ଚୀନର ଗୋଟିଏ କମ୍ପାନିକୁ ନେଇ ୟୁରୋପରେ ଆତଙ୍କ ! କମ୍ପାନୀ ପଛରେ ଲାଲ୍ ସେନା ?

ଚୀନ କମ୍ପାନୀଙ୍କ ବିରୋଧରେ ଗୁଇନ୍ଦାଗିରି ଅଭିଯୋଗ କିଛି ନୂଆ ନୁହେଁ । ଏବେ ଚୀନର ଆଉ ଗୋଟିଏ କମ୍ପାନୀ ବିରୋଧରେ ଗୁଇନ୍ଦାଗିରି ଅଭିଯୋଗ ଆସିଛି । ଖାଲି ଆସିନାହିଁ ଏହି କମ୍ପାନୀକୁ ନେଇ ୟୁରୋପର ଅନେକ ଦେଶର ଆତଙ୍କ ସୃଷ୍ଟି ହୋଇଛିକାରଣ ଏହି କମ୍ପାନୀ ଦ୍ୱାରା ତିଆରି ଉପକରଣକୁ ୟୁରୋପୀୟ ରାଷ୍ଟ୍ର ସବୁ ସୁରକ୍ଷା ପାଇଁ ବ୍ୟବହାର କରନ୍ତି । ଚିନ୍ ସେନା ଏହି କମ୍ପାନୀକୁ ନିୟନ୍ତ୍ରଣ କରୁଛି ବୋଲି ସୂଚନା ମିଳିବା ପରେ ୟୁରୋପରେ ଆତଙ୍କ ସୃଷ୍ଟି ହୋଇଛି ।

କମ୍ପାନୀର ନାମ Nuctech

ଏପିର ଏକ ରିପୋର୍ଟ ଅନୁସାରେ ଦାବୋସର ୱାର୍ଲଡ୍ ଇକୋନମିକ୍ ଫୋରମ, ୟୁରୋପର ବଡ଼ ବଡ଼ ବନ୍ଦର, ଆର୍ମସଡ୍ରମଠାରୁ ଆଥେନ୍ସ ପର୍ଯ୍ୟନ୍ତ ବିମାନ ବନ୍ଦର ଓ ଋଷ ତଥା ନାଟୋ ଏହି କମ୍ପାନୀର ଉପକରଣ ବ୍ୟବହାର କରନ୍ତି । ଏହି କମ୍ପାନୀ କାର୍ଗୋ ଓ ସ୍କାନର୍ସ ତିଆରି କରୁଥିବା ଦୁନିଆର ସବୁଠାରୁ ବଡ଼ କମ୍ପାନୀ । ଆମେରିକ ରାଷ୍ଟ୍ରୀୟ ସୁରକ୍ଷାର କାରଣ ଦର୍ଶାଇ ଏହି କମ୍ପାନୀ ଉପରେ କିଛି ବର୍ଷ ତଳେ ବ୍ୟାନ୍ ଲଗାଇଥିଲା । କିନ୍ତୁ ଏହି କମ୍ପାନୀ ୟୁରୋପରେ ବେଧଡକ ନିଜ ବ୍ୟବସାୟ ଜାରି ରଖିଛି ।

ଚିନ୍ତାର କାରଣ କ’ଣ ?

ଏବେ ୟୁରୋପୀୟ ସଂଘର ୨୭ ଦେଶ ମଧ୍ୟରୁ ୨୬ ଟି ଦେଶ ଏହି କମ୍ପାନୀ ପ୍ରସ୍ତୁତ ଉପକରଣ ବ୍ୟବହାର କରୁଛନ୍ତି । Nuctech କମ୍ପାନୀର ମାଲିକ କିଏ ତାକୁ ନେଇ ମଧ୍ୟ ସଠିକ ତଥ୍ୟ ନାହିଁ । କିନ୍ତୁ ଏହି କମ୍ପାନୀ ଦୁନିଆରେ ଦ୍ରୁତଗତିରେ ନିଜ ବ୍ୟବସାୟ ବୃଦ୍ଧି କରିବାରେ ଲାଗିଛି । ବିଶେଷକରି ପାଶ୍ଚତ୍ୟ ଦେଶରେ ଏହାକୁ ନେଇ ଚିନ୍ତା ବଢିବାରେ ଲାଗିଛି ।

ୟୁରୋପୀୟ ଦେଶର ସୁରକ୍ଷା ଏଜେନ୍ସିଙ୍କ ଚିନ୍ତା ହେଉଛି ଯେ, ଚୀନ ସେନା ଏହି କମ୍ପାନୀ ଜରିଆରେ ସେମାନଙ୍କ ଡାଟା ଚୋରାଉଛି । ବିଶେଷଜ୍ଞଙ୍କ ଅନୁସାରେ Nuctechକୁ ବିଶ୍ୱର ସବୁଠାରୁ ବଡ଼ କମ୍ପାନୀ କରିବାକୁ ଚୀନ୍ ସରକାର ସବସିଡି ଦେଉଛି । ଏହି କମ୍ପାନୀ ଜରିଆରେ ଚୀନ୍ ଅନ୍ୟଦେଶର ସମ୍ବେଦନଶୀଳ ଡାଟା ହାସଲ କରୁଛି ବୋଲି ବିଶେଷଜ୍ଞଙ୍କ ମତ ।

ଟ୍ରେଡ୍ ସିକ୍ରେଟକୁ ବିପଦ

ହଲାଣ୍ଡ ପ୍ରତିରକ୍ଷା ବିଭାଗ ଅନୁସାରେ ଚୀନ୍ କମ୍ପାନୀ ଯେଉଁ ସବୁ ଡାଟା ପ୍ରୋସେସ୍ କରୁଛି ତାହା ଅତ୍ୟନ୍ତ ସମ୍ବେଦନଶୀଳ । ଯାହାକି ୟୁରୋପୀୟ ଦେଶଙ୍କ ଟ୍ରେଡ୍ ସିକ୍ରେଟ ପାଇଁ ବିପଦ । ଆମେ ଏଭଳି ଏକ ଦେଶ ଉପରେ ନିର୍ଭରଶୀଳ ଯାହା ଆମର ଜିଓ ପଲିଟିକାଲ ଶତ୍ରୁ ଓ ରଣନୈତିକ ପ୍ରତିଦ୍ୱନ୍ଦ୍ୱୀ

ମାଲିକ କିଏ ?

Nuctech ଲୋକ ଓ ସେମାନଙ୍କ ସାମଗ୍ରୀକୁ ସ୍କାନିଂ କରିବା ସିଷ୍ଟମ ତିଆରି କରିବା ସହିତ ବିସ୍ଫୋରକ ଠାବ କରିବା ଉପକରଣ ଓ ଚେହେରା ପଢି ପାରୁଥଇବା ସ୍କାନର ତିଆରି କରିଥାଏ । ଏହା ସହିତ ଏହା ଶରିର ତାପମାନ, ଆଇଡି କାର୍ଡ୍ ଓ ଟିକେଟ୍ ଚିହ୍ନଟ ପାଇଁ ଇଣ୍ଟରକନେକ୍ଟେଡ୍ ଡିଭାଇସ ତିଆରି କରିଥାଏ । ଚୀନର ଆଇନ ଅନୁସାରେ ସରକାର ଯେକୌଣସି କମ୍ପାନୀକୁ ଏହାର ଡାଟା ମାଗିପାରିବେ ଓ କମ୍ପାନୀ ଦେବାକୁ ବାଧ୍ୟ । ଏହି କମ୍ପାନୀର ମାଲିକାନା ଢାଞ୍ଚା ଏତେ ଜଟିଳ ଯେ, ଏହାର ଅସଲ ମାଲିକ କିଏ ତାହା ଜାଣିବା କାଠିକର ପାଠ । ତେବେ ଗୋଟିଏ କଥା ସ୍ପଷ୍ଟ ଯେ, ଏହି କମ୍ପାନୀର ସମ୍ପର୍କ ଚୀନ ସେନା ସହିତ ରହିଛି । ତେବେ Nuctech ଏଭଳି ଅଭିଯୋଗକୁ ଖଣ୍ଡନ କରୁଛି । ଏହା ଅନୁସାରେ ସେମାନେ ସ୍ଥାନୀୟ ଆଇନକୁ ମାନି ବ୍ୟବସାୟ କରନ୍ତି । ଚୀନ୍ ସରକାର ସହିତ ନିଜ ମହକିଲଙ୍କ ଡାଟା ବା ତଥ୍ୟ ସେୟାର କରନ୍ତି ନାହିଁ ।

america security threatamsterdam to athens airportcargo and scannerschinese armyChinese Communist Partydata theftDutch Department of Defenseeuropean portsglobal Security Screening marketlaal senaNATOnuctechnuctech ceonuctech equipments used by europenuctech in europenuctech ownerNuctech କମ୍ପାନୀର ମାଲିକ କିଏsecurity threatthreat to europeworld economic forum davosଆମେରିକ ରାଷ୍ଟ୍ରୀୟ ସୁରକ୍ଷାଆର୍ମସଡ୍ରମଠାରୁ ଆଥେନ୍ସ ପର୍ଯ୍ୟନ୍ତ ବିମାନ ବନ୍ଦରକାର୍ଗୋ ଓ ସ୍କାନର୍ସ ତିଆରିଗୁଇନ୍ଦାଗିରି ଅଭିଯୋଗଚୀନ କମ୍ପାନୀଡାଟା ଚୋରାଉଛିଦାବୋସର ୱାର୍ଲଡ୍ ଇକୋନମିକ୍ ଫୋରମବନ୍ଦରୟୁରୋପରେ ଆତଙ୍କୟୁରୋପୀୟ ରାଷ୍ଟ୍ରହଲାଣ୍ଡ ପ୍ରତିରକ୍ଷା ବିଭାଗ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami