୋଟ୍ ପାଇଲଟ୍ ଲାଇସେନ୍ସ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami