ସିଦ୍ଧୁଙ୍କୁ ମନ୍ତ୍ରୀ କରିବା ପାଇଁ ସୁପାରିସ କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ପୂର୍ବତନ ସଭାପତି କ୍ୟାପ୍ଟେନ୍ ଅମରିନ୍ଦର ସିଂହ ନବଜ୍ୟୋତ ସିଂହ ସିଦ୍ଧୁଙ୍କ ବିରୋଧରେ ବଡ଼ ଧରଣର ଅଭିଯୋଗ ଆଣିଛନ୍ତି । ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କ୍ୟାପ୍ଟେନ୍ ଦାବି କରିଛନ୍ତି ଯେ, ପଂଜାବ ନିର୍ବାଚନ ପରେ ପରେ ତାଙ୍କ ପାଖକୁ ପାକିସ୍ତାନରୁ ସନ୍ଦେଶ ଆସିଥିଲା । ଯେଉଁ ସନ୍ଦେଶରେ ସିଦ୍ଧୁଙ୍କୁ ମନ୍ତ୍ରୀ କରିବାକୁ କୁହାଯାଇଥିଲା । ଅମରିନ୍ଦର ସିଂହ କହିଛନ୍ତି ଯେ, ତାଙ୍କୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତରଫରୁ ଗୋଟିଏ ଟେକ୍ସଟ୍ ମେସେଜ୍ ଆସିଥିଲା । ଯେଉଁଥିରେ କୁହାଯାଇଥିଲା ଯେ, ଯଦି ତାଙ୍କ ଦଳ ସରକାର ଗଠନ କରେ ତେବେ ସିଏ ସିଦ୍ଧୁଙ୍କୁ ମନ୍ତ୍ରୀ କରନ୍ତୁ ସିଦ୍ଧୁ ଯଦି ଭଲ କାମ କରିବେ ତେବେ ତାଙ୍କୁ ରଖିବେ ନହେଲେ ତାଙ୍କୁ ବିଦା କରିଦେବେ ବୋଲି ମେସେଜରେ କୁହାଯାଇଥିଲା ।

ଅମରିନ୍ଦର ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଯେ, ପିଏମ୍ ଖାନ୍ ତାଙ୍କୁ ଫୋନରେ ମେସେଜ୍ ପଠାଇଥିଲେ ଓ ଲିଖିତ ଭାବେ ସିଦ୍ଧୁଙ୍କ ପାଇଁ ସୁପାରିସ କରିଥିଲେ । ଯେହେତୁ ସେ କେବେ ମଧ୍ୟ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିନଥିଲେ କିମ୍ବା ତାଙ୍କର କୌଣସି ପୂର୍ବ ପରିଚୟ ନଥିଲା ତେଣୁ ଏଭଳି ମେସେଜ୍ ପାଇ ସେ କେବଳ ଚକିତ ହୋଇନଥିଲେ ବଂର ତାଙ୍କୁ ଝଟକା ଲାଗିଥିଲା ବୋଲି କହିଛନ୍ତି ଅମରିନ୍ଦର । ଅମରିନ୍ଦର କହିଛନ୍ତି ଯେ, ମୋତେ ଏହା ଜାଣି ଝଟକା ଲାଗିଲା ଯେ, କେଉଁଭଳି ଭାବେ ଅନ୍ୟ ଗୋଟିଏ ଦେଶର ଜଣେ ପ୍ରଧାନମନ୍ତ୍ରୀ ଆଉ ଗୋଟିଏ ଦେଶର ଏକ ରାଜ୍ୟରେ ଜଣେ ବ୍ୟକ୍ତିଙ୍କୁ ମନ୍ତ୍ରୀ କରିବା ପାଇଁ ଚାପ ପ୍ରୟୋଗ କରୁଛନ୍ତି ।

କ୍ୟାପ୍ଟେନଙ୍କ ଏହି ବକ୍ତବ୍ୟକୁ ନେଇ ଏପର୍ଯ୍ୟନ୍ତ ସିଦ୍ଧୁଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ତେବେ ଆଗକୁ ଏହାକୁ ନେଇ ରାଜନୈତିକ ବୟାନବାଜି ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ସିଦ୍ଧୁଙ୍କ ପାକିସ୍ତାନୀ ସେନା ସହିତ ସମ୍ପର୍କକୁ ନେଇ ଆଗରୁ ମଧ୍ୟ ବିବାଦ ରହିଛି

capt amarinder singhformer cm punjabformer punjab congress chiefnavjot singh sidhupakistan imran khanpakistan prime ministerpunjab congress crisispunjab electionspunjab politicssidhu as ministerନବଜ୍ୟୋତ ସିଂହ ସିଦ୍ଧୁପଂଜାବ ନିର୍ବାଚନପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀପାକିସ୍ତାନପ୍ରଧାନମନ୍ତ୍ରୀ ଇମ୍ରାନ ଖାନରାଜ୍ୟ କଂଗ୍ରେସ ପୂର୍ବତନ ସଭାପତିସିଦ୍ଧୁଙ୍କୁ ମନ୍ତ୍ରୀ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami