କ୍ରାଫ୍ଟ କାମରେ ତାଙ୍କର ପ୍ରଗାଢ଼ ନିଶା

ଦୁନିଆ ତଥା ସମାଜ ବିଷୟରେ ଅଧିକ ଜାଣିବା ତାଙ୍କ ଦୁନିଆ ବାହାରେ । କଥା କହିବା କି କୌଣସି କଥାକୁ ସହଜରେ ଗ୍ରହଣ କରିବା ତାଙ୍କ ପକ୍ଷେ କଷ୍ଟକର । ଏମିତିକି ନିଜ ଭାବ ପ୍ରକାଶ କରିବାରେ ମଧ୍ୟ ସେ ଅକ୍ଷମମାତ୍ର କ୍ରାଫ୍ଟ ୱାର୍କ ପ୍ରତି ତାଙ୍କର ପ୍ରଗାଢ଼ ନିଶା । ନା ଏଥିପାଇଁ ସେ କୌଣସି ଶିକ୍ଷା ଗ୍ରହଣ କରିଛନ୍ତି ନା ପ୍ରଶିକ୍ଷଣ ନେଇଛନ୍ତି । କେବଳ ଅଭ୍ୟାସ ଯୋଗୁ ହିଁ ସବୁ କିଛି ସମ୍ଭବ ହୋଇପାରିଛି । ଅକ୍ଷମ ହେଲେ ବି ସେ ସକ୍ଷମଦିବ୍ୟାଙ୍ଗ ହେଲେ ମଧ୍ୟ ତାଙ୍କ ଭିତରେ ରହିଛି ଅନେକ ପ୍ରତିଭା । ନିଜର ଦୃଢ଼ ଇଚ୍ଛାଶକ୍ତି ବଦଳରେ ନିଜ ପାଇଁ ତଥା ପରିବାର ଲୋକଙ୍କ ପାଇଁ ସୃଷ୍ଟି କରିପାରିଛନ୍ତି ସ୍ୱତନ୍ତ୍ର ପରିଚୟ । ରଙ୍ଗବେରଙ୍ଗର ଏନ୍‌ଭଲପ୍‌, ଦୀପ, ମାଟିହାଣ୍ଡି, ରାକ୍ଷୀ ଆଦି ଭଳି ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି । ମାତ୍ର ବାପା-ମାଆ ଓ ସମ୍ପର୍କୀୟଙ୍କ ସହଯୋଗରେ ସମାଜରେ ହୋଇପାରିଛି ରୋଲ ମଡେଲ୍ ଓ ସ୍ୱାବଲମ୍ବୀ ।

ରାଜଧାନୀରେ ରହୁଥିବା ୨୭ ବର୍ଷୀୟ ଦିବ୍ୟାଙ୍ଗ ଜଣକ ହେଉଛନ୍ତି ଗୌରବ ଜେନା । ବାପା ପ୍ରଦୀପ୍ତ ଜେନା ଓ ମାଆ ରୀତା ଜେନା । ତାଙ୍କୁ ଦେଖିଲେ କେହି ଜାଣିପାରିବେ ନାହିଁ ସେ ଜଣେ ଭିନ୍ନକ୍ଷମ ବୋଲି । ଜନ୍ମରୁ ଗୌରବ ଅଟିଷ୍ଟିକ୍ । ପୁଅକୁ ଘରେ ବିଭିନ୍ନ ଶିକ୍ଷା ଦେଇ ଭଲ କରିହେବ ବୋଲି ଭାବି ସେହିଦିନଠାରୁ ଗୌରବଙ୍କ ପଛରେ ଲାଗିପଡ଼ିଛନ୍ତି ପୂରା ପରିବାର । ଅବଶ୍ୟ ସେ କୌଣସି ସ୍କୁଲ ପାଠ ପଢ଼ିନାହାନ୍ତି । ବାହାର ଦୁନିଆ ବିଷୟରେ ବେଶୀ କିଛି ବି ଜାଣନ୍ତି । କିନ୍ତୁ କ୍ରାଫ୍ଟ ୱାର୍କରେ ସେ ଅନ୍ୟମାନଙ୍କଠାରୁ ବେଶ୍ ଆଗୁଆ । ବିଭିନ୍ନ ଡିଜାଇନ୍‌ର ଦୀପ, ରଙ୍ଗୀନ ମଟ୍‌କା ଓ କ୍ୟାଣ୍ଡ୍‌ଲ ତିଆରି କରିବା ଆରମ୍ଭ କରିଦେଇଥିଲେ । ଏମିିତି ଧୀରେ ଧୀରେ ଅନେକ କ୍ରାଫ୍ଟ ୱାର୍କ କରିବା ବି ଆରମ୍ଭ କରିଦେଇଥିଲେ । କେବଳ ସେତିକି ନୁହେଁ, ଏବେ ବିଭିନ୍ନ ପ୍ରକାରର ମାଳିରେ ରାକ୍ଷୀ ମଧ୍ୟ ତିଆରି କରୁଛନ୍ତି । ଯାହା ସମସ୍ତଙ୍କ ଦ୍ୱାରା ଆଦୃତ ମଧ୍ୟ ହୋଇଛି । ଜଣେ ଦକ୍ଷ କାରିଗରଙ୍କ ସଦୃଶ ତାଙ୍କ କାରୁକାର୍ଯ୍ୟ । କେହି ଦେଖିଲେ ବି ବିଶ୍ୱାସ କରିପାରିବେ ନାହିଁ । ତାଙ୍କର ଏହି କ୍ରାଫ୍ଟକୁ ଅନ୍‌ଲାଇନ୍‌ରେ ବିକ୍ରି ମଧ୍ୟ କରୁଛନ୍ତି । ଯେଉଁଥିରେ ଏହିସବୁ କଳାକୃତିର ବେଶ୍ ଚାହିଦା ରହିଛି । ଦାମ୍ ବି ସେମିତି ଅଧିକ କିଛି ନାହିଁ । ସେସବୁର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ ହୋଇ ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଦିନ ଦିନ ଧରି ବସି ସେ ସୃଷ୍ଟି କରୁଛନ୍ତି ସୁନ୍ଦର ସର୍ଜନା । ସେସବୁ ପୁଣି ସୁନ୍ଦରଭାବେ ଫିନିସିଂ ହୋଇଛି । ଅନେକ ସ୍ଥାନରେ ଭିନ୍ନକ୍ଷମଙ୍କୁ ଅବହେଳା କରାଯାଉଥିବାବେଳେ ଗୌରବ ଏବେ ଦିବ୍ୟାଙ୍ଗମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଗତ ୫ ରୁ ୭ ବର୍ଷ ହେଲା ତାଙ୍କର ଏହି କାମ ଆରମ୍ଭ ହୋଇଛି । ପୂରା ପରିବାର ପୁଅ ପାଇଁ ଗର୍ବ ଓ ଗୌରବ ଅନୁଭବ କରନ୍ତି । ପୁଅକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଯୋଜନା ଆରମ୍ଭ କରିଦେଇଥିଲେ । ସବୁ ସମୟରେ ତା’ ସହ ସମସ୍ତେ ରୁହନ୍ତି ଓ ଘରେ ମଧ୍ୟ ତାକୁ ସବୁ କଥା ଶିଖାନ୍ତି । ବର୍ତମାନ ସେ ୱି ଫର୍ ୟୁ’ ପକ୍ଷରୁ ଆରମ୍ଭ ହୋଇଥିବା ‘ଆବିଲିଟି ବଜାର’ରେ ଗୌରବଙ୍କ କ୍ରାଫ୍ଟକୁ ବିକ୍ରି କରାଯାଉଛି ବୋଲି ଗୌରବଙ୍କ ଭଉଣୀ ଲିପ୍ସା ଜେନା କହିଛନ୍ତି ।

Ability Bazarautismautism spectrum disorderautisticbhubaneswarcolorful envelopescolorful matscraft skillscraft workscraftingcreative skillscustom made craftsdesigner diyasdisability is not inabilitydisabledgourab jenahastashilpi skillshastasilpimarketing and selling the productsonline e-commerce platformonline sellingraakhivoluntary organizationWE4YOUwe4you ability bazarଅକ୍ଷମ ହେଲେ ବି ସେ ସକ୍ଷମଅଟିଷ୍ଟିକ୍ଆବିଲିଟି ବଜାରକ୍ରାଫ୍ଟ ୱାର୍କକ୍ରାଫ୍ଟକୁ ଅନ୍‌ଲାଇନ୍‌ରେ ବିକ୍ରିକ୍ରାଫ୍ଟକୁ ବିକ୍ରି କରାଯାଉଛିଗୌରବ ଜେନାଡିଜାଇନ୍‌ର ଦୀପଦିବ୍ୟାଙ୍ଗଭିନ୍ନକ୍ଷମମାଳିରେ ରାକ୍ଷୀରଙ୍ଗବେରଙ୍ଗର ଏନ୍‌ଭଲପ୍‌ରଙ୍ଗୀନ ମଟ୍‌କାରାଜଧାନୀ ଭୁବନେଶ୍ୱରୱି ଫର୍ ୟୁହସ୍ତଶିଳ୍ପହସ୍ତଶିଳ୍ପ କାର୍ଯ୍ୟ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami