ଭାରତୀୟ ମିଡିଆ କମ୍ପାନୀ ଓ ପୋଲିସ ଉପରେ ସାଇବର ଆଟାକ୍ କରୁଛି ଚୀନ୍

ଭାରତର ମିଡିଆ କମ୍ପାନୀ ଓ ପୋଲିସ ଉପରେ ଚୀନ ସାଇବର ଆଟାକ କରୁଛି ବୋଲି ଆମେରିକାର ଏକ ସାଇବର ସୁରକ୍ଷା କମ୍ପାନୀ ଦାବି କରିଛି । ଏହି ଆମେରିକୀୟ କମ୍ପାନୀ ବୁଧବାର ଦିନ ଦାବି କରିଛି ଯେ, ଚୀନ ସରକାର ସମର୍ଥିତ ସାଇବର ସେଲ ଭାରତର ଏକ ମିଡିଆ କମ୍ପାନୀ ଓ ପୋଲିସ ବିଭାଗ ସମେତ ଆଧାର ଡାଟା ବେସ୍ ଉପରେ ସାଇବର ହାମଲା କରିଥିଲେ । ମାସାଚ୍ୟୁସେଟ୍ ସ୍ଥିତ ରିକର୍ଡେଚ୍ ଫ୍ୟୁଚରର ଇନସିକ୍ଟ ଗ୍ରୁପ୍ ହାକିଂ କରୁଥିବା ଗ୍ରୁପ୍ ଯାହାକୁ ବର୍ତ୍ତମାନ ପାଇଁ ଟିଏଜି-୨୮ ନାମ ଦିଆଯାଇଛି ଆକ୍ରମଣ ପାଇଁ ବିନ୍ନଟି ମାଲୱେୟାର ବ୍ୟବହାର କରୁଛି ।

ଏହି ମାଲୱେୟାରକୁ ଚୀନ୍ ସରକାର ସମର୍ଥିତ ସାଇବର ଗ୍ରୁପଙ୍କୁ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଚୀନ୍ ହ୍ୟାକର୍ସଙ୍କୁ ସମର୍ଥନ କରୁଛି ବୋଲି ଅଭିଯୋଗ ହେଉଛି । ଯାହାକୁ ଚୀନ୍ ଖଣ୍ଡନ କରି ଆସୁଛି । ଚୀନର କହିବା ହେଉଛି ଆମେ ନିଜେ ସାଇବର ଆକ୍ରମଣର ଶିକାରତେଣୁ ଆମକୁ ଦୋଷ ଦିଆ ନଯାଉ

ଆମେରିକା କମ୍ପାନୀ ଦ୍ୱାରା କରାଯାଇଥିବା ଏହି ଦାବି ପରେ ଚୀନ୍ ଓ ଭାରତ ମଧ୍ୟରେ ପୁଣିଥରେ ସମ୍ପର୍କରେ ଭଟ୍ଟା ପଡିପାରେ ବୋଲି ଆଶଙ୍କା କରାଯାଉଛି ।

ଗତିବିଧିରେ ୨୬୧ ପ୍ରତିଶତ ବୃଦ୍ଧି

କମ୍ପାନୀ ତା’ ରିପୋର୍ଟରେ ଦାବି କରିଛି ଯେ, ୨୦୨୦ ତୁଳନାରେ ୨୦୨୧ ଅଗଷ୍ଟ ମଧ୍ୟରେ ଭାରତୀୟ ସଂଗଠନ ଓ କମ୍ପାନୀଙ୍କ ଉପରେ ଚାଇନିଜ୍ ସାଇବର ଆଟାକରେ ୨୬୧ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି । ରିପୋର୍ଟ ଅନୁସାରେ ଫେବ୍ରୁଆରି ଓ ଅଗଷ୍ଟ ମଧ୍ୟରେ ଟାଇମ୍ସ ଅଫ୍ ଇଣ୍ଡିଆର ପ୍ରକାଶକ କମ୍ପାନୀ ବେନେଟ୍ ଆଣ୍ଡ୍ କୋଲମ୍ୟାନ ଲିମିଟେଡ୍ ଉପରେ ଆକ୍ରମଣ ହୋଇଥିଲା ।

ମୁମ୍ବାଇ କମ୍ପାନୀଙ୍କ ଡାଟା ଲିକ୍

ଏଥିରେ ମୁମ୍ବାଇର ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଉପରେ ହୋଇଥିବା ଆକ୍ରମଣରେ ୫ଶହ ମେଗାବାଇଟ୍ ଡାଟା ଚୋରି ହୋଇଥିବା ଦାବି କରାଯାଇଛିଇନସିକ୍ଟ ଅନୁସାରେ ମଧ୍ୟପ୍ରଦେଶ ପୋଲିସ ବିଭାଗ ମଧ୍ୟ ସାଇବର ଆକ୍ରମଣର ଶିକାର ହୋଇଛି । ମଧ୍ୟପ୍ରଦେଶ ପୋଲିସର ସର୍ଭରରୁ ୫ ମେଗାବାଇଟ୍ ଡାଟା ଚୋରି ହୋଇଛି । ସୂଚନାଯୋଗ୍ୟ ଯେ, ଚୀନ୍ ସହିତ ସୀମା ବିବାଦ ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଚୀନ୍ ସାମଗ୍ରୀ ବର୍ଜନ ପାଇଁ ଆହ୍ୱାନ ଦେଇଥିଲେ । ଏହାପରେ ମଧ୍ୟପ୍ରଦେଶ ପୋଲିସକୁ ଟାର୍ଗେଟ୍ କରାଯାଇଥିଲା ।

UIDAI ମଧ୍ୟ ନିଶାନାରେ

ଆଧାର କାର୍ଡ୍ ପ୍ରସ୍ତୁତକାରି ୟୁଆଇଡିଏଆଇ ଉପରେ ମଧ୍ୟ ଚୀନ୍ ସାଇବର ଆର୍ମୀ ଆଟାକ କରିଥିବା ସଂଗଠନ ଦାବି କରିଛି । UIDAIରୁ ୧୦ ମେଗାବାଇଟ୍ ଡାଟା ଚୋରି ହୋଇଥିବା କୁହାଯାଉଛି । ଏହାସହିତ ଏଥିରେ ୩୦ ମେଗାବାଇଟ୍ ଡାଟା ଅପଲୋଡ୍ କରାଯାଇଛି । ତେବେ UIDAI ତା’ ପାଖରେ ଏଭଳି କୌଣସି ଆକ୍ରମଣ ସଂପର୍କିତ ଖବର ନଥିବା ଦାବି କରିଛି ।

american cyber companybennett and colemanchina cyber attackchinese cyber attackcyber attackIndian media companyindian policemadhya pradesh policemalwareMassachusetts-based Recorded Futuremassachussetsmumbai private limited companyTAG 28times of India reportUIDAIଆଧାର କାର୍ଡ୍ ପ୍ରସ୍ତୁତକାରି ୟୁଆଇଡିଏଆଇଆମେରିକାର ଏକ ସାଇବର ସୁରକ୍ଷା କମ୍ପାନୀଚାଇନିଜ୍ ସାଇବର ଆଟାକଚୀନ ସାଇବର ଆଟାକଟିଏଜି-୨୮ ନାମ ଦିଆଯାଇଛିବେନେଟ୍ ଆଣ୍ଡ୍ କୋଲମ୍ୟାନ ଲିମିଟେଡ୍ଭାରତର ପୋଲିସଭାରତର ମିଡିଆ କମ୍ପାନୀମଧ୍ୟପ୍ରଦେଶ ପୋଲିସ ବିଭାଗମାଲୱେୟାରମାସାଚ୍ୟୁସେଟ୍ମୁମ୍ବାଇର ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀରିକର୍ଡେଚ୍ ଫ୍ୟୁଚରର ଇନସିକ୍ଟ ଗ୍ରୁପ୍ ହାକିଂ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami